ଶ୍ରୀମନ୍ଦିର ଚାରିକଡରେ ଥିବା ଜବରଦଖଲ ଉଚ୍ଛେଦର ଆଜି ଦ୍ବିତୀୟ ଦିନ

Published By : Prameya-News7 Bureau | August 20, 2019 IST

ପୁରୀ ୨୦|୮: ପୁରୀ ଶ୍ରୀମନ୍ଦିର ଚାରିକଡରେ ଥିବା ଜବରଦଖଲ ଉଚ୍ଛେଦର ଆଜି ଦ୍ବିତୀୟ ଦିନ । ପୁରୀ ପ୍ରଶାସନ ପକ୍ଷରୁ ହେଉଥିବା ଏହି ଉଚ୍ଛେଦ ପ୍ରକ୍ରିୟାରେ ଗତକାଲି ମେଘନାଦ ପାଚେରୀ ପାଖରେ ଥିବା ପୋଲିସ ଫାଣ୍ଡି, ଜୋତା ଷ୍ଟାଣ୍ଡ, ସୂଚନା କେନ୍ଦ୍ର, ଶୌଚାଳୟ ଆଦି ଭଙ୍ଗାଯାଇଥିଲା । ବିଳମ୍ବିତ ରାତି ଯାଏଁ ଏହି ଉଚ୍ଛେଦ ପ୍ରକ୍ରିୟା ଜାରି ରହିଥିଲା ।

ଆଜି ପୁଣି ବାକି ରହିଯାଇଥିବା ନିର୍ମାଣ ଗୁଡ଼ିକର ଉଚ୍ଛେଦ କାର୍ଯ୍ୟ କରାଯିବ ।  ଉଚ୍ଛେଦ ସମୟରେ ଜିଲ୍ଲାପାଳ, ଏସପିଙ୍କ ସମେତ ୧୦ରୁ ଅଧିକ ମାଜିଷ୍ଟ୍ରେଟ୍ ଉପସ୍ଥିତି ଥିଲେ । ଆଇନଶୃଙ୍ଖଳା ପରିସ୍ଥିତିକୁ ନଜରରେ ରଖି ୨୪ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.