ଆକ୍ସନ ମୁଡ୍‌ରେ ବିଏମ୍‌ସି : ୧ ନମ୍ବର ହାଟରୁ ଜବରଦଖଲ ଉଚ୍ଛେଦ

Published By : Prameya-News7 Bureau | September 10, 2019 IST

ଭୁବନେଶ୍ବର ୧୦।୯: ଆକ୍ସନ ମୁଡରେ ବିଏମସି । ଏକ ନମ୍ବର ହାଟରୁ ଜବର ଦଖଲ ଉଚ୍ଛେଦ କରୁଛି ବିଏମସି । ବର୍ଷ ବର୍ଷ ଧରି ସରକାରୀ ଟଙ୍କାକୁ ନିଜ ପକେଟରେ ଭର୍ତ୍ତି କରୁଥିବା ନିର୍ଦ୍ଦିଷ୍ଟ ଗୋଷ୍ଠୀ ଉପରେ ଲାଗିଛି ଛାଟ | ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ବିଏମସି ଏକ ନମ୍ବର ହାଟରୁ ଉଚ୍ଛେଦ କରୁଛି ।

{"id":155630}

ବିଏମସି  ଓ ବିଡିଏର ମିଳିତ ଟିମ୍ କ୍ୟାପିଟାଲ ଥାନା ପୋଲିସର ଉପସ୍ଥିତିରେ ମଣ୍ଡପରେ ଥିବା ସମସ୍ତ ଦୋକାନର ତାଲା ଭାଙ୍ଗି ନିଜ ଅକ୍ତିଆରକୁ ନେଇଛି | ଦୀର୍ଘ ଦିନ ଧରି ସାଧାରଣରେ ଏ ନେଇ ଅସନ୍ତୋଷ ରହିଥିଲା |

{"id":155631}

ଗଣେଶ ମଣ୍ଡପକୁ ଜବରଦଖଲ କରି ବେଆଇନ୍ ଭାବେ ଭଡା ଲଗାଇଥିଲେ କିଛି ନିର୍ଦ୍ଦଷ୍ଠ ଗୋଷ୍ଠୀ । ରାଜ୍ୟ ସରକାରଙ୍କୁ ଅର୍ଥ ନଦେଇ ଲୁଟ୍ କରୁଥିଲେ ଜବରଦଖଲକାରୀ । ୩ ବର୍ଷ ତଳେ ନ୍ୟୁଜ ସେଭେନ୍ ଏକ ନମ୍ବର ହାଟରେ ଚାଲିଥିବା ଏଭଳି ବେଆଇନ କାରବାରର ଖୁଲାସା କରିଥିଲା | ଷ୍ଟିଙ୍ଗ୍ ଅପରେସନ କରି ଦୁର୍ନୀତିକୁ ସାମ୍ନାକୁ ଆଣିଥିଲା ନ୍ୟୁଜ ସେଭେନ୍ |

{"id":155632}

ଏହି ଉଚ୍ଛେଦ ବେଳେ ଗଣେଶ ମନ୍ଦିର ନିକଟରେ ମଦ ବୋତଲ ଗଡ଼ୁଥିବା ମଧ୍ୟ ଦେଖିବାକୁ ମିଳିଥିଲା | ଅର୍ଥାତ୍ ଏଠାରେ କିଭଳି କାରବାର ହେଉଥିଲା ତାହା ସ୍ପଷ୍ଟ ହୋଇଛି | ତେବେ ଗଣେଶଙ୍କ ପୂଜା ଯଥା ରୀତିରେ ଚାଲିବ ବୋଲି ବିଏମସି କହିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.