ମହିଳା ବେଶୀ କାମିକା : ପୁରୁଷଙ୍କଠୁ ଅଧିକ କରନ୍ତି ରୋଜଗାର

Published By : Prameya-News7 Bureau | February 03, 2020 IST

ନୂଆଦିଲ୍ଲୀ ୩/୨: ବିଶ୍ବରେ କର୍ମଠ ମହିଳାଙ୍କ ମଧ୍ୟରେ ଭାରତ ଦଶମ ସ୍ଥାନରେ ରହିଛି। ୨୦୧୯-୨୦ର ଆର୍ଥିକ ସର୍ଭେ ଅନୁସାରେ ଦେଶରେ ସବୁଠୁ କମ୍ ପାରିଶ୍ରମିକ ୧୩୬ଟଙ୍କା ମିଳିଥାଏ। ଏହାର ଏକ ଜ୍ବଳନ୍ତ ଉଦାହରଣ ହେଉଛି ନାଗାଲାଣ୍ଡର ଫେକ ଜିଲ୍ଲାର ଚିଜାମି ଗାଁରେ। ଏଠାରେ କେବଳ ପୁରୁଷ ନୁହେଁ,ପ୍ରତ୍ୟେକ ମହିଳା ମଧ୍ୟ କର୍ମଠ। ମହିଳାଙ୍କ ସର୍ବନିମ୍ନ ପାରିଶ୍ରମିକ ମଧ୍ୟ ପୁରୁଷଙ୍କ ସମାନ ୪୫୦ଟଙ୍କା।

{"id":219492,"sizeSlug":"large"}

 ମହିଳାମାନେ ବୁଣାବୁଣି ଭଳି ପରମ୍ପରାଗତ ପ୍ରତିଭାକୁ ବର୍ତ୍ତମାନ ହିସାବରେ ପରିବର୍ତ୍ତନ କରିଛନ୍ତି ଏବଂ ରୋଜଗାରର ପନ୍ଥା କରିଛନ୍ତି। ଏଥିପାଇଁ ସେମାନେ ମୁମ୍ବାଇ ଏବଂ ଦିଲ୍ଲୀର ଫ୍ୟାଶନ୍ ଡିଜାଇନରଙ୍କଠୁ ଟ୍ରେନିଙ୍ଗ୍ ନେଇଛନ୍ତି। ଆଜି ଏମାନଙ୍କ ଦ୍ବାରା ପ୍ରସ୍ତୁତ ଶାଲ୍,ମଫଲର,ପର୍ସ,ଓ୍ବାଲ୍ ହ୍ୟାଙ୍ଗିଙ୍ଗ୍ ମୁମ୍ବାଇ,ଦିଲ୍ଲୀ,ବେଙ୍ଗାଲୁରୁ ମାର୍କେଟକୁ ପହଞ୍ଚିସାରିଲାଣି। ଏଠାରେ ମହିଳାଙ୍କ ଆୟ ଗାଁର ପୁରୁଷଙ୍କ ଆୟଠୁ କମ୍। ତାଙ୍କର ‘ଚିଜାମି ଓ୍ବିବ୍ସ’ ବ୍ରାଣ୍ଡ ହୋଇ ସାରିଛି।

{"id":219493,"sizeSlug":"large"}

ଏହି ପରିଶ୍ରମୀ ମହିଳାମାନେ ଭୋର ୩-୪ଟାରେ ଉଠି ପଡ଼ନ୍ତି। ସକାଳେ ତନ୍ତରେ ବୁଣାବୁଣି ,ଦ୍ବିପ୍ରହରରେ କ୍ଷେତ କାମ ଏବଂ ସନ୍ଧ୍ୟାରେ ପୁଣି ବୁଣାବୁଣି। ଏଗୁଡ଼ିକ ମଧ୍ୟରେ ପରିବାର ଏବଂ ରୋଷେଇ କାମ। ୨୦୦୮ମସିହାରେ ଏମାନେ ବୁଣାବୁଣିକୁ ବିଜନେସ୍ ମଡେଲ୍ କରିବା ଆରମ୍ଭ କରିଥିଲେ। ଏହି କୌଶଳ ଉତ୍ତର-ପୂର୍ବ ନେଟଓ୍ବାର୍କ ସଂସ୍ଥା ସେନୋ ସୁହାହର ଥିଲା।

{"id":219494,"sizeSlug":"large"}

ପ୍ରତ୍ୟେକ ଘରେ ବୁଣା କାମ ହୋଇଥାଏ। ଆଖପାଖ ୧୬ଟି ଗାଁର ୬୦୦ମହିଳା ଏହି ସଂସ୍ଥା ସହ ଜଡ଼ିତ ଅଛନ୍ତି। ବାର୍ଷିକ ଟର୍ଣ୍ଣଓଭର ୫୦ଲକ୍ଷ ଟଙ୍କା ପାର ହୋଇ ସାରିଛି। ଏଠାରେ ପ୍ରତ୍ୟେକ ମହିଳା ରୋଜଗାର କରିଥାଆନ୍ତି। ନିଜ ନିଷ୍ପତ୍ତି ନିଜେ ନେଇଥାଆନ୍ତି। ଏହି ମହିଳାମାନେ କ୍ଷେତ କାମରେ ମଧ୍ୟ ନୂଆ କୌଶଳ ଅବଲମ୍ବନ କରିଥାଆନ୍ତି। ପାଖାପାଖି ୬୧କିସମର ପରିବା ମଞ୍ଜିର ବ୍ୟାଙ୍କ ନିର୍ମାଣ କରାଯାଇଛି। ଏଠାରେ ଝୁମ୍ କୌଶଳ ଅବଲମ୍ବନ କରାଯାଉଛି। ଝୁମ୍ ଅର୍ଥାତ୍ ସାମୂହିକ କାର୍ଯ୍ୟ।

{"id":219495,"sizeSlug":"large"}

ଏଠାରେ ସମାନ ପାରିଶ୍ରମିକ ପାଇଁ ମହିଳାମାନେ ୭ବର୍ଷ ସଂଘର୍ଷ କରିଛନ୍ତି। ଏହା ପରେ ୨୦୧୪ମସିହାରେ ଗ୍ରାମ ପରିଷଦ ମହିଳା-ପୁରୁଷଙ୍କ ମାନଦେୟ ସମାନ କରିଥିଲେ।

{"id":219496,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.