ପୁରୀ ସ୍ବର୍ଗଦ୍ବାରରେ ଉଚ୍ଛେଦ ଅଭିଯାନ ଜୋରଦାର

Published By : Prameya-News7 Bureau | December 13, 2019 IST

ପୁରୀ ୧୩।୧୨ -  ପୁରୀ ସ୍ବର୍ଗଦ୍ବାରରେ ଆଜି ଉଚ୍ଛେଦ ଅଭିଯାନ ଜୋରଦାର କରାଯାଇଛି। ସେପଟେ ଶ୍ରୀମନ୍ଦିର ସୁରକ୍ଷା ଜୋନରେ ଥିବା ସାନଛତା ମଠରେ ଆଜି ଚାଲିଥିଲା ଉଚ୍ଛେଦ। ସେହିପରି ଭୁବନେଶ୍ବର ଏକାମ୍ର କ୍ଷେତ୍ର ପାଇଁ ସରକାର ନୂଆ ପ୍ୟାକେଜ ଘୋଷଣା କରିବା ପରେ ଉଚ୍ଛେଦ ଅଭିଯାନ ପୁଣି ତେଜିଛି। 

{"id":197381,"sizeSlug":"large"}

ସ୍ବର୍ଗଦ୍ବାରର ନବୀକରଣ ପାଇଁ ଜାରି ରହିଛି ଉଛେଦ । ୭୨ ଲକ୍ଷ ଟଙ୍କା ଖର୍ଚ୍ଚରେ ନିର୍ମିତ ଶବଦାହ ଚିମିନିକୁ ମାଟିରେ ମିଶାଇ ଦେଇଛି ପ୍ରଶାସନ । ୨୦୧୫ରେ ଗ୍ରୀନ୍ ଟ୍ରବ୍ୟୁନାଲଙ୍କ ନିର୍ଦ୍ଦେଶକ୍ରମେ ଏହା ତିଆରି ହୋଇଥିଲା । କିଛି ଦିନ ଚାଲିବା ପରେ ଏହା ଅଚଳ ହୋଇ ପଡିଥିଲା । ସ୍ବର୍ଗଦ୍ବାରରୁ ପୁରୁଣା କୋଠା, ପ୍ରତୀକ୍ଷାଳୟ, ପୁରାତନ ସମାଧିକୁ ସଂପୁର୍ଣ୍ଣ ଭଙ୍ଗା ସରିଲାଣି । ବିଜୁ ପଟ୍ଟନାୟକଙ୍କ ସମାଧିକୁ ପୂର୍ବ ଘୋଷଣା ମୁତାବକ ଖୁବ୍ ଶୀଘ୍ର ସ୍ଥାନାନ୍ତର କରାଯିବ । ଶବଦାହ ପାଇଁ ଏବେ ସ୍ବର୍ଗଦ୍ବାରର ଗୋଟିଏ ପାର୍ଶ୍ବରେ ବ୍ୟବସ୍ଥା କରାଯାଇଛି । ଶବଦାହ ପାଇଁ ସ୍ବତନ୍ତ୍ର ପିଣ୍ଡିର ବ୍ୟବସ୍ଥା ହେଉଥିବା ବେଳେ ଅତ୍ୟାଧୁନିକ ପ୍ରତୀକ୍ଷାଳୟ, ସ୍ନାନାଗାର, ଶବ ସଂରକ୍ଷଣ ପାଇଁ ମୋରଚୁଆରି, ଅସ୍ଥି ରଖିବା ପାଇଁ ଲକର ବ୍ୟବସ୍ଥା କରାଯାଉଛି । ସେପଟେ ଶ୍ରୀମନ୍ଦିର ୭୫ ମିଟର ମଧ୍ୟରେ ଥିବା ସାନଛତା ମଠର ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି ।

{"id":197384,"sizeSlug":"large"}

ସେପଟେ ଲିଙ୍ଗରାଜ ମନ୍ଦିରର ନବୀକରଣ ପାଇଁ ଜାରି ରହିଛି ଉଚ୍ଛେଦ । ପ୍ରବଳ ବିରୋଧ ସତ୍ବେ ତାରିଣୀ ମନ୍ଦିରକୁ ଭାଙ୍ଗିଛି ପ୍ରଶାସନ । ଗୁରୁବାର ଏହି ମନ୍ଦିର ନିକଟରୁ କିନ୍ତୁ ଫେରିଥିଲା ବୁଲଡୋଜର । ଲିଙ୍ଗରାଜ ମନ୍ଦିରର ସୌନ୍ଦର୍ଯ୍ୟକରଣ ପାଇଁ ୯ଟି ପ୍ରକଳ୍ପ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏଥିରେ ସୁଦୃଶ୍ୟ ପ୍ରବେଶ ପଥ, ବିନ୍ଦୁସାଗରର ପୁନରୁଦ୍ଧାର, ଅତ୍ୟାଧୁନିକ ପାର୍କିଂ, ଲିଙ୍ଗରାଜ ଐତିହ୍ୟ ପ୍ରକଳ୍ପ, କେଦାର-ଗୌରୀ ଓ ମୁକ୍ତେଶ୍ୱର ପରିସରର ବିକାଶ କରାଯିବ । ତେବେ ଏହି ଉଚ୍ଛେଦ ପ୍ରକ୍ରିୟା ପାଇଁ କ୍ଷତିଗ୍ରସ୍ତଙ୍କୁ ସହାୟତା ଘୋଷଣା କରିଛନ୍ତି ସରକାର । ସେମାନଙ୍କୁ ଖୁବ୍‌ ଶୀଘ୍ର ଥଇଥାନ ବ୍ୟବସ୍ଥା ମଧ୍ୟ କରାଯିବ ।

{"id":197385,"sizeSlug":"large"}

ଶ୍ରୀମନ୍ଦିର ସହ ଏକାମ୍ରକ୍ଷେତ୍ରର ଉନ୍ନତି ଓ ସୌନ୍ଦର୍ଯ୍ୟକରଣ ପାଇଁ ସରକାର ନକ୍ସା ପ୍ରସ୍ତୁତ କରିଛନ୍ତି । ଏହାସହ ୪ ମାସ ମଧ୍ୟରେ ସ୍ବର୍ଗଦ୍ବାରର ବିକାଶ ପାଇଁ ଜୋରସୋରରେ ଚାଲିଛି କାମ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.