ଆରମ୍ଭ ହେଲା ରାଜଧାନୀକୁ ଜବରଦଖଲ ମୁକ୍ତ କରିବା ଅଭିଯାନ
6/08/2018 at 1:04 PM

ଭୁବନେଶ୍ବର ୬|୮ ଆକ୍ସନ ମୁଡରେ ବିଏମସି । ରାଜଧାନୀରେ ଜବରଦଖଲ ଉଛେଦ ନେଇ ଏବେ କଡା କାର୍ଯ୍ୟାନଷ୍ଠାନ ଗ୍ରହଣ କରୁଛି। ଅସରାଏ ବର୍ଷା ହେଲେ ଭୁବନେଶ୍ବର ଜଳବନ୍ଦୀ ହେଇଯାଉଛି। ଏହାକୁ ନେଇ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଛି। ତେବେ ବିନା ନୋଟିସରେ ଉଛେଦ କରୁଥିବା ରାଜଧାନୀବାସୀ ଅଭିଯୋଗ କରିଛନ୍ତି।
ରାଜଧାନୀରେ ଥିବା ସମସ୍ତ ଜବରଦଖଲ ଉଛେଦ ପାଇଁ ଆରମ୍ଭ ହୋଇଥିବା ପ୍ରକ୍ରିୟାରେ ବାଣୀବିହାର, ସାଲିଆସାହି, ଶସ୍ତ୍ରୀନଗର, ବେହେରା ସାହି ଭଳି ବିଭିନ୍ନ ଓ୍ବାର୍ଡରେ ଉଚ୍ଛେଦ ହୋଇଛି । ଅସରାଏ ବର୍ଷା ହେଲେ ଭୁବନେଶ୍ବରେ ହେଉଛି ଜଳବନ୍ଦୀ । ଭୁବନେଶ୍ବରେ ଥିବା ୧୦ ଟି ବଡ ଡ୍ରେନ ଏବେ ଜବରଦଖଲ କବଳରେ। ଏହାକୁ ଜବର ଦଖଲମୁକ୍ତ କରିବା ପାଇଁ ଏଭିକସନ ପ୍ରକ୍ରିୟା ଅାରମ୍ଭ କରିଛି ବିଏମସି । ତେବେ ବିନା ନୋଟିସରେ ଏଭିକସନ କରୁଥିବା ବସ୍ତିବାସନ୍ଦା ଅଭିଯୋଗ ବାଢିଛନ୍ତି । ଏହାକୁ ନେଇ ବିଏମସି ମେୟର ଏବଂ କମିଶନର ଦ୍ବାରସ୍ଥ ହେଲେ ମଧ୍ୟ କେହି ଶୁଣୁ ନାହାନ୍ତି ବୋଲି ବସ୍ତି ବାସିନ୍ଦା ଅଭିଯୋଗ କରିଛନ୍ତି।
ଅନ୍ୟପଟେ ରାଜଧାନୀକୁ ଜବଦଖଲମୁକ୍ତ କରିବା ବିଏମସି ଏଭଳି ନିଷ୍ବତ୍ତି ନେଇଛି ବୋଲି ମେୟର କହିଛନ୍ତି। ତେବେ ଏଥିରେ କ୍ଷୟକ୍ଷତି ହେଉଥିବା ଲୋକଙ୍କ ସାହାର୍ଯ୍ୟ ମଧ୍ୟ କରାଯାଉଛି ବୋଲି ବିଏମସି ମେୟର କହିଛନ୍ତି।
ସ୍ମାର୍ଟସିଟି ଭୁବନେଶ୍ବରକୁ ସବୁଜ ସୁନ୍ଦର କରିବା ପାଇଁ ବିଏମସି ଯୋଜନା ପରେ ଯୋଜନା କରୁଛି। ମାତ୍ର ଏହା ଦ୍ବାରା ସବୁ ବର୍ଗର ଲୋକ ଉପକୃତ ହୋଇପାରୁ ନାହାନ୍ତି। ଯାହାକୁ ନେଇ ବିଏମସିର କାର୍ଯ୍ୟାଶୈଳୀ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।