ଜବରଦଖଲ ଉଚ୍ଛେଦ ବେଳେ ଉତ୍ତେଜନା, ରାସ୍ତାରେ ଟାୟାର ଜାଳି ଦୋକାନୀଙ୍କ ପ୍ରତିବାଦ

Published By : Prameya-News7 Bureau | November 05, 2021 IST

ସୋର ୫।୧୧: ଜବରଦଖଲ ଉଚ୍ଛେଦ ବେଳେ ଉତ୍ତେଜନା । ବଜାର ଉଚ୍ଛେଦ ପ୍ରକ୍ରିୟାରେ ପାତରଅନ୍ତର ନୀତି ଅବଲମ୍ବନ ଅଭିଯୋଗରେ ଜେସିବ ଅଟକ କରି ରାସ୍ତା ଉପରେ ଟାୟାର ଜାଳି ପ୍ରତିବାଦ କଲେ ଦୋକାନୀ । ଯାହାଫଳରେ ଯାତାୟାତରେ ବାଧା ସୃଷ୍ଟି ହୋଇଛି । ରାସ୍ତାରେ ଜୁଳୁଥିବା ନିଆଁକୁ ଆୟତ କରିବା ପାଇଁ ଘଟଣାସ୍ଥଳରେ ଦମକଳ ବାହିନୀ ଓ ପୋଲିସ ପହଞ୍ଚିଥିଲା ।

ପ୍ରଶାସନ ବୁଝାସୁଝା ଆରମ୍ଭ କରିଥିଲେ ମଧ୍ୟ ଯାତାୟାତ ବନ୍ଦ ରହିଥିଲା । ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ରାଣୀତାଲ-ଧୋବାଗଡିଆ ରାସ୍ତାର ଡୁଙ୍ଗୁରାଠାରେ ଚାଲିଛି ଜବରଦଖଲ ଉଚ୍ଛେଦ । ଏଥିରେ ଖଇରା ତହସିଲଦାରଙ୍କ ସମେତ ଦୁଇ ପ୍ଲାଟୁନ ଫୋର୍ସଙ୍କ ଉପସ୍ଥିତିରେ ଉଚ୍ଛେଦ ପ୍ରକ୍ରିୟା ଚାଲିଥିଲା । ଉଚ୍ଛେଦ ବେଳେ କିଛି ଦୋକାନୀ ପତରଅନ୍ତର ଅଭିଯୋଗ କରି ରାସ୍ତାରେ ଟାୟାର ଜାଳି ଅବରୋଧ କରିଥିଲେ । ଏବେବି ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.