Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||

ବୁଲିଲା ବୋଲଡୋଜର, ଭାଙ୍ଗିଲା ବେଆଇନ୍ ନିର୍ମାଣ ; ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ ଅଭିଯାନ ଜୋରଦାର

4/11/2020 at 2:32 PM

ଭୁବନେଶ୍ୱର ୦୪।୧୧: ରାଜଧାନୀରେ ଜବରଦଖଲକାରୀ ସାବଧାନ। ବେଆଇନ୍ ନିର୍ମାଣ ଉପରେ ବୁଲୁଛି ବୁଲଡୋଜର। ଭୁବନେଶ୍ବରରେ ଚାଲିଛି ଜବରଦଖଲ ଉଚ୍ଛେଦ। ଆଜି ଗାଡ଼କଣ ମୌଜାର ଅରବିନ୍ଦ ନଗର ଏବଂ ତାରିଣୀ ବସ୍ତି ୱାର୍ଡ ନମ୍ବର ୯ରେ ଉଚ୍ଛେଦ କାର୍ଯ୍ୟ କରାଯାଉଛି।

ସେହିପରି କେଶରୀ ନଗର ଅଞ୍ଚଳରେ ନିର୍ମାଣ ସୌଧ ସାମ୍ନାରେ ୧୮ଟି ବସ୍ତି ଘରକୁ ଉଚ୍ଛେଦ କରାଯାଉଛି। ଗତକାଲି  ପାତ୍ରପଡା ଫୁଲେଶ୍ବର ବସ୍ତିରେ ବେଆଇନ୍ ନିର୍ମାଣକୁ ଭାଙ୍ଗିଛି ବିଏମସି ବିଡିଏ ଏନଫୋର୍ସମେଣ୍ଟ ସ୍କ୍ବାଡ।  ବସ୍ତିରେ ବେଆଇନ୍ ଭାବେ ନିର୍ମାଣ ହୋଇଥିବା ୨ଟି ଘରକୁ ଭଙ୍ଗାଯାଇଛି। ଗୋଟିଏ ଘରେ କ୍ଲିନିକ୍ ଚାଲିଥିବା ବେଳେ ଅନ୍ୟ ଏକ ପ୍ଲଟରେ ୬ ବଖରା ଘର ତିଆରି ହୋଇଥିଲା । ତେବେ ଉଚ୍ଛେଦ ବେଳେ ବିରୋଧର ସମ୍ମୁଖୀନ ହୋଇଥିଲା ବିଏମସି । ମହିଳାମାନେ ଉଚ୍ଛେଦକୁ ବିରୋଧ କରିଥିଲେ ।

ସେହିପରି ପାତ୍ରପଡା ଆନ୍ଧ୍ରବ୍ୟାଙ୍କ ନିକଟରେ ତିଆରି ହୋଇଥିବା ୨ଟି ଘରକୁ ମଧ୍ୟ ମାଟିରେ ମିଶାଇ ଦେଇଛି ଏନଫୋର୍ସମେଣ୍ଟ ସ୍କ୍ବାଡ । ପାତ୍ରପଡା ଉଦୟଗିରି ବିହାରରେ ମଧ୍ୟ ବେଆଇନ୍ ନିର୍ମାଣ ଉପରେ ବୁଲିଛି ବୁଲଡୋଜର। ଗତ ଦୁଇ ସପ୍ତାହ ହେଲା ବିଏମସି ବିଡିଏ ପକ୍ଷରୁ ଜାରି ରହିଛି ଉଚ୍ଛେଦ। ଏ ଭିତରେ ୨୦ ଏକର ଜମିରୁ ଜବରଦଖଲ ହଟାଯାଇଛି। ବିଶେଷ କରି ଶ୍ମଶାନ ଜମିରୁ ଜବରଦଖଲ ହଟାଯାଇଛି ।

ସୋମବାର ଡମଣା ଶ୍ମଶାନ ଜମିରେ ଥିବା ଅଭିରାମ ମଠ ସହ ବେଆଇନ୍ ଭାବେ ନିର୍ମାଣ ହୋଇଥିବା ଘରକୁ ମଧ୍ୟ ଭଙ୍ଗାଯାଇଛି।  ବ୍ଲୁଇସ୍ ୱେବସାଇଟରୁ ତଥ୍ୟ ନେଇ ଜବରଦଖଲକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଉଛି ବିଏମସି। ଇନଫୋସିଟି ଥାନା ଅଧିନରେ ବହୁ ବ୍ୟକ୍ତି ଏବଂ ଅନୁଷ୍ଠାନ ସରକାରଙ୍କ ଜମି ମାଡି ବସିଛନ୍ତି । ଖୁବଶୀଘ୍ର ସେଠାରେ ଜବରଦଖଲ ହଟାଯିବ । ସେ ନେଇ ଚିଠା ପ୍ରସ୍ତୁତ କରିସାରିଛନ୍ତି ରାଜ୍ୟ ସରକାର।

   Related Posts