ଛେଳି ଖାଉଛି ମାଛ: ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଛି ଭିଡିଓ..

Published By : Prameya-News7 Bureau | September 23, 2021 IST

ନୂଆଦିଲ୍ଲୀ ୨୩/୦୯ : ଦୁନିଆରେ ଏପରି ଅନେକ ଅଜବ ପ୍ରକାରର ଦୃଶ୍ୟ ଦେଖିବାକୁ ମିଳିଥାଏ ।ହେଲେ ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଯାହା ବିଶ୍ବାସ କରିବା କଷ୍ଟକର ହୋଇଛି । ଆପଣ କେବେ ଭାବିଛନ୍ତି ଛେଳି ଆମିଷ ଖାଇବାରେ । ସାଧାରଣତଃ  ବିଶ୍ୱାସ ହେଉନଥିଲେ ବି ଏହା ସତ। ଆମେ ସମସ୍ତେ ଜାଣିଛୁ କି ଛେଳି ଏକ ଶାକାହାରୀ ଜୀବ। ସେ କେବଳ ଗଛ,ପତ୍ର, ଘାସ ଆଦି ଖାଇଥାଏ। କିନ୍ତୁ ଏବେ ସୋସିଆଲ ମିଡିଆରେ ଏକ ଏଭଳି ଛେଳିର ଭିଡିଓ ଭାଇରାଲ ହେବାରେ ଲାଗିଛି,  ଯିଏ ଘାସ ନ ଖାଇ ମାଛ ଖାଉଛି। ଛେଳିଟି ମାଛ ଖାଉଥିବା ବେଳର ଭିଡିଓ ଏବେ ସୋସିଆଲ ମିଡିଆରେ ଘୂରି ବୁଲୁଛି ।

ନିକଟରେ ଇନଷ୍ଟାଗ୍ରାମରେ ଏକ ଆଶ୍ଚର୍ଯ୍ଜନକ ଭିଡିଓ ସାମ୍ନାକୁ ଆସିଛି । ଯାହା ଦେଖିଲେ ଆପଣ ମଧ୍ୟ ତାଜୁବ୍‌ ହୋଇ ଯିବେ । ତେବେ ଭାଇରାଲ ହେଉଥିବା ଭିଡିଓରେ ଜଣେ ବ୍ୟକ୍ତି ଛେଳିର ମୁହଁ ପାଖରେ ଥାଳିଆରେ କିଛି ମାଛ ଥୋଇ ଦେଉଛନ୍ତି। ପ୍ରଥମେ ଲାଗୁଛି ଯେମିତି ଛେଳି ମାଛ ଗୁଡିକୁ ଖାଇବ ନାହିଁ, କାରଣ ସେ ଶାକାହାରୀ ପଶୁ । କିନ୍ତୁ ଏହା ପରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଉଛି ।  ଛେଳି ପ୍ଲେଟ୍‌ରୁ ଗୋଟିଏ ପରେ ଗୋଟିଏ ମାଛ ଚଟାପଟ ଭାବେ ଖୁବ୍‌ ଉତ୍ସାହ ସହ ଖାଉଛି।

wp:html
/wp:html

ଇନ୍‌ଷ୍ଟାଗ୍ରାମ୍‌ରେ bhutni ke memes ଆକାଉଣ୍ଟରୁ ଏହି ଭିଡିଓ ସେୟାର କରାଯାଇଛି। ସେୟାର ହେବା ପରେ ଲୋକମାନେ ଏଥିରେ ଭିନ୍ନ ଭିନ୍ନ ମଜାଳିଆ କମେଣ୍ଟ ବି ଦେଉଥିବା ଦେଖାଯାଇଛି। ଏହି ଭିଡିଓ ଏପର୍ଯ୍ୟନ୍ତ ୧ ହଜାରରୁ ଅଧିକ ଥର ଦେଖା ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.