ଶ୍ରୀମନ୍ଦିର ଚାରିପଟୁ ୭୫ ମିଟର ଉଚ୍ଛେଦ ପ୍ରକ୍ରିୟା ଜାରି, ଆଜି ମାଟିରେ ମିଶିବ ଏମାର ମଠ

Published By : Prameya-News7 Bureau | August 28, 2019 IST

ପୁରୀ ୨୮୮:  ଶ୍ରୀମନ୍ଦିର ଚାରିପଟୁ ୭୫ ମିଟର ଉଚ୍ଛେଦ ପ୍ରକ୍ରିୟା ଜାରି । ଆଜି ମାଟିରେ ମିଶିବ ଏମାର ମଠ । ମଠର ପ୍ରଥମ ମହଲାରେ ଥିବା ରଘୁନନ୍ଦନ ପାଠାଗାରକୁ ସ୍ଥାନାନ୍ତର କରାଯିବ ।  ସେହିପରି ବଡ ଆଖଡା ମଠ ଉପରେ ବୁଲିବ ବୁଲଡୋଜର ।

ସେହିପରି ଶ୍ରୀମନ୍ଦିର ସମ୍ମୁଖରେ ଥିବା ଅସୁରକ୍ଷିତ କୋଠା ଭଙ୍ଗାଯିବ । ଆଇନଶୃଙ୍ଖଳା ଉପରେ ନଜର ରଖିବା ପାଇଁ ୮ ଜଣ ମାଜିଷ୍ଟ୍ରେଟ୍, ରାପିଡ୍ ଆକ୍ସନ ଫୋର୍ସ ସମେତ ୩୦ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ ଅଛନ୍ତି । ଗତକାଲି ଶତାଧିକ ବର୍ଷର ପୁରୁଣା ଲଙ୍ଗୁଳି ମଠ ଧୂଳିସାତ ହୋଇଯାଇଛି । କେବଳ ମଠ ଭିତରେ ଥିବା ଛୋଟିଆ ମନ୍ଦିରକୁ ଭଙ୍ଗାଯାଇନି ।

ଗତ ସପ୍ତାହରେ ମେଘନାଦ ପାଚେରିକୁ ଲାଗି ଅବରୋଧ ମୁକ୍ତ ଓ ସିପସରୁବାଲି ଅଞ୍ଚଳରେ ଜବରଦଖଲ ଉଚ୍ଛେଦ ହୋଇଥିଲା । ପୁରୀ ସହରର ଚିତ୍ର ସଂପୂର୍ଣ୍ଣ ବଦଳାଇବା ଲାଗି ରାଜ୍ୟ ସରକାର ଅଣ୍ଟା ଭିଡିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.