ଆଜି ଆରଟିଓ-୨ ପାଳି, କବଜାରେ ଥିବା ସରକାରୀ ଜାଗା ଉଚ୍ଛେଦ

Published By : Prameya-News7 Bureau | October 01, 2019 IST

ଭୁବନେଶ୍ବର ୧୧୦: ଆଜି ଆରଟିଓ-୨ର ପାଳି । ଆରଟିଓ-୨ ପରିସରରେ ଦଲାଲଙ୍କ କବଜାରେ ଥିବା ଜାଗାରୁ ଜବରଦଖଲ ହଟାଯାଉଛି । ଦଲାଲରାଜ ବିରୋଧରେ ସରକାର ଆଭିମୁଖ୍ୟ କଠୋର କରିଛନ୍ତି ।

{"id":164906}

ଆରଟିଓ କାର୍ଯ୍ୟାଳୟ ସାମ୍ନା ଓ ଆଖପାଖ ଅଞ୍ଚଳକୁ ଦଲାଲମାନେ କ୍ୟାବିନ୍ ଓ ପିଣ୍ଡି କରି ମାଡି ବସିଥିଲେ । ଫଳରେ କାର୍ଯ୍ୟାଳୟକୁ ଆସୁଥିବା ଲୋକ ରାସ୍ତା ଉପରେ ଗାଡି ପାର୍କିଂ କରିବାକୁ ବାଧ୍ୟ ହେଉଥିଲେ । ଫଳରେ ଟ୍ରାଫିକ୍ ସମସ୍ୟା ଉପୁଜୁଥିଲା । ବିଡିଏ, ବିଏମସି, ସ୍ମାର୍ଟସିଟି କର୍ତ୍ତୃପକ୍ଷ ଏବଂ ପୋଲିସ ସହାୟତାରେ ଜବରଦଖଲ ଉଚ୍ଛେଦ କରାଯାଉଛି ।

ଗତକାଲି ଆରଟିଓ-୧ରେ ଦଲାଲଙ୍କ କବଜାରେ ଥିବା ସରକାରୀ ଜାଗାକୁ ଉଚ୍ଛେଦ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.