ନଦୀ ବନ୍ଧ ନିକଟରୁ ଉଠା ଦୋକାନ ଉଚ୍ଛେଦ

Published By : Prameya-News7 Bureau | October 23, 2020 IST

ଭଦ୍ରକ ୨୩।୧୦: ନିର୍ମାଣଧୀନ ପୋଲରେ ଅପ୍ରୋଚ ରୋଡ଼ ହେବା ପାଇଁ ପ୍ରସ୍ତାବିତ ସ୍ଥାନରୁ ଦୋକାନ ଉଚ୍ଛେଦ ହୋଇଛି । ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଷେଣ୍ଢପୁର ରାସ୍ତାର ଦୋବଲଠାରେ ଗେଙ୍ଗୁଟି ନଦୀର ଏକ ପୋଲ ନିର୍ମାଣ କାର୍ଯ୍ୟ ଚାଲିଛି । ମାତ୍ର ନନ୍ଧୀବନ୍ଧରୁ  ନିର୍ମାଣଧୀନ ପୋଲକୁ ସଂଯୋଗକରଣ ରାସ୍ତା ଉଠାଦୋକାନୀଙ୍କ ଦ୍ବାରା ଅବରୋଧ ହୋଇଥିବା ହେତୁ କାର୍ଯ୍ୟରେ ବାଧା ଉପୁଜିଥିଲା । ନିର୍ମାଣ ପରେ ଏହି ପୋଲଟିକୁ ଲୋକମାନେ ସବୁଦିନିଆ ରାସ୍ତା ଭାବେ ବ୍ୟବହାର କରିପାରିବେ ।

{"id":349439,"sizeSlug":"large"}

ଧାମନଗର ତହସିଲଦାରଙ୍କ ଉପସ୍ଥିତିରେ ନଦୀବନ୍ଧ ପାଖରେ ଥିବା ତଥା ପୋଲକୁ ସଂଯୋଗୀକରଣ କରୁଥିବା ରାସ୍ତାରେ  ଉଠାଦୋକାନୀକୁମାନଙ୍କୁ ଉଚ୍ଛେଦ କରାଯାଇଛି । ଉଚ୍ଛେଦ ଦୋକାନମାନେ ପୂର୍ବରୁ ପ୍ରଶାସନ ଠାରୁ ନୋଟିସ ପାଇଥିବା ହେତୁ ସେମାନଙ୍କ କୌଣସି ଆସବାବପତ୍ର ନଷ୍ଟ ହୋଇନାହିଁ । ପ୍ରଶାସନ ପକ୍ଷରୁ ଡୋଜର ଦ୍ଵାରା କେବିନ୍ ଓ ଉଠାଦୋକନୀ ଗୁଡ଼ିକ ଉଚ୍ଛେଦ କରାଯାଇଥିଲା । ଏହି ପ୍ରକ୍ରିୟାରେ  ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇ ଉଚ୍ଛେଦ କାର୍ଯ୍ୟ ଚାଲିଛି  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.