Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ‘ଜଓ୍ଵାଦ’ ପ୍ରଭାବ: ଆସନ୍ତାକାଲି ୧୯ ଜିଲ୍ଲାରେ ସ୍କୁଲ ଛୁଟି
  • ||
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ପୁରୀ ବେଳାଭୂମିରୁ ଜବରଦଖଲ ଉଛେଦ ଆରମ୍ଭ, ରାସ୍ତାରେ ବସି ବିରୋଧ କଲେ ଉଠାଦୋକାନୀ

11/11/2021 at 2:34 PM

ପୁରୀ ୧୧।୧୧: ପୁରୀ ସମୁଦ୍ରକୂଳକୁ ଅବରୋଧ ମୁକ୍ତ, ପରିଷ୍କାର ପରିଚ୍ଛନ୍ନ ରଖିବା ସହ ଟ୍ରାଫିକ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ପୌରସଂସ୍ଥା ପକ୍ଷରୁ ଆରମ୍ଭ ହୋଇଛି ଉଛେଦ ପ୍ରକ୍ରିୟା। ବେଳାଭୂମି ଓ ରାସ୍ତାର ଦୁଇପାର୍ଶ୍ୱରେ ଥିବା ଉଠା ଦୋକାନୀଙ୍କୁ ଉଛେଦ କରାଯାଇଥିବା ବେଳେ ଦିଗବାରିଣୀ ଛକରୁ ହୋଟେଲ ସି ଗଲ ହାଇମାକ୍ସ ଲାଇଟ ଛକ ପର୍ଯ୍ୟନ୍ତ ଏହି ଉଚ୍ଛେଦ କରାଯାଇଛି।

ସେହିପରି ଏହା ପୂର୍ବରୁ ପୁରୀ ପୌରପାଳିକା ପକ୍ଷରୁ ଏନେଇ ଉଠା ଦୋକାନୀଙ୍କୁ ନୋଟିସ କରାଯାଇଥିଲା। ଏବେ ପର୍ଯ୍ୟଟନ ଋତୁ ଚାଲିଥିବା ବେଳେ ହଠାତ ତରବରିଆ ଭାବେ ପୌରସଂସ୍ଥା ପକ୍ଷରୁ ଉଠା ଦୋକାନୀଙ୍କୁ ବେଳାଭୂମିରୁ ହଟାଯିବା ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଉଛେଦ ପାଇଁ ପୌର ଏନଫୋର୍ସମେଣ୍ଟ ଅଧିକାରୀ, ସିଟି ଡ଼ିଏସପି ଓ ସମୁଦ୍ରକୂଳ ଥାନା ଅଧିକାରୀଙ୍କ ସହ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି।

ବେଳାଭୂମିରେ ଦୋକାନ କରି ପରିବାର ପ୍ରତିପୋଷଣ କରୁଥିବା ଉଠାଦୋକାନୀଙ୍କୁ ଥଇଥାନ ନକରି ଏଭଳି ଉଛେଦ କରିବା ଠିକ୍ ନୁହେଁ ବୋଲି କ୍ଷତିଗ୍ରସ୍ତ ଉଠା ଦୋକାନୀ କହିଛନ୍ତି। ସେପଟେ ଘଟଣାକୁ ନେଇ ପୁରୀ ସମୁଦ୍ରକୂଳରେ ଉଠା ଦୋକାନୀ ମାଙ୍କ ରୋକ।ରାସ୍ତା ରୋକ୍ କରିଥିଲେ । ପ୍ରଥମେ ଥଇଥାନ ଓ ପରେ ଉଛେଦ ଦାବି କରିଛନ୍ତି ଦୋକାନୀ ।

   Related Posts