ବାଲିଯାତ୍ରା ପାଇଁ କଟରେ ଆରମ୍ଭ ହେଲା ଜବରଦଖଲ ଉଚ୍ଛେଦ ଅଭିଯାନ : ସବୁ ଆପ୍ରୋଚ୍ ରୋଡ୍ ହେବ ଓସାରିଆ

Published By : Prameya-News7 Bureau | November 09, 2018 IST

କଟକ ୯|୧୧: ବାଲିଯାତ୍ରାରେ ଭିଡ ନିୟନ୍ତ୍ରଣ ପାଇଁ ଆଜି ସି ଏମ୍ ସି ଓ କମିଶନରେଟ୍ ପୋଲିସ୍ ପକ୍ଷରୁ ଉଚ୍ଛେଦ ଅଭିଯାନ ଆରମ୍ଭ ହୋଇଛି । ଉପର ଓ ତଳ ବାଲିଯାତ୍ରା ପଡିଆକୁ ଯେଉଁ ସବୁ ଆପ୍ରୋଚ ରୋଡ୍ ରହିଛି ସେହି ଆପ୍ରୋଚ୍ ରୋଡ୍ ଗୁଡିକରୁ ଜବରଦଖଲ ହଟାଯାଇଛି । ବର୍ଷ ବର୍ଷ ଧରି ଏହି ଜବରଦଖଲକାରୀ ମାନଙ୍କ ପାଇଁ ଗଡଗଡିଆ ମନ୍ଦିର ନିକଟ ଆପ୍ରୋଚ୍ ରୋଡ୍ ରେ ବାଲିଯାତ୍ରା ସମୟରେ ପ୍ରବଳ ଭିଢ ହୁଏ । .ଅଧିକାଂଶ ସମୟରେ ପୋଲିସ୍ ପକ୍ଷେ ଏହି ସବୁ ସ୍ଥାନରେ ଭିଡ ନିୟନ୍ତ୍ରଣ ସମ୍ଭବ ହୋଇନଥାଏ..ଏପରିକି ଅଧିକାଂଶ ସମୟରେ ଏହି ସ୍ଥାନରେ ହି  ଦଳା ଚକଟା ର ଆଶଙ୍କା ମଧ୍ୟ ଉପୁଜିଥାଏ . ତେଣୁ ଚଳିତ ବର୍। ଜବରଦଖଲ ହଟାଇ, ଏହି ସବୁ ଆପ୍ରୋଚ୍ ରୋଡ୍ ଗୁଡିକୁ ଅଧିକ ଓସାର କରିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି । କଟକର ଐତିହାସିକ ବାଲିଯାତ୍ରା ଏଥର ସାତ ଦିନ ପରିବର୍ତ୍ତେ ଦଶ ଦିନ ହେବ । ଉଭୟ ଜିଲ୍ଲା ପ୍ରଶାସନ ଓ ବାଲିଯାତ୍ରା ବ୍ୟବସାୟୀ ସଂଘ ଏପ୍ରକାର ନିଷ୍ପତ୍ତି ନେଇଛନ୍ତି । ବାଲିଯାତ୍ରାର ଗୁରୁତ୍ବକୁ ଆଖି ଆଗରେ ରଖି ଏପ୍ରକାର ଐତିହାସିକ ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି । ସେହିଭଳି  ପ୍ଲଟ୍ ଦର ଧାର୍ଯ୍ୟ ନେଇ ଜିଲ୍ଲା ପ୍ରଶାସନ ଓ ବ୍ୟବସାୟୀ ସଂଘ ଭିତରେ ଚାଲିଥିବା ଟଣାଓଟରା ସରିଛି । ଯାତ୍ରା ଦଶ ଦିନ ହେଉଥିବାରୁ ବେପାରୀମାନଙ୍କୁ ବର୍ଗଫୁଟ୍ ପାଇଁ ସେହି ୨୭ ଟଙ୍କା ହିସାବରେ ଆନୁପାତିକ ଦରରେ ଦେୟ ଦେବାକୁ ପଡିବ । ବାଲିଯାତ୍ରାରେ ସିଟି ଫେଷ୍ଟିଭାଲ୍‌ କରିବାକୁ ଦିଆଯାଇଥିବା ପ୍ରସ୍ତାବରୁ ଓହରିଯାଇଛି ଜିଲ୍ଲା ପ୍ରଶାସନ । ତେବେ ଏପଟେ ବାଲିଯାତ୍ରା ଚାଲିଥିବା ବେଳେ ବାରବାଟୀ ଷ୍ଟାଡିୟମ୍‌ ପରିସରରେ ୩୦ ତାରିଖରୁ ୨ ତାରିଖ ପର୍ଯ୍ୟନ୍ତ ସିଟି ଫେଷ୍ଟିଭାଲ୍ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.