ଆଜି ପାଇଁ ସ୍ଥଗିତ ରହିଲା ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ବରୁ ଉଚ୍ଛେଦ କାମ

Published By : Prameya-News7 Bureau | December 10, 2019 IST

ଭୁବନେଶ୍ବର ୧୦।୧୨: ଆଜି ପାଇଁ ସ୍ଥଗିତ ରହିଲା ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ବରୁ ଉଚ୍ଛେଦ କାମ । ବିଭିନ୍ନ ସଂଗଠନର ବିରୋଧ ଯୋଗୁଁ ଉଚ୍ଛେଦ କାମ ସ୍ଥଗିତ ରହିଛି । ଆସନ୍ତାକାଲି ବିଏମସି କମିଶନରଙ୍କ ସହ ଆଲୋଚନା ପରେ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହେବ ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ଆଜି ଉଚ୍ଛେଦ ବେଳେ ପ୍ରବଳ ବିରୋଧ ଦେଖିବାକୁ ମିଳିଥିଲା । ଲିଙ୍ଗରାଜ ଥାନା ଘେରିଥିଲେ ବିଭିନ୍ନ ସଂଗଠନ । ବିଧାୟକ ସୁର ରାଉତରାୟଙ୍କ ନେତୃତ୍ବରେ ବିଭିନ୍ନ ସଙ୍ଗଠନ ବିରୋଧ କରି ଧାରଣାରେ ବସିଥିଲେ । ସେହିପରି ବିଜେପି ଉପସଭାପତି ସମୀର ମହାନ୍ତିଙ୍କ ନେତୃତ୍ବରେ କର୍ମୀ ଧାରଣାରେ ବସି ଉଚ୍ଛେଦକୁ ବିରୋଧ କରିଥିଲେ । ଗତକାଲି  ମନ୍ଦିର ନିକଟସ୍ଥ ୩ ଦିଗରୁ ୬୬ଟି ଛୋଟ ଓ ମଧ୍ୟମ ଧରଣର ଦୋକାନକୁ ଭଙ୍ଗାଯାଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.