ପୁରୀରେ ପୁଣି ଆରମ୍ଭ ହେଲା ଉଚ୍ଛେଦ, ଶ୍ରୀମନ୍ଦିର ଉତ୍ତର ଦ୍ବାରରେ ଥିବା ଗୋପାଳ ଭବନକୁ ଉଚ୍ଛେଦ କଲା ପ୍ରଶାସନ

Published By : Prameya-News7 Bureau | April 05, 2021 IST

ପୁରୀ ୫।୪: ପୁରୀ ଶ୍ରୀମନ୍ଦିର ଚତୁଃପାର୍ଶ୍ବର ୭୫ ମିଟର ସୁରକ୍ଷା ଜୋନରେ ପୁଣି ଥରେ ଆରମ୍ଭ ହୋଇଛି ଉଚ୍ଛେଦ। ଶ୍ରୀମନ୍ଦିର ଉତ୍ତର ଦ୍ବାରରେ ଥିବା ଗୋପାଳ ଭବନକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଇଛି । ପୂର୍ବରୁ ଏହାକୁ ପ୍ରଶାସନ ନିଜ ଦଖଲରେ ନେଇଥିଲା ।

{"id":433281,"width":840,"height":462,"sizeSlug":"large","linkDestination":"none"}

ସୋମବାର ପୋଲିସ ଫୋର୍ସ ଉପସ୍ଥିତରେ ଏହାକୁ ଉଚ୍ଛେଦ କରାଯାଉଛି । ପୁରୀ ଉପଜିଲ୍ଲାପାଳଙ୍କ ଉପସ୍ଥିତିରେ ଏହି ଉଚ୍ଛେଦ କାର୍ଯ୍ୟ ଚାଲିଥିଲା । ଏହି ସମୟରେ ଅଗ୍ନିଶମ ବାହିନୀ କର୍ମଚାରୀ ମଧ୍ୟ ଉପସ୍ଥିତ ଥିଲେ। ସୁରକ୍ଷା ଦୃଷ୍ଟିରୁ ଉକ୍ତ ଅଞ୍ଚଳକୁ ସିଲ୍ କରିଦିଆଯାଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.