Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅଗସ୍ତି ନୂଆଗାଁ ଓ ଚମାଖଣ୍ଡି ପଞ୍ଚାୟତର ସରପଞ୍ଚ ଏବଂ ସମିତି ସଭ୍ୟ ପ୍ରାର୍ଥୀ ନିର୍ଦ୍ବନ୍ଦରେ ନିର୍ବାଚିତ
  • ||
  • ରାଜ୍ୟରେ ବୁଧବାର ସୁସ୍ଥହେଲେ ଆଉ ୧୦ହଜାର ୭୮ଜଣ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୮୭୩ ଜଣ ଡିସଚାର୍ଜ
  • ||
  • ପାଟ୍ରୋଲିଂ ଗାଡିକୁ ଚକ୍‌ମା ଦେଇ ଖସିଯିବା ବେଳେ ଗୋଡାଇ ଗୋଡାଇ କାବୁ କଲା ପୋଲିସ: ଅଟୋରୁ ବିପୁଳ ଗଞ୍ଜେଇ ଜବତ, ୫ ଗିରଫ
  • ||
  • ମାତ୍ର ୬୦ ସେକେଣ୍ଡରେ ଜଣାପଡିବ ଶରୀରର ରକ୍ତ ସର୍କରା, ଛୁଞ୍ଚିର ଭୟ ରହିବନି… ଆସିଗଲା ନୂଆ ମେସିନ୍
  • ||
  • ଖଲ୍ଲିକୋଟ : ପଞ୍ଚାୟତ ନିର୍ବାଚନ ପାଇଁ ଗଞ୍ଜାମ ଜିଲ୍ଲାର ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ, ମୈଦାନରେ ୧୩ ହଜାର ୬୭୫ ପ୍ରାର୍ଥୀ
  • ||
  • ସମ୍ବଲପୁର : ଭୀମସାର ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ଗୋଡ ଭାଙ୍ଗିବା ସହ ଶରୀରରେ ଲାଗିଛି ଆଘାତ
  • ||
  • ଭୁବନେଶ୍ବର : ଜାଲ୍‌ ପ୍ରମାଣପତ୍ର ଦେଇ ୩କୋଟି ୬୮ଲକ୍ଷ ଟଙ୍କା ଠକେଇ ଅଭିଯୋଗ, ପିଏନବି ପୂର୍ବତନ ମୁଖ୍ୟ ପରିଚାଳକ ସମେତ ୩ ଗିରଫ
  • ||
  • ଭୁବନେଶ୍ବର : କୋଭିଡ୍‌ର କେବେ ବି ଅନ୍ତ ହେବନାହିଁ : ସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣ କମିବା ନେଇ ମିଳିଲାଣି ସଂକେତ : SRC
  • ||
  • ପୁରୀ : ମହିଳାଙ୍କ ଅଶ୍ଳୀଳ ଫଟୋ ଓ ଭିଡିଓ ଭାଇରାଲ୍ ପଡିଲା ମହଙ୍ଗା, ଅଭିଯୁକ୍ତ ଗିରଫ
  • ||

ବ୍ରହ୍ମପାତକଗ୍ରସ୍ତ ଇନ୍ଦ୍ର ଦେବତାଙ୍କୁ ସାହାଯ୍ୟ କରିବାର ପରିଣାମ ଆଜିବି ଭୋଗୁଛନ୍ତି ମହିଳା : ଜାଣନ୍ତୁ କିପରି ?

12/09/2019 at 4:14 PM

ଧାର୍ମିକ ବିଶ୍ବାସ ଅନୁସାରେ ମାସିକ ଧର୍ମକୁ ମହିଳାଙ୍କର ଦୁର୍ବଳତା ବୋଲି କୁହାଯାଇଥାଏ। ଅନେକ ଥର ପ୍ରତ୍ୟେକ ମହିଳାଙ୍କର ମନରେ ଏହା ପ୍ରଶ୍ନ ଉଠିଥାଏ ଯେ ମହିଳାଙ୍କୁ କାହିଁକି ମାସିକ ଧର୍ମର ଯନ୍ତ୍ରଣା ହୋଇଥାଏ? ଏହା ପଛରେ କ’ଣ କାରଣ ରହିଛି? ମାସିକ ଧର୍ମ କ’ଣ ହୋଇଥାଏ, ଧାର୍ମିକ ବିଶ୍ବାସ ଅନୁସାରେ ଏହା ପଛର କାରଣ ହେଉଛି ଇନ୍ଦ୍ର ଦେବତା ଦେଇଥିବା ଅଭିଶାପ। ଇନ୍ଦ୍ର ମହିଳାଙ୍କୁ ଏହି ଅଭିଶାପ କାହିଁକି ଦେଇଥିଲେ ଆସନ୍ତୁ ଜାଣିବା

ଭାଗବତ ପୁରାଣ ଅନୁସାରେ, ଏକଦା ଦେବତାଙ୍କ ରାଜା ଇନ୍ଦ୍ର କ୍ରୋଧିତ ହୋଇ ନିଜର ହିତାହିତ ଜ୍ଞାନ ହରାଇବା ସହ ଶକ୍ତି ଓ ସାମର୍ଥ୍ୟ ମଧ୍ୟ ହରାଇଥିଲେ । ଏହାର ସୁଯୋଗ ନେଇ ଅସୁରମାନେ ସ୍ବର୍ଗ ଉପରେ ଆକ୍ରମଣ କରିଥିଲେ ଏବଂ ଇନ୍ଦ୍ରଙ୍କୁ ଗାଦିଚ୍ୟୁତ କରିଥିଲେ। ହେଲେ ଇନ୍ଦ୍ରଙ୍କୁ ପୁଣି ତାଙ୍କ ଗାଦିରେ ବସାଇବା ଲାଗି ବ୍ରହ୍ମା ଏକ ପରାମର୍ଶ ଦେଇଥିଲେ । ବ୍ରହ୍ମଦେବ କହିଥିଲେ ଯେ ତାଙ୍କ ଅବସ୍ଥାରେ ପରିବର୍ତ୍ତନ ଲାଗି ଏନ୍ଦ୍ରଙ୍କୁ କୌଣସି ବ୍ରହ୍ମଜ୍ଞାନୀଙ୍କ ସେବା କରିବା ଉଚିତ୍ । ଏହା ଦ୍ବାରା ତାଙ୍କ ଆସନ ସେ ଫେରି ପାଇବେ।

ଏହି କଥାକୁ ମାନି ଇନ୍ଦ୍ର ଦେବତା ବ୍ରହ୍ମଜ୍ଞାନୀଙ୍କ ସେବା କରିଥିଲେ। ବ୍ରହ୍ମଜ୍ଞାନୀଙ୍କ ମାଆ ଜଣେ ରାକ୍ଷସୀ ଥିଲେ,କିନ୍ତୁ ଏକଥା ଇନ୍ଦ୍ର ଦେବତା ଜାଣିନଥିଲେ। ଏହି କାରଣରୁ ବ୍ରହ୍ମଜ୍ଞାନୀଙ୍କ ମନରେ ଅସୁରଙ୍କ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ଥିଲା ଏବଂ ଏହି କାରଣରୁ ଇନ୍ଦ୍ର ଦେବତାଙ୍କ ସମସ୍ତ ହୋମଯଜ୍ଞ ସାମଗ୍ରୀ ଦେବତାଙ୍କ ପରିବର୍ତେ ଅସୁରଙ୍କୁ ଲାଗି ହେଉଥିଲା। ଏହି କଥା ଜାଣିବା ପରେ ଇନ୍ଦ୍ର ଦେବତା ରାଗି ଯାଇ ବ୍ରହ୍ମଜ୍ଞାନୀଙ୍କ ହତ୍ୟା କରି ଦେଇଥିଲେ।

ଫଳରେ ଇନ୍ଦ୍ରଙ୍କୁ ବ୍ରହ୍ମ ହତ୍ୟା ପାପ ଲାଗିଥିଲା। ମୃତ ବ୍ରହ୍ମଜ୍ଞାନୀଙ୍କ ଆତ୍ମା ଏକ ରାକ୍ଷସ ରୂପରେ ତାଙ୍କ ପଛରେ ପଡ଼ି ଯାଇଥିଲା। ତା’ କବଳରୁ ବର୍ତ୍ତିବା ପାଇଁ ଇନ୍ଦ୍ର ଦେବତା ଏକ ଫୁଲରେ ଲୁଚି ଯାଇଥିଲେ  ଏବଂ ଏକ ଲକ୍ଷ ବର୍ଷ ଯାଏଁ ଭଗବାନ ବିଷ୍ଣୁଙ୍କ ଉପାସନା କରିଥିଲେ।  ଏହି ପାପରୁ ମୁକ୍ତିପାଇଁ ଇନ୍ଦ୍ରଙ୍କୁ ଭଗବାନ ବିଷ୍ଣୁ ଏକ ଉପାୟ ବତାଇଥିଲେ। ଇନ୍ଦ୍ରଙ୍କୁ ଭଗବାନ ବିଷ୍ଣୁ କହିଥିଲେ ଯେ, ଏହି ପାପର କିଛି ଅଂଶ ଗଛ,ପୃଥିବୀ,ଜଳ ଏବଂ ମହିଳାଙ୍କୁ ପ୍ରଦାନ କରିବାକୁ ହେବ। ଇନ୍ଦ୍ର ଦେବତା ଏଥିପାଇଁ ୪ଜଣଙ୍କୁ ରାଜି କରାଇଥିଲେ।

ଇନ୍ଦ୍ର ଦେବତା ବ୍ରହ୍ମ ହତ୍ୟା ପାପର ଏକ ଚତୁର୍ଥାଂଶ ଭାଗ ଗଛକୁ ଦେଇଥିଲେ ଏବଂ ଏହା ସହିତ ଏହି ବରଦାନ ମଧ୍ୟ ଦେଇଥିଲେ ଯେ ଗଛ ନିଜକୁ ଯେକୌଣସି ମୁହୂର୍ତ୍ତରେ ଜୀବିତ କରି ପାରିବେ। ପାପର ଏକ ଚତୁର୍ଥାଂଶ ଭାଗ ନେବାରୁ ପାଣିକୁ ବରଦାନ ମିଳିଥିଲା ଯେ ସେ ଯେକୌଣସି ବସ୍ତୁକୁ ସ୍ବଚ୍ଛ କରି ପାରିବ। ପୃଥିବୀକୁ ବରଦାନ ମିଳି ଥିଲା ଯେ ତାହାର ସମସ୍ତ ଆଘାତ ଆପେଆପେ ଠିକ୍ ହୋଇଯିବ। ମହିଳାମାନେ ମଧ୍ୟ ଇନ୍ଦ୍ରଙ୍କ ପାପର କିଛି ଅଂଶ ନେବା ଲାଗି ରାଜି ହୋଇଥିଲେ । ତେବେ ଇନ୍ଦ୍ରଙ୍କ ପାପ ହ୍ରାସ କରିବା ଲାଗି ମହିଳାଙ୍କୁ ମଧ୍ୟ ଏକ ବର ମିଳିଥିଲା । ବରଟି ହେଉଛି ସମ୍ଭୋଗରୁ ପୁରୁଷଙ୍କ ଅପେକ୍ଷା ମହିଳାମାନେ ଦୁଇଗୁଣ ଅଧିକ ଆନନ୍ଦ ନେଇ ପାରିବେ। ତେବେ ସେଥିପାଇଁ ମହିଳାଙ୍କୁ ପ୍ରତି ମାସରେ ମାସିକ ଧର୍ମର ଯନ୍ତ୍ରଣା ସହିବାକୁ ପଡ଼ିବ। ଇନ୍ଦ୍ରଙ୍କ ବ୍ରହ୍ମହତ୍ୟା ପାପ ଓ ଇନ୍ଦ୍ର ଦେଇଥିବା ବରଦାନ ମହିଳାଙ୍କ ପାଇଁ ଅଭିଶାପ ହୋଇ ରହିଗଲା। ସେଦିନଠୁ ମହିଳା ବ୍ରହ୍ମହତ୍ୟାର ପାପଭାରା ଉଠାଉଛନ୍ତି।

   Related Posts