ଅନୁଗୋଳରେ ଜବର ଦଖଲ ଉଚ୍ଛେଦ ଜାରି, ଦୁର୍ଘଟଣା କମାଇବା ଓ ସୌନ୍ଦର୍ଯ୍ୟକରଣ ଲକ୍ଷ୍ୟରେ ଅଭିଯାନ

Published By : Prameya-News7 Bureau | November 04, 2020 IST

ଅନୁଗୋଳ ୪।୧୧: ଅନୁଗୋଳ ସହରରେ ଜବର ଦଖଲ ଉଚ୍ଛେଦ ଅଭିଯାନ ଆରମ୍ଭ ହୋଇଛି । ଦୁର୍ଘଟଣା କମାଇବା ଏବଂ ସହର ସୌନ୍ଦର୍ଯ୍ୟକରଣ ଲକ୍ଷ୍ୟ ନେଇ ଜାରି ରହିଛି ଅଭିଯାନ । ଆଗକୁ ମଧ୍ୟ ଜାରି ରହିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

{"id":355891,"sizeSlug":"large"}

ଅନୁଗୋଳ ସହରରେ ଜବର ଦଖଲ ଉଚ୍ଛେଦ କାମ ଆରମ୍ଭ ହୋଇଛି । ପ୍ରଥମ ଦିନରେ ଥାନା ଛକଠାରୁ ମା’ ବୁଢୀ ଠାକୁରାଣୀ ଛକ ପର୍ଯ୍ୟନ୍ତ ଉଠା ଦୋକାନୀଙ୍କୁ ଉଚ୍ଛେଦ କରାଯାଇଛି । ଉଚ୍ଛେଦ ପାଇଁ ଦୋକାନୀଙ୍କୁ ଆଗୁଆ ଡାକବାଜି ଯନ୍ତ୍ର ସାହାଯ୍ୟରେ ଜଣାଇ ଦିଆଯାଇଥିଲା । ଏନଏଚ ୫୫ ରାସ୍ତା ପାର୍ଶ୍ଵରେ ଏହି ଦୋକାନଗୁଡିକ ରହିଥିବାରୁ ବହୁ ସମୟରେ ଦୁର୍ଘଟଣା ଘଟୁଛି ।

{"id":355892,"sizeSlug":"large"}

ଏହାସହିତ ସହରକୁ ସୌନ୍ଦର୍ଯ୍ୟକରଣ କରିବା ଉଦ୍ଦେଶ୍ୟରେ ଏହି ଉଚ୍ଛେଦ ଅଭିଯାନ ହୋଇଛି । ସଂଗେ ସଂଗେ ମ୍ୟୁନିସିପାଲଟି କର୍ତ୍ତୃପକ୍ଷ ବ୍ୟାରିକେଟ୍ ନିର୍ମାଣ କରି ଭିତରକୁ ପ୍ରବଶ ନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଆଗକୁ ବିଭିନ୍ନ ସ୍ଥାନରେଏଭଳି ଉଚ୍ଛେଦ ଅଭିଯାନକୁ ତ୍ବରାନ୍ବିତ କରିବ ବୋଲି ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.