Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯାଜପୁର : ରାସ୍ତା ନିର୍ମାଣକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ, ୭ ଆହତ
  • ||
  • ବୁର୍ଲା ଭୀମସାରରେ ଅଘଟଣ, ବିଦ୍ୟୁତ ତାର ଛିଣ୍ଡି ପୋଡିଗଲା ରକ୍ତ ଭଣ୍ଡାର ଓ ପ୍ଲାଜମା ବ୍ୟାଙ୍କର ୫ଟି ଫ୍ରିଜର
  • ||
  • ଯୁକ୍ତ ୨ କଲେଜ୍ ଖୋଲିବାକୁ ପ୍ରସ୍ତୁତି ! ବିଶୋଧନ ଓ ସଫା କରି କ୍ଲାସ୍ ରୁମ୍ ପ୍ରସ୍ତୁତ କରିବାକୁ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ
  • ||
  • ଫ୍ରାନ୍ସରେ ବିଜୟ ମାଲ୍ୟାଙ୍କ ବିରୋଧରେ EDଙ୍କ ବଡ କାର୍ଯ୍ୟାନୁଷ୍ଠାନ, ଜବତ ହେଲା ୧.୬ ମିଲିୟନ ୟୁରୋ ସମ୍ପତ୍ତି
  • ||

SCB ମେଡିକାଲ ସଂଯୋଗୀକରଣ ରାସ୍ତାର ସଂପ୍ରସାରଣ କାମ ଆରମ୍ଭ, ମାତୃଭବନଠାରୁ ରାଣୀହାଟ ଯାଏ ହେବ ଉଚ୍ଛେଦ କାର୍ଯ୍ୟ

18/11/2020 at 10:10 AM

କଟକ ୧୮।୧୧: କଟକ SCB ମେଡିକାଲ ସଂଯୋଗୀକରଣ ରାସ୍ତାର ସଂପ୍ରସାରଣ କାମ ଆରମ୍ଭ ହୋଇଛି ।  ମାତୃଭବନଠାରୁ ରାଣୀହାଟ ଯାଏ ହେବ ଉଚ୍ଛେଦ କାର୍ଯ୍ୟ ।  ତାଳଦଣ୍ଡା କେନାଲର ଉଭୟ ପାର୍ଶ୍ବରେ ୩ ଲେନ୍‌ର ରୋଡ୍‌ ହେବ ।

ଏସ୍‌ସିବି ମେଡିକାଲକୁ ସଂଯୋଗ କରୁଥିବା ରାସ୍ତାର ସମ୍ପ୍ରସାରଣ ଲାଗି  ଆଜି ମାତୃଭବନଠାରୁ ରାଣୀହାଟ ଯାଏ ହେବ ଉଛେଦ । ତାଳଦଣ୍ଡା କେନାଲର ପାର୍ଶ୍ବରେ ଥିବା ରାସ୍ତାର ହେବ ସମ୍ପ୍ରସାରଣ କରି ଏହାକୁ ୩  ଲେନ୍‌ ରୋଡ କରାଯିବ । ପ୍ରଥମ ପର୍ଯ୍ୟାୟରେ ଯୋବ୍ରାଠାରୁ ରାଣୀହାଟ ପର୍ଯ୍ୟନ୍ତ ସମ୍ପ୍ରସାରଣ ହୋଇଛି । ଏବେ ଦ୍ଵିତୀୟ ପର୍ଯ୍ୟାୟରେ ମାତୃଭବନଠାରୁ ରାଣୀହାଟ ଯାଏ  ରୋଡ ସମ୍ପ୍ରସାରଣ କରାଯିବ।  ଏଥି ପାଇଁ ଆଜି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହେବ । ପୂର୍ବରୁ ଜିଲ୍ଲା ପ୍ରଶାସନ ଦ୍ବାରା ସର୍ଭେ ପକ୍ରିୟା ଶେଷ ହୋଇଛି । ଏପରିକି ୫ ଟି ସଚିବ ମଧ୍ୟ ଉଚ୍ଛେଦ ହେବାକୁ ଥିବା ସ୍ଥାନକୁ ବୁଲି ଦେଖିଥିଲେ ।

   Related Posts