କୋଲକାତାରେ ସ୍ଥିତି ଅଣାୟତ : ପ୍ରତି ୨ ଜଣରେ ଚିହ୍ନଟ ହେଉଛନ୍ତି ଜଣେ ପଜିଟିଭ, ଟେଷ୍ଟିଂ ବଢାଇବାକୁ ବିଶେଷଜ୍ଞଙ୍କ ପରାମର୍ଶ

Published By : Prameya-News7 Bureau | April 25, 2021 IST

କୋଲକାତା ୨୫/୦୪ : ପଶ୍ଚିମବଙ୍ଗରେ କରୋନା ସ୍ଥିତି ଗମ୍ଭୀର ହେବାରେ ଲାଗିଛି । କୋଲକାତାରେ RT-PCR ଟେଷ୍ଟ କରୁଥିବା ପ୍ରତି ୨ ଜଣରେ ଜଣେ ବ୍ୟକ୍ତିଙ୍କର ରିପୋର୍ଟ ପିଜିଟିଭ ଆସୁଛି । କୋଲକାତାକୁ ଛାଡି ଅନ୍ୟ ସ୍ଥାନମାନଙ୍କରେ ଟେଷ୍ଟ କରୁଥିବା ପ୍ରତି ୪ ଜଣରେ ଜଣଙ୍କର ଟେଷ୍ଟ ରିପୋର୍ଟ ପଜିଟିଭ ଆସୁଛି । ମାସ ଆରମ୍ଭରେ ଯେତିକି ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହେଉଥିଲେ ବର୍ତ୍ତମାନ ତାହାର ୫ ଗୁଣା ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଅର୍ଥାତ ମାସ ଆରମ୍ଭରୁ ପ୍ରତି ୨୦ ଜଣରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ପଶ୍ଚିମବଙ୍ଗରେ ବର୍ତ୍ତମାନ ପ୍ରତି ୪ ଜଣରେ ଜଣେ ପଜିଟିଭ ଚିହ୍ନଟ ହେଉଛନ୍ତି ।

କୋଲକାତାର ଜଣେ ବରିଷ୍ଠ ଚିକିତ୍ସକ କହିଛନ୍ତି, ବର୍ତ୍ତମାନ ରାଜ୍ୟରେ ଲକ୍ଷଣ ଦେଖାଯାଉନଥିବା ଅନେକ ବ୍ୟକ୍ତି କରୋନା ଆକ୍ରାନ୍ତ ହୋଇସାରିଛନ୍ତି । କିନ୍ତୁ ବର୍ତ୍ତମାନ ଯାଏଁ ଟେଷ୍ଟ କରିନାହାନ୍ତି । ଟେଷ୍ଟ ସଂଖ୍ୟା ବଢାଗଲେ ପିଜିଟିଭ ସଂଖ୍ୟା ମଧ୍ୟ ଆହୁରି ବୃଦ୍ଧି ପାଇବ ବୋଲି ବିଶେଷଜ୍ଞ କହିଛନ୍ତି । ତେବେ ସଂକ୍ରମଣକୁ ଆୟତରେ ରଖିବା ପାଇଁ ଟେଷ୍ଟିଂ ସଂଖ୍ୟା ବଢାଇବାକୁ ହେବ ।

ଏପ୍ରିଲ୧ ରେ ପରୀକ୍ଷା କରାଯାଇଥିବା ୨୫,୭୬୬ ନମୂନା ମଧ୍ୟରୁ ୧୨୭୪ଟି ପିଜିଟିଭ ଆସିଥିବା ଏବଂ ପ୍ରତିଶତ ଥିଲା ମାତ୍ର ଗତ ଶନିବାର ମୋଟ ୫୫,୦୬୦ ନମୂନା ପରୀକ୍ଷା କରାଯାଇଥିବା ବେଳେ ସେଥିମଧ୍ୟରୁ ୧୪,୨୮୧ ପଜିଟିଭ ଆସିଛି ଯାହାକି ୨୫.୯ ପ୍ରତିଶତ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.