Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ଏଭିନ୍ ଲୁଇସଙ୍କ ବିସ୍ଫୋରକ ବ୍ୟାଟିଂ, ଲଗାଇଲେ ଲଗାତର ଛକା, ଅଳ୍ପକେ ବର୍ତ୍ତିଗଲା ଯୁବରାଜଙ୍କ ରେକର୍ଡ

31/01/2021 at 9:40 AM

ଦୁବାଇ, ୩୧/୦୧:  ଆବୁଧାବି ଟି୧୦ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଶନିବାର ଓ୍ୱେଷ୍ଟଇଣ୍ଡିଜର ବିସ୍ଫୋରକ ବ୍ୟାଟସମ୍ୟାନ୍ ଏଭିନ୍ ଲୁଇସ୍ ଗୋଟିଏ ଓଭରରେ ୫ ଛକା ଲଗାଇଛନ୍ତି । ସେ ମରାଠା ଆରବିଆନ୍ସ ବିପକ୍ଷ ଏକ ମ୍ୟାଚରେ ଏହି କୀର୍ତ୍ତିମାନ ପ୍ରତିଷ୍ଠା କରିଛନ୍ତି । ଏହି ପାଳି ପାଇଁ ଦିଲ୍ଲୀ ବୁଲ୍ସ ମରାଠାକୁ ୯ ଓ୍ୱିକେଟରେ ପରାସ୍ତ କରିଥିଲା ।

ସେଖ ଜାୟଦ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ମରାଠା ୧୦ ଓଭରରେ ୮୭ ରନ୍ କରିଥିଲା । ଜବାବରେ ବୁଲ୍ସ ଲୁଇସଙ୍କ ଇନିଂସ ବଳରେ ୫ ଓଭରରେ ହିଁ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା ।

ଲୁଇସ୍ ନିଜ ଇନିଂସରେ ୨ଟି ଚୌକା ଓ ୭ ଛକା ଲଗାଇଥିଲେ । ମାତ୍ର ୯ ବଲରେ ସେ ଅର୍ଦ୍ଧଶତକ ପୂରଣ କରିଥିଲେ । ସେ ବାଂଲାଦେଶ ବୋଲର ମୁଖତାର ଅଲ୍ଲୀଙ୍କୁ ଟାର୍ଗେଟ୍ କରି ଗୋଟିଏ ଓଭରରେ ହିଁ ୫ ଛକା ଲଗାଇଥିଲେ । ସେ ମୋଟ୍ ୧୬ଟି ବଲରୁ ୫୫ ରନ୍ କରିଥିଲେ । ତାଙ୍କ ବ୍ୟତୀତ ଲବି ବୋପାରା ମଧ୍ୟ ୧୨ ବଲରୁ ୨୮ ରନ୍ କରି ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ସୂଚନାଯୋଗ୍ୟ, ଟି୨୦ ବିଶ୍ୱକପରେ ଯୁବରାଜ ଗୋଟିଏ ଓଭରରେ ୬ଟି ଛକା ଲଗାଇଥିଲେ ।

ଏହି ମ୍ୟାଚରେ ମରାଠା ଖରାପ ଆରମ୍ଭ କରିଥିଲା । ପ୍ରଥମ ଓଭରରେ ହିଁ ଦଳକୁ ଝଟକା ଲାଗିଥିଲା । ଦଳ ପକ୍ଷରୁ ଜାଭେଦ ଅହମ୍ମଦ ୧୯ ବଲରୁ ୨୪ ଓ ଅଧିନାୟକ ମୋସଦ୍ଦେକ ହୁସେନ ୨୨ ବଲରୁ ୩୫ ରନ୍ କରିଥିଲେ । ଦିଲ୍ଲୀ ତରଫରୁ ଅହମ୍ମଦ ଭଟ୍ଟ, ଫିଡେଲ ଏଡଓ୍ୱାର୍ଡ ଓ ଅଲ୍ଲୀ ଖାନ ଗୋଟିଏ ଲେଖାଏଁ ଓ୍ୱିକେଟ୍ ନେଇଥିଲେ । ୧୦ ଓଭରରେ ୮୮ ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିବା ଦିଲ୍ଲୀ ଏଭିନ୍ ଲୁଇସ୍ ଓ ରବି ବୋପାରାଙ୍କ ଇନିଂସ ବଳରେ ବିଜୟଲାଭ କରିଥିଲା ।

   Related Posts