ବଦଳିବ ଏକାମ୍ର କ୍ଷେତ୍ରର ଚିତ୍ର, ଶ୍ରୀକ୍ଷେତ୍ର ପରେ ଏକାମ୍ର କ୍ଷେତ୍ରରେ ଚାଲିଛି ଉଚ୍ଛେଦ

Published By : Prameya-News7 Bureau | December 07, 2019 IST

ଭୁବନେଶ୍ବର ୭।୧: ବଦଳିବ ଏକାମ୍ର କ୍ଷେତ୍ରର ନକସା । ଶ୍ରୀକ୍ଷେତ୍ର ଭଳି ଏକାମ୍ର କ୍ଷେତ୍ରର ବିକାଶ ପାଇଁ  ଅଣ୍ଟାଭିଡିଛି ପ୍ରଶାସନ । ଲିଙ୍ଗରାଜ ମନ୍ଦିରର ସୁରକ୍ଷା ଏବଂ ଏହାର ଚାରିପାଖର ସୌନ୍ଦର୍ଯ୍ୟକରଣ ପାଇଁ ପ୍ରସ୍ତୁତ ହୋଇଥିବା ବ୍ଲୁ-ପ୍ରିଣ୍ଟ୍  ଅନୁସାରେ ଆରମ୍ଭ ହୋଇଛି ଉଚ୍ଛେଦ ପ୍ରକ୍ରିୟା । ତିନି ଦିନ ତଳେ ପୁରୁଣା ଏକାମ୍ର ମାର୍କେଟ୍  କମ୍ପ୍ଲେକ୍ସକୁ ଭଙ୍ଗାଯାଇଥିବା ବେଳେ ଗତକାଲି ଅନନ୍ତ ବାସୁଦେବଙ୍କ ଅଧାଗଢ଼ା ରୋଷଘରକୁ ଭଙ୍ଗାଯାଇଛି ।

{"id":194780,"sizeSlug":"large"}

ଆଜି ମଧ୍ୟ ଉଚ୍ଛେଦ କାର୍ଯ୍ୟ ଜାରି ରହିବ । ଉଚ୍ଛେଦ ସମୟରେ କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବାକୁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଉଛି । ସେପଟେ ଶ୍ରୀମନ୍ଦିର ଭଳି ଲିଙ୍ଗରାଜ ମନ୍ଦିର ଚାରିପାଖର ସୌନ୍ଦର୍ଯ୍ୟକରଣକୁ ଯୋଜନାକୁ ସ୍ବାଗତ କରିଛନ୍ତି ପର୍ଯ୍ୟଟକ ଓ ଶ୍ରଦ୍ଧାଳୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.