Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||
  • ଷ୍ଟୋକ୍ସଙ୍କ ଧୂଆଁଧାର ଶତକ ଓ ସଞ୍ଜୁଙ୍କ ଦମଦାର ଫିଫ୍ଟି: ୮ ଓ୍ବିକେଟ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇଲା ରାଜସ୍ଥାନ ରୟାଲ୍ସ
  • ||

ଲିଙ୍ଗରାଜ ମନ୍ଦିର ନିକଟରେ ଆଜି ବି ଜାରି ରହିବ ଉଚ୍ଛେଦ କାର୍ଯ୍ୟ, ଗତକାଲି ଭାଙ୍ଗିଥିଲା ୬୬ଦୋକାନ

10/12/2019 at 7:41 AM

ଭୁବନେଶ୍ବର ୧୦।୧: ଶ୍ରୀଲିଙ୍ଗରାଜଙ୍କ ପାରିପାର୍ଶ୍ବିକ ବିକାଶ ଯୋଜନା ଅନୁଯାୟୀ ଗତକାଲିଠାରୁ ବଡ ଧରଣର ଉଚ୍ଛେଦ ଆରମ୍ଭ ହୋଇଛି। ଆଜି ବି ଏହି ଉଚ୍ଛେଦ କାର୍ଯ୍ୟ ଜାରି ରହିବ ବୋଲି ବିଡିଏ ପକ୍ଷରୁ ସୂଚନା ଦିଆଯାଇଛି।

ଗତକାଲି ପ୍ରଶାସନର ପୂର୍ବ ଘୋଷଣା ଅନୁଯାୟୀ ଶ୍ରୀଲିଙ୍ଗରାଜ ମନ୍ଦିର ନିକଟସ୍ଥ ୩ ଦିଗରୁ ୬୬ଟି ଛୋଟ ଓ ମଧ୍ୟମ ଧରଣର ଦୋକାନକୁ ଭାଙ୍ଗିଦିଆଯାଇଛି। ବିଭିନ୍ନ ଦୋକାନର ବେଆଇନ ନିର୍ମାଣକୁ ଭଙ୍ଗାଯାଇଥିଲା। ଏଥିରେ ରାସ୍ତାକୁ ମାଡି ନିର୍ମାଣ କରାଯାଇଥିବା ଏବଂ ରାସ୍ତାରେ ଦୋକାନ ପକାଇଥିବା  ଦୋକାନକୁ ଉଚ୍ଛେଦକାରୀ ଟିମ୍ ଭାଙ୍ଗିଥିଲେ।

ଏହା ବ୍ୟତୀତ ୪ଟି ଝୁମ୍ପୁଡି ଏବଂ ଦୁଇଟି ଚଉତରା ମଣ୍ଡପକୁ ଭଙ୍ଗାଯାଇଛି। ଭଜନ ମଣ୍ଡପକୁ ଶହ ଶହ ଲୋକ ବିରୋଧ କରିବାରୁ ଉଚ୍ଛେଦ କାର୍ଯ୍ୟ ବନ୍ଦ କରାଯାଇଥିଲା। ଯେଉଁ ବ୍ୟବସାୟିକ ପ୍ରତିଷ୍ଠାନ, ବାସଗୃହ ଭଙ୍ଗାଯାଇଛି ସେମାନଙ୍କୁ କ୍ଷତିପୂରଣ, ସ୍ଥାୟୀ ବାସଗୃହ ବ୍ୟବସ୍ଥା ଓ ଭଙ୍ଗାଯାଇଥିବା ମଣ୍ଡପ ଓ ପାଣିଟାଙ୍କିର ପୁନଃ ନିର୍ମାଣ କରିବାର ଉପଯୁକ୍ତ ବ୍ୟବସ୍ଥା କରି ଉଚ୍ଛେଦ କରିବାକୁ ଉତ୍ତ୍ୟକ୍ତ ଲୋକେ ଦାବି ରଖିଥିଲେ।

   Related Posts