Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ଭାରତର ପ୍ରତିଟି ନାଗରିକକୁ ମାଗଣା ମିଳିବ Covid ଟିକା: ପ୍ରତାପ ଷଢଙ୍ଗୀ

26/10/2020 at 9:15 PM

ବାଲେଶ୍ୱର୨୬।୧୦: ଦେଶରେ କରୋନା ଟିକାକୁ ନେଇ ରାଜନୀତିରେ ବିରାମ ଲଗାଇଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଢଙ୍ଗୀ। ବିହାର ବିଧାନସଭା ନିର୍ବାଚନ ଲାଗି ବିଜେଡି ସଂକଳ୍ପ ପତ୍ରରେ ମାଗଣା କୋଭିଡ ଟିକା ପ୍ରତିଶ୍ରୁତି ଦେଇଛି। ଯାହାକୁ ବିରୋଧୀ ରାଜନୈତିକ ଦଳମାନେ ଏବେ ପ୍ରସଙ୍ଗ କରିଦେଇଛନ୍ତି। ତେବେ କେବଳ ବିହାର ନୁହେଁ ଦେଶର ସମସ୍ତ ରାଜ୍ୟରେ ସବୁ ନାଗରିକଙ୍କୁ କୋଭିଡ ଟିକା ନିଃଶୁଳ୍କ ପ୍ରଦାନ କରାଯିବ ବୋଲି ଷଢ଼ଙ୍ଗୀ କହିଛନ୍ତି।

କେନ୍ଦ୍ର ଅଣୁ, କ୍ଷୁଦ୍ର ଓ ଲଘୁ ଉଦ୍ୟୋଗ ବିକାଶ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଷଢଙ୍ଗୀ କହିଛନ୍ତି ଯେ  ଦେଶରେ ପ୍ରତିଟି ନାଗରିକର କୋଭିଡ ଟିକା ନିଶ୍ଚିତ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଜେଟ୍ ମଧ୍ୟ ପ୍ରସ୍ତୁତ କରିସାରିଛନ୍ତି। ତେବେ ବିହାରରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିକଟରେ ନିର୍ବାଚନ ଲାଗି ଦଳୀୟ ଇସ୍ତାହାର ଜାରି କରିଥିଲେ। ଯେଉଁଥିରେ ରାଜ୍ୟରେ ପୁଣି ଏନଡିଏ ସରକାରର ପ୍ରତ୍ୟାବର୍ତ୍ତନ ସହ ମାଗଣା କୋଭିଡ ଟିକାକରଣ କରାଯିବ ବୋଲି ଘୋଷଣା କରିଥିଲେ।

ବାଲେଶ୍ୱର ଉପନିର୍ବାଚନ ଲାଗି ବିଜେପି ପ୍ରାର୍ଥୀଙ୍କ ନିମନ୍ତେ ପ୍ରଚାର କାର୍ଯ୍ୟକ୍ରମ ଅବସରରେ ଦେଶବାସୀ ଏପରି କୌଣସି ଭ୍ରମରେ ରହିବା ଉଚିତ ନୁହେଁ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ। ଏ ନେଇ ପୂର୍ବରୁ ପ୍ରଧାନମନ୍ତ୍ରୀ ଅକ୍ଟୋବର ୨୦ ଟେଲିଭିଜ ବାର୍ତ୍ତାରେ ସ୍ପଷ୍ଟ ଭାବେ କହିଥିବା ଶ୍ରୀ ଷଢଙ୍ଗୀ କହିଛନ୍ତି। ଯେଉଁଥିରେ କେବଳ ବିଦେଶରେ ନୁହେଁ ଭାରତରେ ମଧ୍ୟ ବୈଜ୍ଞାନିକ ମାନେ କରୋନା ମୁକାବିଲା ଲାଗି ଚିକିତ୍ସା ଓ ଟିକା ବିକାଶ ନିମନ୍ତେ ଉଦ୍ୟମ ଜାରି ରଖିଥିବା କହିଛନ୍ତି। ଏଥିରେ ସ୍ୱଦେଶୀ ଟିକାର କ୍ଲିନିକାଲ ଟ୍ରାୟଲ ବିଭିନ୍ନ ସ୍ତରରେ ପହଞ୍ଚିଥିବା ପ୍ରଧାନମନ୍ତ୍ରୀ କହିଥିଲେ। ଯାହାର ଫଳାଫଳ ଅତ୍ୟନ୍ତ ଉତ୍ସାହଜନକ ରହିଛି।

ତେବେ ପ୍ରସଙ୍ଗରେ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପ୍ରଶ୍ନ କରିବାରୁ କେନ୍ଦ୍ରମନ୍ତ୍ରୀ ଜବାବରେ ଟିକା ଆସିଲେ ସମସ୍ତଙ୍କ ଲାଗି ଆସିବ ଓ ଏଥିରୁ କୌଣସି ଜଣେ ବି ନାଗରିକ ବାଦ ପଡିବେନି ବୋଲି କହିଛନ୍ତି। ସେହିପରି ସାରା ଦେଶରେ ନିଶୁଳ୍କ ଟିକାକରଣ କରାଯିବ ଓ ଏଥିଲାଗି ସରକାର କାହାରିଠାରୁ ଟଙ୍କାଟିଏ ବି ନେବେନି ବୋଲି ସେ ସ୍ପଷ୍ଟ କରିଦେଇଛନ୍ତି।

   Related Posts