ପ୍ରତି ୧୫ଦିନରେ ହେବ ଡାକ୍ତର ଓ ସ୍ବାସ୍ଥ୍ୟ କର୍ମୀଙ୍କ ସ୍ୱାବ୍‌ ଟେଷ୍ଟ : ପଜିଟିଭ୍‌ ଆସିଲେ ଆଇସୋଲେସନ

Published By : Prameya-News7 Bureau | April 16, 2020 IST

ଭୁବନେଶ୍ୱର ୧୬।୦୪: ରାଜ୍ୟରେ କରୋନା ଆକ୍ରାନ୍ତଙ୍କର ଚିକିତ୍ସା କରୁଥିବା ଡାକ୍ତରଙ୍କର ପ୍ରତି ୧୫ ଦିନରେ ହେବ ସ୍ବାବ୍ ଟେଷ୍ଟ। ସେମାନଙ୍କ ସହ ନର୍ସ ଏବଂ ଅନ୍ୟ ସ୍ବାସ୍ଥ୍ୟ କର୍ମୀଙ୍କର ମଧ୍ୟ ସ୍ବାବ୍  ଟେଷ୍ଟ ହେବ। ପ୍ରତି ୧୫ ଦିନରେ ଏହି ସ୍ବାବ୍ ଟେଷ୍ଟ କରାଯିବ।  ଯଦି କୌଣସି ଡାକ୍ତର, ସ୍ବାସ୍ଥ୍ୟକର୍ମୀ ପଜିଟିଭ ଚିହ୍ନଟ ହୁଅନ୍ତି ତେବେ ସେ ଆଇସୋଲେସନରେ ରଖାଯିବ ।

{"id":251991,"sizeSlug":"large"}

ସେହିପରି ଯଦି ରିପୋର୍ଟ ନେଗେଟିଭ୍ ଆସେ ତେବେ ସଂପୃକ୍ତ ଡାକ୍ତର କିମ୍ବା ସ୍ବାସ୍ଥ୍ୟକର୍ମୀ ଡ୍ୟୁଟିକୁ ଫେରିବେ।  ଏନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ରାଜ୍ୟର ୨ଟି ହଟ୍ ସ୍ପଟ୍  ଜିଲ୍ଲାରେ ସବୁ ଡାକ୍ତର ଓ ସ୍ବାସ୍ଥ୍ୟ କର୍ମୀଙ୍କ ହେବ ସ୍ବାବ୍ ଟେଷ୍ଟ। ଏହି ୨ ଜିଲ୍ଲାର କରୋନା ଆକ୍ରାନ୍ତ ପରିବାରର ମଧ୍ୟ ସ୍ବାବ୍ ଟେଷ୍ଟ ହେବ । ପୋଲିସ ଓ ସଫେଇ କର୍ମଚାରୀଙ୍କ ମଧ୍ୟ ହେବ ସ୍ବାବ୍ ପରୀକ୍ଷା ହେବ। ଯେଉଁ ୨୨ ଜିଲ୍ଲାରେ କରୋନା ନାହିଁ ସେଠିବି ହେବ ସ୍ବାବ୍ ଟେଷ୍ଟ। ଏହି ୨୨ ଜିଲ୍ଲାରେ ପ୍ରତି ୧୦ ହଜାରରେ ଜଣଙ୍କ ସ୍ବାବ୍ ଟେଷ୍ଟ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.