ମମତା ବାନାର୍ଜୀଙ୍କ ମୁସଲିମ ପୀରତି, କହିଲେ- ପଶ୍ଚିମବଙ୍ଗରେ ରହୁଥିବା ପ୍ରତ୍ୟେକ ବାଂଲାଦେଶୀ ହେଉଛନ୍ତି ଭାରତୀୟ ନାଗରିକ

Published By : Prameya-News7 Bureau | March 03, 2020 IST

କାଳିଆଗଞ୍ଜ ୦୩।୦୩- ନାଗରିକତା ସଂଶୋଧନ ଆଇନକୁ ନେଇ ସମଗ୍ର ଦେଶରେ ଦୀର୍ଘ ଦିନ ଧରି ହଙ୍ଗାମା ଜାରି ରହିଛି। ନିକଟରେ ଦିଲ୍ଲୀରେ ଭୟାବହ ଦଙ୍ଗା ଓ  ହିଂସାକାଣ୍ଡ ଘଟି ଯାଇଛି। ଏହା ମଧ୍ୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ, ବାଂଲାଦେଶରୁ ଆସିଥିବା ସମସ୍ତ ଲୋକ ଭାରତୀୟ, ଯେଉଁ ନିର୍ବାଚନରେ ମତଦାନ କରୁଛନ୍ତି। ମମତା ମଙ୍ଗଳବାର କହିଛନ୍ତି ଏମିତି ଲୋକଙ୍କ ପାଇଁ ନୂତନ ଭାବେ ନାଗରିକତା ପାଇଁ ଆବେଦନ କରିବାର କୌଣସି ଆବଶ୍ୟକତା ନାହିଁ। ଉଲ୍ଲେଖଯୋଗ୍ୟ, କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା କ୍ରମାଗତ କହି ଆସୁଛନ୍ତି ଯେ, ଦେଶରୁ ପ୍ରତ୍ୟେକ ଅନୁପ୍ରବେଶକାରୀଙ୍କୁ ବାହାର କରାଯିବ।

ମମତା ବାନାର୍ଜୀ ଦିଲ୍ଲୀରେ ହୋଇଥିବା ସାଂପ୍ରଦୟିକ ଦଙ୍ଗାର ମୁକାବିଲା କରିବାରେ ମୋଦୀ ସରକାରଙ୍କ ଶୈଳୀକୁ ସମାଲୋଚନା କରି କହିଛନ୍ତି ଯେ, ପଶ୍ଚିମବଙ୍ଗକୁ ଦ୍ଵିତୀୟ ଦିଲ୍ଲୀ ହେବାକୁ ଦେବୁ ନାହିଁ। ଏକ ଜନସଭାକୁ ସମ୍ବୋଧିତ କରି କହିଛନ୍ତି ଯେ ବାଂଲାଦେଶରୁ ଆସିଥିବା ସମସ୍ତ ଲୋକ ଭାରତୀୟ ଏବଂ ସେମାନଙ୍କ ପାଖରେ ଭାରତୀୟ ନାଗରିକତା ରହିଛି। ଆପଣଙ୍କୁ ପୁଣି ଥରେ ନାଗରିକତା ପାଇଁ ଆବେଦନ କରିବା ଦରକାର ନାହିଁ। ଆପଣ ନିର୍ବାଚନରେ ମତଦାନ କରି ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କୁ ଚୟନ କରିଛନ୍ତି। ଏବେ ସେମାନେ କହୁଛନ୍ତି ଯେ, ଆପଣ ନାଗରିକ ନୁହନ୍ତି। ତେଣୁ ସେମାନଙ୍କର ବିଶ୍ଵାସ କରନ୍ତୁ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି।

ତୃଣମୂଳ କଂଗ୍ରେସ(TMC)ର ମୁଖ୍ୟ ମମତା ବାନାର୍ଜୀ ଦୃଢତାର ସହ କହିଛନ୍ତି ଯେ ସେ ଜଣେ ହେଲେ ଲୋକଙ୍କୁ ପଶ୍ଚିମବଙ୍ଗରୁ ବାହାର ହେବାକୁ ଦେବେ ନାହିଁ। ରାଜ୍ୟରେ ରହୁଥିବା କୌଣସି ଶରଣାର୍ଥୀଙ୍କୁ ନାଗରିକତାରୁ ବଞ୍ଚିତ କରାଯିବ ନାହିଁ। ଦିଲ୍ଲୀ ହିଂସା ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ନିଶାଣ କରି ସେ କହିଛନ୍ତି ଭୁଲନ୍ତୁ ନାହିଁ ଯେ ଏହା ପଶ୍ଚିମବଙ୍ଗ। ଯାହା କିଛି ଦିଲ୍ଲୀରେ ଘଟିଛି, ତାହା ଏଠାରେ ହେବାକୁ ଦେବୁ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.