ରାସ୍ତାରେ ଆହତ ଅବସ୍ଥାରେ ପଡ଼ିଥିବା ମହିଳାଙ୍କୁ କୋଳରେ ଉଠାଇ ନେଇ ଦୌଡ଼ିଲେ ଯୁବକ : ଲୋକେ ଦେଖି ଆଶ୍ଚର୍ଯ୍ୟ

Published By : Prameya-News7 Bureau | September 15, 2019 IST

ଆଗ୍ରା ୧୫/୯: ଯୁଗ କେତେ ବି ଖରାପ ଆସିଲେ ବି ମାନବିକତା କେବେ ମରିନଥାଏ। ମାନବିକତା ସବୁବେଳେ ଜୀବିତ ରହିଥାଏ। ଠିକ୍ ଏପରି ଏକ ଘଟଣା ଘଟିଛି ହାଥରସ ଜିଲ୍ଲାର ସାସନିରେ। ଏଠାରେ ରାସ୍ତାରେ ପଡ଼ିଥିବା ଜଣେ ଆହତ ମହିଳାଙ୍କୁ ସବୁ ଠିଆ ହୋଇ ଚୁପଚାପ୍ ଦେଖୁଥିଲେ,କିନ୍ତୁ କୋଚିଙ୍ଗରୁ ଫେରୁଥିବା ଜଣେ ଯୁବକ ତାଙ୍କୁ କୋଳରେ ଧରି ହସ୍ପିଟାଲ ନେଇଯାଇଥିଲେ। ତାଙ୍କର ଚିକିତ୍ସା କରାଇଥିଲେ। ସେ ତାଙ୍କ ନାଁ କହିବାକୁ ବି କୁଣ୍ଠାବୋଧ କରୁଥିଲେ। ତାଙ୍କର ଫଟୋ ଭାଇରାଲ ହେଉଛି।

{"id":157868}

 ଏହି ଘଟଣାଟି ହେଉଛି ଆଗ୍ରା-ଅଲିଗଡ଼ ରୋଡ଼ ସ୍ଥିତ ରୁଦାୟନ ଆଡ୍ଡାର। ଜରେୟା ଗାଁ ବାସିନ୍ଦା କୈଳାଶ ଚନ୍ଦ୍ରଙ୍କ ପତ୍ନୀ ସାବିତ୍ରୀ କୌଣସି କାମ ପାଇଁ ବଜାର ଆସିଥିଲେ। କାମ ସାରିବା ପରେ ସେ ଚାଲି ଚାଲି ଘରକୁ ଯାଉଥିଲେ। ଏହା ପରେ ରାସ୍ତାପାର କରୁଥିବାବେଳେ ଅଲିଗଡ଼ରୁ ଆସୁଥିବା ଏକ ଅଟୋ ତାଙ୍କୁ ଧକ୍କା ମାରିଥିଲା। ସେ ରାସ୍ତାରେ ପଡ଼ିଯାଇ ଗୁରୁତର ଆହତ ହୋଇଥିଲେ।

ଘଟଣାସ୍ଥଳରେ ସ୍ଥାନୀୟ ଲୋକ ଏବଂ ଦୋକାନୀଙ୍କ ଭିଡ଼ ଜମି ଯାଇଥିଲା। ଏତେ ଲୋକ ସେଠାରେ ଥିବା ସତ୍ବେ କେହି ମହିଳାଙ୍କୁ ସାହାଯ୍ୟ କରିନଥିଲେ। କିନ୍ତୁ କୋଚିଙ୍ଗରୁ ପାଠପଢ଼ି ଫେରୁଥିବା ଜଣେ ଯୁବକ ଆହତ ମହିଳାଙ୍କୁ ନିଜ କୋଳରେ ଉଠାଇ ଚିକିତ୍ସା ନିମନ୍ତେ ହସ୍ପିଟାଲ ପହଞ୍ଚାଇଥିଲେ। ଅବସ୍ଥା ଶୋଚନୀୟ ହେବାରୁ ଡାକ୍ତର ମହିଳାଙ୍କୁ ଜିଲ୍ଲା ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲେ। ମହିଳାଙ୍କୁ ହସ୍ପିଟାଲକୁ ଆଣିଥିବା ଯୁବକଙ୍କୁ ପୋଲିସ୍ ଏବଂ ଡାକ୍ତରମାନେ ପ୍ରଶଂସା କରିଥିଲେ। ଏପରି ସାହସିକତା କାମ ସମସ୍ତଙ୍କୁ କରିବା ଉଚିତ୍ ବୋଲି ଡାକ୍ତର କହିଥିଲେ।

{"id":157869}

ସେହି ଅଟୋରେ ବସିଥିବା ଯାତ୍ରୀ ୩ଜଣ ମଧ୍ୟ ଆହତ ହୋଇଥିଲେ। ସେହିପରି ଉତକ୍ଷିପ୍ତ ଲୋକେ ଅଟୋ ଚାଳକ ଅମିତକୁ ପିଟିଥିଲେ ଏବଂ ତାକୁ ପୋଲିସ ହେପାଜତରେ ଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.