ମିଶନ୍ ୭୫ ମିଟର : ଲଙ୍ଗୁଳି ମଠ ପରେ ଏମାର ମଠରେ ଚାଲିଲା ବୁଲଡୋଜର

Published By : Prameya-News7 Bureau | August 29, 2019 IST

ପୁରୀ ୨୯୮: ମିଶନ୍ ୭୫ ମିଟର । ଲଙ୍ଗୁଳି ମଠ ପରେ ପୁରୀରେ ଏମାର ମଠରେ ଚାଲିଲା ବୁଲଡୋଜର । ଏମାର ମଠ ଖାଲି କରାଯିବା ପରେ ବୁଧବାର ସଂଧ୍ୟାରେ ଏହାର ଭଙ୍ଗା କାର୍ଯ୍ୟ ଆରମ୍ଭ ହୋଇଥିଲା । ଆଉ କେବଳ ସମ୍ମୁଖ ଭାଗର ଅଳ୍ପ କିଛି ଅଂଶ ଭଙ୍ଗାଯାଇଛି ।

{"id":150404}

ଆଜି  ସକାଳୁ ପୁଣି ଭଙ୍ଗାକାର୍ଯ୍ୟ ଆରମ୍ଭ ହୋଇଛି । ଶାନ୍ତି ଶୃଙ୍ଖଳା ପାଇଁ ସୁରକ୍ଷା ଦାୟିତ୍ବରେ ୧୦ ପ୍ଲାଟୁନ୍ ପୋଲିସ ଫୋର୍ସ ସହ ୭ ଜଣ ମାଜିଷ୍ଟ୍ରେଟ ନିୟୋଜିତ କରି ଚାଲିଛି ଉଚ୍ଛେଦ । ପ୍ରଶାସନ ଠାରୁ ନୋଟିସ୍ ପାଇବା ପରେ ମଠ ଖାଲି କରାଯାଇଥିଲା ।

{"id":150405}

ମହାପ୍ରଭୁଙ୍କ ଚାମର ସେବା, ପଂକ୍ତି ଭୋଗ, ଝୁଲଣ ଯାତ୍ରାରେ ଏମାର ମଠର ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ଏମାର ମଠକୁ ଲାଗି ରହିଥିବା ରଘୁନନ୍ଦନ ପାଠାଗାରର ନବୀକରଣ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ଏହାକୁ ବିଶ୍ବସ୍ତରୀୟ ପାଠାଗାର କରାଯିବା ସହ ବହି ଗୁଡ଼ିକର ଡିଜିଟାଇଜସନ୍ କରାଯିବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.