ସବୁଠି କରୋନା ପ୍ରଭାବ: ମୁକାବିଲାର କସରତବେଳେ ସଚେତନତା ଓ ଚଢ଼ାଉ ଜାରି,ସେପଟେ ଭୟରେ ବାହାରକୁ ଗୋଡ଼ କାଢ଼ୁନାହାନ୍ତି ଲୋକେ

Published By : Prameya-News7 Bureau | March 18, 2020 IST

ଭୁବନେଶ୍ବର ୧୮/୩: କରୋନାକୁ ନେଇ ସବୁଆଡ଼େ ରୀତିମତ କସରତ ଦେଖିବାକୁ ମିଳୁଛି । କେଉଁଠି ଲୋକଙ୍କୁ ସତର୍କ ରହିବାକୁ ସଚେତନ କରାଯାଉଛି ତ ଆଉ କେଉଁଠି ମାସ୍କ ଓ ସାନିଟାଇଜର କଳାବଜାରୀକୁ ନେଇ ମେଡିସିନ ଦୋକାନରେ ଜାରି ରହିଛି ଚଢ଼ାଉ । ପୁଣି କେଉଁଠି ଲୋକେ ବାହାରକୁ ଯିବାଆସିବା ବନ୍ଦ କରିଦେଲେଣି ।

{"id":240436,"sizeSlug":"large"}

ସବୁଠି ଭାଇରସ ଭୟ । ଜୟପୁରରେ ବିଦେଶୀ ପର୍ଯ୍ୟଟକଙ୍କୁ ହୋଟେଲ ମନା । କୋରାପୁଟ ଜିଲ୍ଲାକୁ ଆଉ ଆସୁନାହାନ୍ତି ବିଦେଶୀ ପର୍ଯ୍ୟଟକ । ଗଲା ୧୫ଦିନ ଭିତରେ ଜିଲ୍ଲାରେ ମୋଟ ୩୭ ବିଦେଶୀ ପର୍ଯ୍ୟଟକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି ।

{"id":240438,"width":592,"height":335,"sizeSlug":"large"}

ସମ୍ବଲପୁରରେ  କରୋନାକୁ ନେଇ ଲୋକେ ଖୁବ୍‌ ସଚେତନ ଅଛନ୍ତି । ଗତକାଲି ଗୋଟିଏ ଦିନରେ ୫୩୬ଜଣ ଯାତ୍ରୀ ତାଙ୍କର ଟ୍ରେନ୍‌ ଟିକେଟ୍‌ କ୍ୟାନସଲ କରିଛନ୍ତି । ସେହିଭଳି ସମ୍ବଲପୁର ରେଳମଣ୍ଡଳ ଅଧୀନରେ ଥିବା ୬୨ ଷ୍ଟେସନରେ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ବସ୍‌ଗୁଡ଼ିକୁ ଦିନକୁ ଅତିକମ୍‌ରେ ୩ଥର ସାନିଟାଇଜ୍‌ କରାଯାଉଥିବା ବେଳେ ଓଭରଲୋଡିଂ ରୋକିବାକୁ ପଦକ୍ଷେପ ନେଇଛି ଘରୋଇ ବସ ମାଲିକ ସଂଘ ।

{"id":240439,"sizeSlug":"large"}

ଯାଜପୁର ବ୍ୟାସନଗର ବିଭିନ୍ନ ଔଷଧ ଦୋକାନ ଉପରେ ଚଢ଼ାଉ କରିଛି ପୋଲିସ । ମାସ୍କ, ସାନିଟାଇଜର, ହ୍ୟାଣ୍ଡଓ୍ବାସ୍ କଳାବାଜାରୀ ଅଭିଯୋଗ ପରେ ଜିଲ୍ଲା ଡ୍ରଗ୍‌ ଇନ୍‌ସ୍ପେକ୍ଟରଙ୍କ ନେତୃତ୍ବରେ ଏକ ଟିମ୍‌ ସହରର ବିଭିନ୍ନ ଔଷଧ ଦୋକାନ ବୁଲି ନିର୍ଦ୍ଧାରିତ ମୂଲ୍ୟ ଠାରୁ ଅଧିକ ଦରରେ ଏସବୁ ସାମଗ୍ରୀ ବିକିଲେ ଦୋକାନୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ତାଗିଦ୍‌ କରିଛନ୍ତି ।

{"id":240441,"sizeSlug":"large"}

ପାରାଦୀପ ପୌରପରିଷଦ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ସଚେତନମୂଳକ କାର୍ଯ୍ୟକ୍ରମ କରାଯାଇଛି । ବସଷ୍ଟାଣ୍ଡରେ ଯାତ୍ରୀ ଓ ବସ୍‌ କର୍ମଚାରୀଙ୍କୁ ହାତଧୋଇ ବସ୍‌ରେ ଯାତ୍ରା କରିବାପାଇଁ ପରାମର୍ଶ ଦିଆଯାଇଛି ।

{"id":240444,"sizeSlug":"large"}

ସେପଟେ ଭଦ୍ରକରେ ମହାମାରୀ କରୋନାକୁ ନେଇ ସତର୍କତାମୂଳକ ପଦକ୍ଷେପ ଜାରି ରହିଛି । ରାସନ ସାମଗ୍ରୀ ବିକ୍ରି କରୁଥିବା ମଲଗୁଡ଼ିକରେ ଭିଡ଼ ନିୟନ୍ତ୍ରଣ ସହ ପ୍ରବେଶ ଦ୍ବାର ନିକଟରେ ସାନିଟାଇଜର ରଖାଯାଇଛି କି ନାହିଁ ତା’ର ତଦାରଖ କରିଛନ୍ତି ନୋଡାଲ ଅଫିସର ।

{"id":240446,"sizeSlug":"large"}

ନିଜେ ସତର୍କ ଓ ସଚେତନ ହୋଇପାରିଲେ ହିଁ କରୋନା ସଂକ୍ରମଣରୁ ରକ୍ଷା ପାଇବା ସହ ଆମ ସମାଜକୁ ମଧ୍ୟ ଏହି ମହାମାରୀ ଭାଇରସ କବଳରୁ ସୁରକ୍ଷା ଦେଇପାରିବା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.