ଏହି ୫ଟି ଆଇନଗତ ଅଧିକାରକୁ ସମସ୍ତେ ଜାଣିବା ନିହାତି ଆବଶ୍ୟକ- ଦରକାର ବେଳେ କାମରେ ଲାଗିବ

Published By : Prameya-News7 Bureau | October 08, 2019 IST

ନୂଆଦିଲ୍ଲୀ - ଆଜିର ଦୁନିଆରେ ସମସ୍ତେ ବ୍ୟସ୍ତ ରହୁଛନ୍ତି । ଅଫିସ୍‌, ଘର , ପରିବାର ,ବନ୍ଧୁ ସମସ୍ତଙ୍କରୁ କାମ ପାଇଁ ଚିନ୍ତା । ଅନେକ କେବଳ କାମ ଆଉ କାମ ମଧ୍ୟରେ ବୁଡି ରହନ୍ତି। କାମ ପାଇଁ ଚିନ୍ତାରେ ବୁଡି ରହିବା ସହ ବ୍ୟତିବ୍ୟସ୍ତ ହୋଇ ପଡନ୍ତି । ବେଳେ ବେଳେ ଏମିତି ସମୟ ଆସେ କିଛି ଲୋକ ଆଇନଗଗତ ଲଢେଇରେ ଫସି ଯାଆନ୍ତି । ଏହି ସମୟରେ ଓକିଲ କିମ୍ବା ଅନ୍ୟ କାହାର ସାହାଯ୍ୟ ନେବାକୁ ପଡିଥାଏ । ଏପିର ୫ଟି ଆଇନଗତ ଅଧିକାର ଅଛି ସମସ୍ତ ସାଧାରଣ ନାଗରିକ ଜାଣିବା ନିହାତି ଆବଶ୍ୟକ ।

ଗ୍ୟାସ ସିଲିଣ୍ଡର ଦୂର୍ଘଟଣା
ଏହାକୁ ସମସ୍ତେ ଜାଣିବା ନିହାତି ଦରକାର । ରୋଷେଇ କରିବା ସମୟରେ କିମ୍ବା ଅନ୍ୟ କୌଣସି କାରଣରୁ ଗ୍ୟାସ ସିଲିଣ୍ଡରରେ ନିଆଁ ଲାଗିଯାଇଥାଏ । ଏଥିରେ ବେଳେ ବେଳେ ବିସ୍ଫୋରଣ ହୋଇଥାଏ । ଏପରି ହେଲେ ଆପଣଙ୍କୁ ୪୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କ୍ଷତି ପୂରଣ ମିଳିବ ।

ମହିଳାଙ୍କ ଗିରଫ କରିବା ସମୟରେ ଅଧିକାର
ମହିଳାମାନଙ୍କୁ ଅନେକ ସମୟରେ ପୁଲିସ ଗିରଫ କରିଥାଏ । ମାତ୍ର ଗିରଫ କରିବା ସମୟରେ ମହିଳାଙ୍କୁ କିଛି ଟା ସ୍ୱତନ୍ତ୍ର ଅଧିକାର ଦିଆଯାଇଛି । ଏଥିରେ କେବଳ କୌଣସି ମହିଳା ପୁଲିସ କର୍ମଚାରୀ କିମ୍ବା ଅଧିକାରୀ ଜଣେ ମହିଳାଙ୍କୁ ଗିରଫ କରି ପାରିବେ । ବିନା ମହିଳା ପୁଲିସ କର୍ମଚାରୀ କିମ୍ବା ଅଧିକାରୀରେ ଜଣେ ମହିଳାଙ୍କର ଗିରଫଦାରୀ ହୋଇ ପାରିବ ନାହିଁ । ଏହା ଏକ ଅପରାଧ ଶ୍ରେଣୀରେ ଆସୁଛି । ମହିଳାଙ୍କୁ ବି ସନ୍ଧ୍ୟା ୬ଟାରୁ ସକାଳ ୬ଟା ମଧ୍ୟରେ ଗିରିଫ କରାଯାଇ ପାରିବ ନାହିଁ ।

{"id":167588}

ବିବାହ ବିଚ୍ଛେଦ (ତଲାକ) ନେବା ପାଇଁ ଅଛି ଅଧିକାର

ଶାରିରୀକ ସମ୍ବନ୍ଧ ଭଲ ନ ରହିଲେ ଜଣେ ମହିଳା ବିବାହ ବିଚ୍ଛେଦ ପାଇଁ ଆବେଦନ କରିପାରିବେ । ଏଥିପାଇଁ ଅଦାଲତକୁ ଯିବାକୁ ପଡିବ ଓ ଜଣେ ଦୁଇ ଜଣଙ୍କ ଠାରୁ ତଲାକ ବା ବିବାହ ବେଚ୍ଛେଦ ପାଇଁ ଆବେଦନ କରିପାରିବେ ।

ଯାତାୟତ ନିୟମର ରହିଛି ଏହି ଖାସ୍ ଅଧିକାର ।

ଦେଶରେ ଏବେ ଯାତାୟତ ବା ଟ୍ରାଫିକ ନିୟମକୁ ନେଇ ବେଶ୍‌ ଚର୍ଚ୍ଚା । ଏବେ ଚାଲାଣ ବା ଜରିମାନର ଟଙ୍କାକୁ ବହୁତ ବଢାଇ ଦିଆଯାଇଛି । କିଛି ଲୋକ ବି ବହୁ ଅଧିକ ଚାଲଣା ବା ଜରିମାନା ଦେଇ ସାରିଲେଣି । ଏଥିପାଇଁ ଅନେକ ଟ୍ରାଫିକ ନିୟମ ଜାଣିବା ନିହାତି ଆବଶ୍ୟକ । ଜଣକୁ ଦିନକ ଭିତରେ କେବଳ ଗୋଟିଏ ଥର ହିଁ ଜରିମାନା ବା ଚାଲାଣ କଟାଯାଇ ପାରିବ । ଗୋଟିଏ ଦିନରେ ଜଣେ ବ୍ୟକ୍ତି କିମ୍ବା ଗାଡିର ଥରକରୁ ଅଧିକ ଥର ଚାଲାଣ କଟାଯାଇ ପାରିବ ନାହିଁ ।

ଲିଭ୍‌-ଇନ୍‌- ରିଲେସନ୍‌ସିପ୍‌
ସାଧାରଣତଃ ସମାଜରେ ଲିଭ୍‌-ଇନ୍‌- ରିଲେସନ୍‌ସିପ୍‌କୁ ଭଲ ଦୃଷ୍ଟିରେ ଦେଖେ ନାହିଁ । ଏହାକୁ ଅନେକ ଏକ ଅପରାଧ ବୋଲି ଭାବି ଥାଆନ୍ତି । ଲିଭ୍‌-ଇନ୍‌- ରିଲେସନ୍‌ସିପ୍‌ ଆଇନତଃ ଏକ ଅପରାଧ ନୁହେଁ । ଏହାକୁ ଏବେ ଆଇନତଃ ସୀକୃତି ଦିଆଯାଇଛି । ଏପରି ସମ୍ପର୍କରେ ସନ୍ତାନ ହେଲେ ସନ୍ତାନର ମାତା ଓ ପିତାଙ୍କ ସମ୍ପତ୍ତି ଉପରେ ଅଧିକାର ଅଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.