ପୁରୀରେ ପୁଣି ଉଚ୍ଛେଦ, ଏଥର ମଙ୍ଗୁ ମଠ ପାଳି

Published By : Prameya-News7 Bureau | December 09, 2019 IST

ପୁରୀ ୯।୧:  ପୁରୀ ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖ ଅଞ୍ଚଳରୁ ପୁଣି ଗତକାଲିଠାରୁ ଆରମ୍ଭ ହୋଇଛି ଉଚ୍ଛେଦ କାର୍ଯ୍ୟ। ଶ୍ରୀମନ୍ଦିରଠାରୁ ୭୫ ମିଟର ପର୍ଯ୍ୟନ୍ତ ଉଚ୍ଛେଦ ପ୍ରକ୍ରିୟା ଭିତରେ ଏବେ ମଙ୍ଗୁ ମଠର ଉଚ୍ଛେଦ ପାଳି ପଡିଛି । ଆଜି ମଙ୍ଗୁ ମଠ ଆଖପାଖ ଜବରଦଖଲ ଉଚ୍ଛେଦ ନେଇ ପ୍ରଶାସନ ପ୍ରକ୍ରିୟା ଆରମ୍ଭ କରିଛି । ଉଚ୍ଛେଦ ନେଇ ମଠ ମହନ୍ତ ଏବଂ ପ୍ରଶାସନ ମଧ୍ୟରେ ଆଲୋଚନା ହୋଇଛି ।

{"id":195537,"sizeSlug":"large"}

ବର୍ତ୍ତମାନ ସୁଦ୍ଧା ଶ୍ରୀମନ୍ଦିର ସୁରକ୍ଷା ଜୋନ୍ ଭିତରେ ଆସୁଥିବା ୩ଟି ମଠର ଉଚ୍ଛେଦ କରିଛି ପୁରୀ ପ୍ରଶାସନ । ଶ୍ରୀମନ୍ଦିର ସାମ୍ନାରେ ଥିବା ଏମାର ମଠ, ଲଙ୍ଗୁଳି ମଠ ଏବଂ ବଡ଼ ଆଖଡ଼ା ମଠର ପ୍ରାୟ ଦଶ ଏକର ଜମି ପ୍ରଶାସନ ଦଖଲକୁ ଯାଇଛି ।

{"id":195539,"sizeSlug":"large"}

ଗତକାଲି ସିଂହଦ୍ବାର ସମ୍ମୁଖରେ ଥିବା ଏମାର ମଠର ୩ଟି ଦୋକାନ ଘରକୁ ଭାଙ୍ଗି ଦିଆଯାଇଛି। ଏହି ବ୍ୟବସାୟିକ ପ୍ରତିଷ୍ଠାନ ଗୁଡ଼ିକ ବହୁବର୍ଷ ଧରି ସେଠାରେ ବ୍ୟବସାୟ କରି ଆସୁଥିଲେ। ତେବେ ୭୫ ମିଟର ସୁରକ୍ଷା ଜୋନରେ ସେଗୁଡ଼ିକୁ ଉଚ୍ଛେଦ କରି ଦିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.