Wednesday, June 26, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଭାରତରେ ବ୍ୟାପୁଛି ଏହି ଭୟାନକ ବେମାରୀ, ପ୍ରତିବର୍ଷ ପ୍ରାଣ ହରାଉଛନ୍ତି ଶହଶହ ମହିଳା, ଜାଣନ୍ତୁ ଲକ୍ଷଣ

ଗତବର୍ଷର ହେଲଥ୍ ଜେନେରାଲଙ୍କ ରିପୋର୍ଟ ଅନୁସାରେ କେବଳ ଭାରତରେ ପ୍ରତି ବର୍ଷ ୫୪ ହଜାରରୁ ଅଧିକ ମହିଳା ସର୍ଭାଇକଲ ବା ଗ୍ରୀବା କ୍ୟାନସରରେ ପ୍ରାଣ ହରାଉଛନ୍ତି।   ଯାହା ଏବେ ଚିନ୍ତାର କାରଣ ପାଲଟିଛି।  କର୍କଟ ରୋଗ ଆରମ୍ଭ ବେଳେ ଜଣାପଡି ନଥାଏ । ତେବେ ଯେତେବେଳେ ଜଣାପଡେ ଚିକିତ୍ସା ପାଇଁ ସମୟ ନଥାଏ। ଏଣୁ ଲକ୍ଷଣ ଜାଣି ପ୍ରଥମରୁ ଚିକିତ୍ସା କରିପାରିଲେ ନିଶ୍ଚିତ ଜୀବନ ରକ୍ଷା ହୋଇ ପାରିବ ବୋଲି କହିଛନ୍ତି ଚିକିତ୍ସା ବିଜ୍ଞାନୀ।

ଏଭଳି ରୋଗ ପାଇଁ ପ୍ରଥମତଃ ସତର୍କତା ଆବଲମ୍ବନ କରାଯିବା ଜରୁରୀ। ଯଦି ମହିଳାଙ୍କ ଜନନେନ୍ଦ୍ରୀୟରୁ ରକ୍ତ ସ୍ରାବ ବନ୍ଦ ନ ହେଲା ତେବେ ଅପେକ୍ଷା ନ କରି ତୁରନ୍ତ ଡାକ୍ତରଙ୍କ ପରାମର୍ଶ କରିବା ଦରକାର। ଏହି ରୋଗର ଏହା ପ୍ରାଥମିକ ଲକ୍ଷଣ। ଏହା ଛଡା ଯଦି ମହିଳାଙ୍କ ହାତ,ଅଣ୍ଟା ଓ ପାଦରେ ଯନ୍ତ୍ରଣା ଲାଗି ରହିଲା ଏହାକୁ ମଧ୍ୟ ଏକ ଲକ୍ଷଣ ବୋଲି ଧରାଯାଇପାରେ। ମହିଳାମାନେ ମାସିକ ଧର୍ମ ସମୟରେ ପ୍ରାୟତଃ ତଳି ପେଟରେ ଯନ୍ତ୍ରଣ ଅନୁଭବ କରିଥାନ୍ତି। ଯଦି ଯନ୍ତ୍ରଣା ଅଧିକ ଦିନ ଧରି ଲାଗି ରହେ ଏ ନେଇ ଡାକ୍ତରଙ୍କ ସହ ପରାମର୍ଶ କରିବା ଆବଶ୍ୟକ। ହୁଏତ ଏହା ବି କ୍ୟାନସରର ଲକ୍ଷଣ ହୋଇପାରେ। ଏଣୁ ଲକ୍ଷଣର ଅବହେଳା ଓ ନିୟମିତ ସ୍ବାସ୍ଥ୍ୟ ଯାଞ୍ଚ ନ କଲେ ସର୍ଭାଇକଲ କ୍ୟାନସରର ଚିକିତ୍ସା ସମ୍ଭବ ନୁହେଁ ।

ସାଧାରଣତଃ ୧୫ରୁ ୪୪ ବର୍ଷ ବୟସ୍କା ମହିଳାଙ୍କ ଠାରେ ଏଭଳି କ୍ୟାନସରର ବିପଦ ରହିଥାଏ । ଏଣୁ ସାମାନ୍ୟ ଅବହେଳା ବି ପ୍ରାଣ ଘାତକ ନ ହେବ ତାହା କହି ହେବ ନାହିଁ । ଏହି ରୋଗରେ ଏବେ ଦେଶରେ ୩୪ ପ୍ରତିଶତ ମହିଳା ଆକ୍ରାନ୍ତ ହେଉଥିବା ସ୍ବାସ୍ଥ୍ୟ ରିପୋର୍ଟରୁ ଜଣାପଡିଛି ।

395 Views

   ସମ୍ବନ୍ଧିତ ଖବର