Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ପୁରୀରେ ଉଚ୍ଛେଦ ପ୍ରକ୍ରିୟା ଜାରି, ସେବାୟତ ନିଯୋଗର ତିନି ମହଲା କୋଠା ଉଚ୍ଛେଦ

20/12/2019 at 3:44 PM

ପୁରୀ ୨୦।୧୨: ଆଜି ବି ଶ୍ରୀମନ୍ଦିର ଚାରିପଟୁ ଜାରି ରହିଛି ଉଚ୍ଛେଦ ପ୍ରକ୍ରିୟା । ଶ୍ରୀମନ୍ଦିର ସୁରକ୍ଷା ପ୍ରାଚୀର ମଧ୍ୟରୁ ୭୫ମିଟର ଯାଗାକୁ ଖାଲି କରାଯାଉଛି । ଗତକାଲି ଶ୍ରୀମନ୍ଦିର ପଶ୍ଚିମ ଦ୍ବାର ସମ୍ମୁଖରେ ଥିବା ଦୀପକ ସାହୁଙ୍କ ଚାରି ମହଲା କୋଠା ଉଚ୍ଛେଦ କରାଯାଇଥିବା ବେଳେ ଆଜି ଉଚ୍ଛେଦ ସ୍ଥଳରେ ଅବଶିଷ୍ଟାଂଶ ଓ ଭଗ୍ନାବଶେଷକୁ ସଫା କରାଯାଉଛି । ସେହି ଚାରିମହଲା ବିଶିଷ୍ଟ କୋଠାର ପ୍ରାୟ ୮୦ ପ୍ରତିଶତ ଭଙ୍ଗାଯାଇଥିବା ବେଳେ ଅବଶିଷ୍ଟାଂଶ ଆଜି ଭଙ୍ଗା ଯାଉଛି ।

ଏଥିସହ ଗଡନ୍ତି ଛକରେ ଦୁଇଟି ବ୍ୟକ୍ତିଗତ କୋଠା ସାଙ୍ଗକୁ ଭିତର ସେବାୟତ ନିଯୋଗର ତିନି ମହଲା ବିଶିଷ୍ଟ କୋଠାକୁ ଉଚ୍ଛେଦ କରାଯାଇଛି । ଏହି ତିନୋଟି କୋଠାରୁ ବିଦ୍ୟୁତ ଓ ପାଣି ସଂଯୋଗ କାଟି ଦିଆଯାଇଛି । ପ୍ରାଥମିକ ପର୍ଯ୍ଯାୟରେ ଭିତର ସେବାୟତ ନିଯୋଗର କୋଠାର ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି ।

୫ରୁ ଅଧିକ ଜେସିବି  ନିୟୋଜିତ ଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ୯ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି । ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳଙ୍କ ପ୍ରତ୍ଯକ୍ଷ ତତ୍ତ୍ୱାବଧାନରେ ପ୍ରାୟ ୫ରୁ ଅଧିକ ମାଜିଷ୍ଟ୍ରେଟ ଉଚ୍ଛେଦ କାର୍ଯ୍ଯରେ ନିୟୋଜିତ ହୋଇଛନ୍ତି । ତେବେ ପ୍ରଶାସନ ପକ୍ଷରୁ ଉଚ୍ଛେଦ ପ୍ରକ୍ରିୟାକୁ ଅଧିକ କ୍ରିୟାଶୀଳ କରାଯାଇଛି ।

   Related Posts