Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୌଦ୍ଧ : ହାଇଓ୍ୱାକୁ ପଛ ପଟୁ ପିଟିଲା ଯାତ୍ରୀବାହୀ ବସ୍, ଅଳ୍ପକେ ବର୍ତ୍ତିଲେ ୪୦ ଯାତ୍ରୀ
  • ||
  • ଫେବୃଆରୀ ପାଇଁ କୋଭିଡ୍ ଗାଇଡ୍ଲାଇନ୍: ଏବେ ସିନେମା ହଲ୍ରେ ବସି ପାରିବେ ୫୦%ରୁ ଅଧିକ ଦର୍ଶକ, ସଭିଙ୍କ ପାଇଁ ଖୋଲିଲା ସ୍ଵିମିଂ ପୁଲ୍
  • ||
  • ଜାମିନ ସତ୍ତ୍ଵେ ଜେଲ୍‌ରେ ରହିବେ ପାଠକ ବାପ-ପୁଅ
  • ||
  • ପାଠକ ବାପ-ପୁଅଙ୍କୁ ମିଳିଲା ଜାମିନ‌
  • ||
  • ବିସିସିଆଇର ଘୋଷଣା-ଫେବୃଆରୀ ୧୮ରେ ଚେନ୍ନାଇରେ ହେବ ଆଇପିଏଲ ୨୦୨୧ ପାଇଁ ଖେଳାଳିଙ୍କ ନିଲାମୀ
  • ||
  • ଭୁବନେଶ୍ବର : ‘ପରୀକ୍ଷା ଦର୍ପଣ’ ପୁସ୍ତକ ଉନ୍ମୋଚିତ, ମାଟ୍ରିକ୍ ପରୀକ୍ଷାର୍ଥୀ ହେବେ ଉପକୃତ
  • ||
  • ଜି.ଉଦୟଗିରି : ବାଇକ୍-ଅଟୋ ମୁହାଁମୁହିଁ ଧକ୍କା : ଜଣେ ମୃତ, ତିନି ଗୁରୁତର
  • ||

ପାକିସ୍ତାନକୁ ଭାରତୀୟ ବାୟୁସେନାର କଡା ଜବାବ: ସେନାକୁ ସଲାମ ଜଣାଇଲେ ସମସ୍ତେ

26/02/2019 at 12:33 PM

ନୂଆଦିଲ୍ଲୀ୨୬|୨: ପୁଲୱାମା ହମଲା ପରେ ପାକିସ୍ତାନକୁ କଡା ଜବାବ ଦେଇଛନ୍ତି ଭାରତୀୟ ସେନା । ଆଜି ଭୋର ୩:୩୦ଟାରେ ଭାରତୀୟ ବାୟୁସେନାର ବିମାନ LoC ପାର କରିଥିଲା। । LoC ପାର କରି ଆତଙ୍କୀ ଠିକଣାକୁ ନଷ୍ଟ କରିବାର ଉଦ୍ୟମ କରିଛି। ସୂଚନାଯୋଗ୍ୟ ଯେ ଏହି ଏୟାରଷ୍ଟ୍ରାଇକ୍‌ରେ ବାଲାକୋଟ, ଚକୋଟି ଓ ମୁଜଫରାବାଦ ଆତଙ୍କୀ ଆଡା ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି। ଏହି ଷ୍ଟ୍ରାଇକ୍‌ରେ ୧୨ମିରାଜ ୨୦୦୦ ଜେଟ୍‌ ସାମିଲ ଥିଲା। ରିପୋର୍ଟ ଅନୁସାରେ ଭାରତୀୟ ବାୟୁ ସେନା ୧୦୦୦କିଲୋ ବମ୍‌ ବର୍ଷା କରିଛି। ଏହି ଆକ୍ରମଣପରେ ସମଗ୍ର ଦେଶରେ ଉତ୍ସାହ ଦେଖାଦେଇଛି । ସମସ୍ତେ ସେନାକୁ ଭୁରି ବୁରି ପ୍ରଶଂସା କରିବାରେ ଲାଗିଛନ୍ତି । ଆସନ୍ତୁ ନଜର ପକାଇବା କିଏ କଣ କହିଛନ୍ତି । 

ରାହୁଲ ଗାନ୍ଧି ଭାରତୀୟ ସେନାର ପାଇଲଟଙ୍କୁ ସଲାମ କରିଛନ୍ତି

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଟୁଇଟ୍‌ କରି ଭାରତୀୟ ସେନାର ପାଇଲଟଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହା ସହ ସଲାମ ମଧ୍ୟ କରିଛନ୍ତି ରାହୁଲ।

ବାଲାକୋଟ, ଚକୋଟି ଓ ମୁଜଫରାବାଦ ଆତଙ୍କୀ ଠିକଣା ନଷ୍ଟ

ଭାରତୀୟ ବାୟୁ ସେନାଙ୍କ ଆକ୍ରମଣରେ ବାଲାକୋଟ, ଚକୋଟି ଓ ମୁଜଫରାବାଦରେ ଥିବା ଆତଙ୍କୀ ଆଡା ସହ ଜୈସ-ଏ-ମହମ୍ମଦର କଣ୍ଟ୍ରୋଲ ରୁମ ମଧ୍ୟ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି।

କଂଗ୍ରେସ ନେତା ଅଭିଷେକ ମନୁ ସିଙ୍ଘୱୀଙ୍କ ପ୍ରତିକ୍ରିୟା

ଏହି ଏୟାରଷ୍ଟ୍ରାଇକ୍‌କୁ ସଫଳ ମିଶନର ନାଁ ଦେଇଛନ୍ତିକଂଗ୍ରେସ ନେତା ଅଭିଷେକ ।

ଅଖିଲେଶ ଯାଦବଙ୍କ ଟୁଇଟ୍‌

ଟୁଇଟ୍‌ ଦ୍ୱାରା ପ୍ରତ୍ୟେକ ଆଇଏଫ ଜବାନଙ୍କୁ ଶୁଭେଚ୍ଛା ଜଣାଇ ସଲାମ କରିଛନ୍ତି ଅଖିଲେଶ ଯାଦବ।

ମମତା ବାନାର୍ଜିଙ୍କ ଟୁଇଟ୍‌

ଆଇଏଏଫ (IAF) ଇଂଡିୟାନ ଆର୍ମଡ ଫୋର୍ସକୁ ଇଂଡିୟାନ ଏମେଜିଙ୍ଗ ଫାଇଟର୍ସ କହିଛନ୍ତି ମମତା।

ଓମର ଅବଦୁଲ୍ଲାଙ୍କ ପ୍ରତିକ୍ରିୟା

ନ୍ୟାସନାଲ କନଫରେନ୍ସ ଦଳ ମୁଖ୍ୟ ଓମର ଅବଦୁଲ୍ଲା କହିଛନ୍ତି ଯେ ଯଦି ଏହି ଆକ୍ରମଣ ହେବା ସତ ତେବେ ଏହା ଛୋଟ ହମଲା ହୋଇନଥିବ।

ପାକିସ୍ତାନର ପ୍ରତିକ୍ରିୟା

ପାକିସ୍ତାନୀଙ୍କ ଅଭିଯୋଗ ଯେ ଭାରତୀୟ ବାୟୁ ସେନା ନିୟନ୍ତ୍ରଣ ରେଖାଉଲଂଘନ କରିଛି।ତେବେ ପାକିସ୍ତାନୀ ବାୟୁସେନା ତୁରନ୍ତ ପଦକ୍ଷେପ ନେବା ପରେ ଭାରତୀୟ ବିମାନ ଫେରି ଯାଇଥିଲା ।

   Related Posts