ଆଜିଠୁ ଭଙ୍ଗା ହେବ ବିଧାନସଭା ପାର୍ଶ୍ବରେ ଥିବା ବିଧାୟକଙ୍କ କ୍ବାର୍ଟର୍ସ

Published By : Prameya-News7 Bureau | December 11, 2019 IST

ଭୁବନେଶ୍ବର ୧୧।୧୨: ଆଜିଠୁ ବିଧାନସଭା ପାର୍ଶ୍ବରେ ଥିବା ବିଧାୟକଙ୍କ କ୍ବାର୍ଟର୍ସ ଭଙ୍ଗା ଆରମ୍ଭ ହେବ । ୪୦ ଜଣ ବିଧାୟକଙ୍କ କ୍ବାଟର ଭଙ୍ଗା ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ତେବେ ଏପର୍ଯ୍ୟନ୍ତ ୨୪ଜଣ ବିଧାୟକ ନିଜର କ୍ବାର୍ଟର୍ସ ଖାଲି କରିସାରିଛନ୍ତି । ଅନ୍ୟ ବିଧାୟକ ମାନଙ୍କ ପାଖକୁ ତୁରନ୍ତ କ୍ବାର୍ଟର ଖାଲି କରିବାକୁ ନିର୍ଦ୍ଦେଶନାମା ଯାଇଥିବା ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସୂଚନା ଦେଇଛନ୍ତି । ବିଧାୟକ ମାନଙ୍କ ପାଇଁ ନିର୍ମାଣ ହେବ ବହୁତଳ ପ୍ରାସାଦ । ଏ ନେଇ ବିଭିନ୍ନ ବିଭାଗର ଅଧିକାରୀ ମାନଙ୍କ ସହ ଆଲୋଚନା କରାଯାଇଛି । ଏହି ବହୁତଳ ବିଶିଷ୍ଟ କ୍ବାର୍ଟର ଗୁଡିକ ଟାଇପ୍-୮ ଢାଞ୍ଚାରେ ନିର୍ମାଣ ହେବ। ଏମଏଲଏ କ୍ବାର୍ଟର ନିର୍ଣାଣରେ ୪୦୦କୋଟି ଟଙ୍କା ଖର୍ଚ୍ଚ ଅଟକଳ କରାଯାଇଛି। କ୍ବାର୍ଟର ଗୁଡିକରେ ସମସ୍ତ  ପ୍ରକାର ଅତ୍ୟାଧୁନିକ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ବାଚସ୍ପତି ସୂଚନା ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.