Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ
  • ||

‘ଦେଶର ସମସ୍ତଙ୍କର ଡିଏନଏ ଏକ’ ମୋହନ ଭାଗବତଙ୍କ ବୟାନ ଉପରେ ସହମତ ନୁହନ୍ତି ସାଧ୍ଵୀ ପ୍ରାଚୀ, ଦେଲେ ଏମିତି ଉତ୍ତର

10/07/2021 at 10:51 PM

ନୂଆଦିଲ୍ଲୀ ୧୦।୦୭: ବିଶ୍ଵ ହିନ୍ଦୁ ପରିଷଦ( ଭିଏଚଏପି)ର ଫାୟାର ବ୍ରାଣ୍ଡ ନେତ୍ରୀ ସଂଘ ପ୍ରମୁଖ ମୋହନ ଭାଗବତଙ୍କ ବୟାନରେ ସହମତ ନାହାନ୍ତି। ସେ କହିଛନ୍ତି, ଦେଶରେ ସମସ୍ତଙ୍କ ଡିଏନଏ ସମାନ। କିନ୍ତୁ ଯେଉଁମାନେ ଗୋ ମାଂସ ଖାଉଛନ୍ତି ସେମାନଙ୍କର ଡିଏନଏ ଆମ ସହ ସମାନ ହୋଇ ପାରିବ ନାହିଁ। ସାଧ୍ଵୀ ପ୍ରାଚୀ ଶନିବାର ଦୌସାରେ ଏହି ବୟାନ ଦେଇଛନ୍ତି। ଉଲ୍ଲେଖନୀୟ ଜୁଲାଇ ୪ରେ  ଗାଜିଆବାଦରେ ଆରଏସଏସ ପ୍ରମୁଖ ମୋହନ ଭାଗବତ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି କହିଥିଲେ, ସମସ୍ତ ଭାରତୀୟଙ୍କ ଡିଏନଏ ଗୋଟିଏ, ସେ ଯେ କୌଣସି ଧର୍ମର ହୋଇ ଥାଉ ନା କାହିଁକି। ଯେଉଁମାନେ ଭିଡ  ହିଂସାରେ ସାମିଲ୍ ସେମାନେ ହିନ୍ଦୁତ୍ଵ ବିରୋଧି ଏବଂ ଗଣତନ୍ତ୍ରରେ ହିନ୍ଦୁ ଓ ମୁସଲମାନଙ୍କ ପ୍ରଭୁତ୍ଵ ହୋଇ ପାରିବ ନାହିଁ ବୋଲି ଭାଗବତ କହିଥିଲେ।

ସାଧ୍ଵୀ ପ୍ରାଚୀ ଜନସଂଖ୍ୟା ନିୟନ୍ତ୍ରଣ ଉପରେ କହିଛନ୍ତି ଯେ, ସଂସଦରେ ଜନସଂଖ୍ୟା ନିୟନ୍ତ୍ରଣକୁ ନେଇ ଆଇନ ଗୃହୀତ ହେବା ଉଚିତ୍। ଯାହାଙ୍କର ଦୁଇରୁ ଅଧିକ ପିଲା ଅଛନ୍ତି, ସେମାନଙ୍କୁ ସରକାରୀ ସୁବିଧାରୁ ବଞ୍ଚିତ କରିବା ଉଚିତ୍। କେବଳ ସୁବିଧା ନୁହେଁ ବରଂ ମତଦାନ ଅଧିକାର ମଧ୍ୟ ଛଡାଇ ନେବା ଉଚିତ୍। ଜଣେ ବ୍ୟକ୍ତିଙ୍କ ଯେତେ ପତ୍ନୀ ଥାଉ ନା କାହିଁକି କିନ୍ତୁ ତାଙ୍କର ଦୁଇଟି ପିଲା ହେବା ଉଚିତ୍ ବୋଲି ସାଧ୍ଵୀ କହିଛନ୍ତି।

ସେହି ପରି ଲଭ ଜିହାଦ ଉପରେ ସେ କହିଛନ୍ତି, ରାଜସ୍ଥାନରେ ଲଭ ହିହାଦ ନାମରେ ଯୁବତୀଙ୍କୁ ଫସା ଯାଉଛି। ସେମାନଙ୍କର ଧର୍ମାନ୍ତରୀକଣ କରାଯାଉଛି। ଝିଅମାନଙ୍କୁ ଏଥିରୁ ବଞ୍ଚାଇବାକୁ ସେ ରାଜସ୍ଥାନ ସରକାରଙ୍କୁ ଅନୁରୋଧ କରିଛନ୍ତି। ସେ ଏହା ମଧ୍ୟ କହିଛନ୍ତି, କଂଗ୍ରେସ ଭୋଟ୍ ରାଜନୀତି ଛାଡି ହିନ୍ଦୁ ଝିଅଙ୍କୁ ବଞ୍ଚାଇବା ଏବଂ ସୁରକ୍ଷା ଦେବାରେ ଧ୍ୟାନ ଦିଅନ୍ତୁ।

   Related Posts