ସବୁ ରାତିରେ ମଶାଣୀକୁ ଯାଉଥିଲା ପିଲା ; କାରଣ ପଚାରିବାରୁ ଯାହା କହିଥିଲା ଶୁଣିଲେ ଆପଣ ଥରିଉଠିବେ
16/11/2018 at 2:57 PM

ମଶାଣୀ ନାଁ ଶୁଣିଲେ ହିଁ ଲୋକଙ୍କୁ ଡର ଲାଗିଥାଏ । ଏମିତି ବହୁତ ଲୋକ ଅଛନ୍ତି ଯିଏକି ମଶାଣୀ ନାଁ ଶୁଣିଲେ ରାତିରେ ଶୋଇ ବି ପାରନ୍ତି ନାହିଁ । ମଶାଣୀ ଏଭଳି ଏକ ସ୍ଥାନ ସେଠାକୁ ଯିବା ପୂର୍ବରୁ ଲୋକଙ୍କ ପାଦ ଥରିଉଠିଥାଏ । ମାତ୍ର ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଏଭଳି ମଶାଣୀ ଅଛି ଯେଉଁଠିକୁ ଗଲେ ଡରିବା ବଦଳରେ ଲୋକମାନଙ୍କ ମନକୁ ଶାନ୍ତି ମିଳିଥାଏ ।
ଜାପାନର ଅସ୍ତୁଚି ସହରର ପ୍ରଶାନ୍ତ ମହାସାଗର ନିକଟବର୍ତ୍ତୀ ଅଞ୍ଚଳରେ ରହିଛି ଏକ ମଶାଣୀ । ଯେଉଁଠିକୁ ଲୋକମାନେ ଗଲେ ତାଙ୍କ ମନକୁ ଶାନ୍ତି ମିଳିଥାଏ । ସେହି ମଶାଣୀକୁ ସବୁ ରାତିରେ ଛୋଟ ପିଲାଟିଏ ଏକାକୀ ଯାଉଥିଲା । ସେଠାରେ ଥିବା ଏକ ଟେଲିଫୋନ୍ ବୁଥ୍ ରେ ବସି କାହା ସହ କଥା ହେଉଥାଏ । ଯେତେବେଳେ ସେ ସେଠାକୁ କଣ ପାଇଁ ଯାଉଛି ବୋଲି ପଚରାଗଲା ସେତେବେଳେ ସେ ଯାହା କହିଥିଲା ତାକୁ ଶୁଣି ଲୋକଙ୍କ ପାଦ ତଳୁ ମାଟି ଖସିଯାଇଥିଲା । ସେ କହିଥିଲା ଯେ, ସେଠାରେ ଥିବା ଟେଲିଫୋନ୍ ବୁଥ୍ ରେ ସେ ତା ଜେଜେଙ୍କ ସହ କଥା ହୋଇଥାଏ । ସେ ପ୍ରତ୍ୟେକ ଦିନ ସେଠାକୁ ଆସି ତା ଜେଜେଙ୍କ ସହ କଥା ହୋଇଥାଏ ଯାହାଙ୍କର ମୃତ୍ୟୁ ହୋଇଯାଇଛି । ପିଲାଟିର ଏହି କଥାରେ ବିଶ୍ବାସ କରି ଲୋକମାନେ ସେହି ମଶାଣୀକୁ ଯିବା ଆସିବା କରିବାକୁ ଆରମ୍ଭ କରିଦେଲେ । ସେଠାରେ ଥିବା ଟେଲିଫୋନ୍ ବୁଥ୍ କୁ ଯାଇ ମରିଯାଇଥିବା ଆତ୍ମୀୟମାନଙ୍କ ସହ କଥାବାର୍ତ୍ତା ହେବାକୁ ଲାଗିଲେ । ସେହି ବୁଥ୍ କୁ ଯାଇ ଲୋକମାନଙ୍କ ମନକୁ ବହୁତ ଶାନ୍ତି ମିଳିଲା । ସେମାନଙ୍କୁ ଲାଗିଲା ଯେ ସେମାନେ ମଧ୍ୟ ମରିଯାଇଥିବା ନିଜର ଆତ୍ମୀୟଙ୍କ ସହ ପୁଣି ଥରେ କଥାବାର୍ତ୍ତା ହୋଇପାରିବେ । ଏହା ପରଠାରୁ ହିଁ ପରଲୋକରେ ଥିବା ନିଜ ଆତ୍ମୀୟଙ୍କ ସହ କଥା ହେବା ପାଇଁ ସେହି ବୁଥ୍ ରେ ଲମ୍ବା ଧାଡି ଲାଗିଲା । ଲୋକମାନେ କୁହନ୍ତି କି ସେମାନେ ସେଠାକୁ ପରଲୋକରେ ଥିବା ତାଙ୍କ ଆତ୍ମୀୟଙ୍କ ସହ କଥା ହେବାପାଇଁ ଆସିଥାନ୍ତି ।