ଜୁଲାଇ ଶେଷ ଯାଏଁ ଭଦ୍ରକରେ ପ୍ରତି ରବିବାର ସଟଡାଉନ୍

Published By : Prameya-News7 Bureau | July 01, 2020 IST

ଭଦ୍ରକ, ୦୧|୦୭:  ଜୁଲାଇ ମାସ ଶେଷ ପର୍ଯ୍ୟନ୍ତ ଭଦ୍ରକ ଜିଲ୍ଲାକୁ ସମସ୍ତ ରବିବାର ସଟଡାଉନ୍ ରଖାଯିବ । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।  

କରୋନା ସଂକ୍ରମଣ ରୋକିବା ପାଇଁ ପ୍ରତି ରବିବାର ଭଦ୍ରକ ଜିଲ୍ଲା ସଟଡାଉନ୍ ରହିବ । ତେବେ ଜିଲ୍ଲାରେ ଅନ୍ୟ ସବୁଦିନ ସନ୍ଧ୍ୟା ୭ଟା ଯାଏଁ ଦୋକାନ ବଜାର ଖୋଲା ରହିବା ନେଇ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।

ସୂଚନାଯୋଗ୍ୟ ଯେ, କରୋନା ସଂକ୍ରମଣ ରୋକିବା ନେଇ ମୁଖ୍ୟ ଶାସନ ସଚିବ ମଙ୍ଗଳବାର ରାଜ୍ୟ ସରକାରଙ୍କ ଗାଇଡଲାଇନ୍ ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ । ମୁଖ୍ୟ ଶାସନ ସଚିବ କହିଥିଲେ ଯେ, ଜୁଲାଇ ପହିଲାରୁ ରାତି ୯ଟାରୁ ସକାଳ ୫ଟା ଯାଏଁ ରାତ୍ରୀକାଳିନ କର୍ଫ୍ୟୁ ବଳବତ୍ତର ରହିବ । ଏହି ସମୟ ମଧ୍ୟରେ ସମସ୍ତ ଚଳପ୍ରଚଳ ବନ୍ଦ ରହିବ । କେବଳ ଜରୁରୀକାଳୀନ ସେବାକୁ ଏଥିରୁ ବାଦ୍ ଦିଆଯାଇଛି ।

ଏହାସହ ରାଜ୍ୟର ୧୦ ଜିଲ୍ଲାରେ ପୂର୍ବପରି ଶନିବାର ଓ ରବିବାର ସଟଡାଉନ୍ ଜାରି ରହିବ । ଏହି ୧୦ ଜିଲ୍ଲା ହେଲା ଗଞ୍ଜାମ, ଗଜପତି, ଖୋର୍ଧା, କଟକ, ଜଗତସିଂପୁର, ଯାଜପୁର, ବାଲେଶ୍ୱର, ମୟୂରଭଞ୍ଜ, ଝାରସୁଗୁଡା ଓ କେନ୍ଦୁଝର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.