ଏହି ମନ୍ଦିରରେ କ୍ଷୀର ଚଢ଼ାଇଲେ ଧରା ପଡ଼ିଯାନ୍ତି ଖରାପ ଲୋକ : ହୋଇଥାଏ ଏପରି ଅଦ୍ଭୁତ ଚମତ୍କାର

Published By : Prameya-News7 Bureau | January 27, 2019 IST

କୀଜାପେରୁମପଲ୍ଲମ୍ ୨୭/୧: ହିନ୍ଦୁ ଧର୍ମରେ ବିଭିନ୍ନ ପ୍ରକାର ଦେବଦେବୀଙ୍କୁ ମାନିବାର ପ୍ରଚଳନ ରହିଛି। ଏହି ଧର୍ମରେ ନବ ଗ୍ରହଙ୍କୁ ମଧ୍ୟ ପୂଜା କରାଯାଇଥାଏ। ଏହି ନବ ଗ୍ରହରେ ରାହୁ ଏବଂ କେତୁର ଅଲଗା ଅଲଗା ମହତ୍ତ୍ବ ରହିଛି। ଠିକ୍ ଏହିପରି ଛାୟା ଗ୍ରହ ଭାବେ ଜଣା ଯାଉଥିବା ରାହୁ ଏବଂ କେତୁ ମଧ୍ୟ ଆମ ଜାତକକୁ ପ୍ରଭାବିତ କରିଥାଏ।

{"id":78605,"width":595,"height":275}

ଆଜି ଆମେ ଏକ ମନ୍ଦିର ବିଷୟରେ ଜାଣିବା ଯାହା କେତୁଙ୍କୁ ସମର୍ପିତ। ଏହି ମନ୍ଦିର କେରଳର କୀଜାପେରୁମପଲ୍ଲମ୍ ଗାଁରେ ଅବସ୍ଥିତ। ଏହା ନାଗନାଥସ୍ବାମୀ ମନ୍ଦିର କିମ୍ବା କେତି ସ୍ଥଳ ନାମରେ ଜଣାଯାଏ।

{"id":78606,"width":595,"height":275}

କାବେରୀ ନଦୀ କୂଳରେ ହୋଇଥିବା ଏହି ମନ୍ଦିର ପଛର ରହସ୍ୟ ହିଁ ଲୋକଙ୍କୁ ନିଜ ଆଡ଼କୁ ଆକର୍ଷିତ କରିଥାଏ। ଏହି ମନ୍ଦିର କେତୁଙ୍କୁ ସମର୍ପିତ କରାଯାଇଥିଲେ ମଧ୍ୟ ଏହି ମନ୍ଦିରରେ ଶିବ ପୂଜା ପାଇଥାନ୍ତି ଏବଂ ଏଥି ଯୋଗୁଁ ଏହା ନାଗନାଥ ମନ୍ଦିର ଭାବେ ଜଣାଯାଏ। ଏହି ମନ୍ଦିରକୁ ରାହୁଙ୍କ ଉପରେ କ୍ଷୀର ଢାଳିବାକୁ ଦୂର ଦୂରରୁ ଭକ୍ତଙ୍କ ସମାଗମ ହୋଇଥାଏ।

{"id":78607,"width":594,"height":593}

ସବୁଠୁ ବେଶୀ ଆଶ୍ଚର୍ଯ୍ୟକର କଥା ହେଉଛି ଏହା ଯେ ଏହି ମନ୍ଦିରରେ କେତେକ ଲୋକ କ୍ଷୀର ଢାଳିଲେ କ୍ଷୀରର ରଙ୍ଗ ବଦଳି ନୀଳ ହୋଇଯାଇଥାଏ। ଏପରି ବିଶ୍ବାସ ରହିଛି ଯେ କେତୁ ଗ୍ରହ କିମ୍ବା ଦୋଷ ଥିଲେ କେବଳ ତାଙ୍କ ଦ୍ବାରା ଚଢ଼ା ଯାଇଥିବା କ୍ଷୀର ନିଜ ରଙ୍ଗ ପରିବର୍ତ୍ତନ କରିଥାଏ।

{"id":78608,"width":594,"height":446}

କେତି ସ୍ଥଳ ସହ ସମ୍ବନ୍ଧିତ ଏକ ପୈାରାଣିକ କଥା ରହିଛି ଯାହା ଏଠାକାର ଲୋକଙ୍କ ମଧ୍ୟରେ ଜନପ୍ରିୟ। କୁହାଯାଏ ଥରେ ଋଷିଙ୍କ ଅଭିଶାପରୁ ମୁକ୍ତ ହେବାପାଇଁ କେତୁ, ଶିବଙ୍କ ଆରାଧନା ଆରମ୍ଭ କରିଥିଲେ। ଶିବ କେତୁଙ୍କ ତପସ୍ୟାରେ ଖୁସି ହୋଇଥିଲେ ଏବଂ କୈାଣସି ଏକ ଶିବରାତ୍ରିରେ ତାଙ୍କ ଅଭିଶାପମୁକ୍ତ କରିଥିଲେ। କେତୁଙ୍କୁ ସର୍ପ ଦେବତା ବୋଲି ମଧ୍ୟ କୁହାଯାଇଥାଏ।  

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.