Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ ୨୦୨୧ରେ ଉଡିଲା ଚେନ୍ନାଇର ବିଜୟ ବାନା, କେକେଆରକୁ ୨୭ ରନରେ ହରାଇ ଚତୁର୍ଥ ଥର ଚାମ୍ପିଅନ
  • ||
  • ପଞ୍ଜାବ କଂଗ୍ରେସର ଅଧିନାୟକ ରହିବେ ସିଦ୍ଧୁ, ରାହୁଲଙ୍କୁ ଭେଟିବା ପରେ ଫେରାଇ ନେଲେ ଇସ୍ତଫା ପତ୍ର
  • ||
  • ସିଙ୍ଘୁ ବର୍ଡରରେ ଜଣେ ନିହଙ୍ଗଙ୍କ ଆତ୍ମ ସମର୍ପଣ, ଯୁବକଙ୍କ ହତ୍ୟାର ୧୫ ଘଣ୍ଟା ପରେ ସାମ୍ନାକୁ ଆସିଲା ପ୍ରଥମ ଅଭିଯୁକ୍ତ
  • ||
  • ପଣ୍ଡାଲ ଉପରେ ହୋଇଥିବା ଆକ୍ରମଣ ମଧ୍ୟରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଭାରତକୁ ଦେଲେ ଏହି ପରାମର୍ଶ
  • ||
  • ପୁଞ୍ଛରେ ଯବାନ-ଆତଙ୍କବାଦୀ ମୁହାଁମୁହିଁ, ୫ଦିନରେ ୭ ଯବାନ ସହିଦ: ରାଜପଥ ବନ୍ଦ, ଅପରେସନ୍ ଜାରି
  • ||
  • ଅକ୍ଟୋବର ୨୧ରୁ ଏକାଦଶ, ୨୫ରୁ ଖୋଲିବ ଅଷ୍ଟମ ଶ୍ରେଣୀ: ଗଣଶିକ୍ଷା ମନ୍ତ୍ରୀ
  • ||
  • ୨୫୦ ଲିଟର ଦେଶୀ ମଦ ଜବତ, ୫ ଗିରଫ
  • ||
  • ଅଭାବନୀୟ ଘଟଣା: ଯୁବକଙ୍କ ଗଳା କାଟି ବିଭତ୍ସ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ତେଲକୋଇ ରେଞ୍ଜରେ ହାତୀ ଆତଙ୍କ : ଘଉଡାଇଲା ବେଳେ ଅଳ୍ପକେ ବର୍ତ୍ତିଲେ ଚାଷୀ
  • ||
  • ସାଇକେଲରେ ଯାଉଥିଲେ କକା-ପୁତୁରା, ଟାଣି ଆଣି ଦଳିଦେଲା ହାତୀ
  • ||

ସଂକ୍ରମଣର ୩୦ ଦିନ ମଧ୍ୟରେ ଆତ୍ମହତ୍ୟା ମଧ୍ୟ ‘କୋଭିଡ ମୃତ୍ୟୁ’, ସୁପ୍ରିମକୋର୍ଟରେ କ୍ଷତିପୂରଣ ରାୟ ସଂରକ୍ଷିତ

23/09/2021 at 4:01 PM

ନୂଆଦିଲ୍ଲୀ ୨୩।୯: କରୋନା ମୃତ୍ୟୁରେ କ୍ଷତିପୂରଣ ମାମଲାର ରାୟ ସୁପ୍ରିମକୋର୍ଟ ଗୁରୁବାର ସଂରକ୍ଷିତ ରଖିଛନ୍ତି। ଶୁଣାଣିରେ କୋର୍ଟ କରୋନା ମୃତ୍ୟୁ, ଡେଥ ସାର୍ଟିଫିକେଟରେ ମୃତ୍ୟୁର କାରଣ ଓ କ୍ଷତିପୂରଣ ନେଇ ଶୁଣାଣି  କରିଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ସୋଲିସିଟର ଜେନେରାଲ ତୁଷାର ମେହେଟ୍ଟା ଶୁଣାଣି କାଳରେ କହିଛନ୍ତି ଯେ ଯଦି କେହି କରୋନା ସଂକ୍ରମିତ ହେବାର ୩୦ ଦିନ ମଧ୍ୟରେ ଆତ୍ମହତ୍ୟା ମଧ୍ୟ  କରିଥାନ୍ତି ମୃତ୍ୟୁର କାରଣ କରୋନା ହେବା ସହ ମୃତ୍ୟୁ ପ୍ରମାଣ ପତ୍ରରେ ‘କୋଭିଡ ମୃତ୍ୟୁ’ ଦର୍ଶା ଯାଇପାରିବ।

ସଂକ୍ରମଣର ୩୦ ଦିନ ମଧ୍ୟରେ ଯେଉଁ ପ୍ରକାର ମୃତ୍ୟୁ ହେଲେବି ଏହାକୁ କରୋନା ମୃତ୍ୟୁ ହିଁ ସ୍ୱୀକାର କରାଯିବ ବୋଲି ତୁଷାର ମେହେଟ୍ଟା କହିଛନ୍ତି। ତେବେ ଭାରତ ଭଳି ଏକ ଜନବହୂଳ ଦେଶରେ ବିଭିନ୍ନ ସମସ୍ୟା ଓ ବିପରୀତ ପରିସ୍ଥିତି ସତ୍ତ୍ୱେ କୋଭିଡ କ୍ଷତିପୂରଣ ଲାଗି ସରକାରଙ୍କ ପଦକ୍ଷେପକୁ କୋର୍ଟ ଉଚ୍ଚ ପ୍ରଶଂସା କରିଛନ୍ତି। ସରକାରଙ୍କ ଏହି ପଦକ୍ଷେପ ଯୋଗୁ କରୋନା କାଳରେ ଲୋକଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିବ ବୋଲି କହିଛନ୍ତି କୋର୍ଟ।

କୋର୍ଟରେ କରୋନା ମୃତ୍ୟୁ ସାର୍ଟିଫିକେଟ ନେଇ ମଧ୍ୟ ସରକାର ଜବାବ ରଖିଛନ୍ତି। ପୂର୍ବରୁ ଦିଆଯାଇଥିବା ମୃତ୍ୟୁ ପ୍ରମାଣପତ୍ରଗୁଡିକର ସୁଧାର କରାଯିବ ବୋଲି ସରକାର କହିଛନ୍ତି। କୋର୍ଟରେ ସୋଲିସିଟର ଜେନେରାଲ ଏହାର ଉଦାହରଣ ଦେଇ ଯଦି ମୃତ୍ୟୁ ସାର୍ଟିଫିକେଟରେ କାହାର ହୃଦଘାତ ଉଲ୍ଲେଖ ଥାଏ ତେବେ ପରିବାର ଲୋକେ ତାଙ୍କର ଆରଟି-ପିସିଆର ରିପୋର୍ଟ ଦେଖାଇ ସାର୍ଟିଫିକେଟର ସଂଶୋଧନ କରିପାରିବେ। ସୋଲିସିଟର ଜେନେରାଲ କ୍ଷତିର ଆମେ ମରାମତି କରିପାରିବା ନାହିଁ ହେଲେ ଆମେ କିଛି କରିପାରିବା ବୋଲି କୋର୍ଟଙ୍କୁ କହିଛନ୍ତି। ବିଶ୍ୱର କୌଣସି ଦେଶରେ ଏପର୍ଯ୍ୟନ୍ତ କୋରନା ମୃତ୍ୟୁରେ ସରକାର କ୍ଷତିପୂରଣ ଦେଇ ନଥିବା ମେହେଟ୍ଟା କହିଛନ୍ତି।

ପୂର୍ବରୁ କରୋନାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରଙ୍କୁ ୫୦ ହଜାର ଟଙ୍କା ଲେଖାଏଁ କ୍ଷତିପୂରଣ ରାଶି ପ୍ରଦାନ ନିମନ୍ତେ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ  କହିଥିଲେ। ଏ ନେଇ କୋର୍ଟଙ୍କ ଆଦେଶ ମିଳିବା ପରେ ଜାତୀୟ ବିପର୍ଯ୍ୟୟ ମୁକାବିଲା ପ୍ରାଧିକରଣ (ଏନଡିଏମଏ)ଙ୍କୁ ଗାଇଡଲାଇନ ପ୍ରସ୍ତୁତ କରିବା ଲାଗି ସରକାର ନିର୍ଦ୍ଦେଶ ଦେଇଥିଲେ। ପ୍ରାଣ ହରାଇଥିବା ଲୋକଙ୍କ ପରିବାର ବର୍ଗଙ୍କୁ ଏହି କ୍ଷତିପୂରଣ ରାଜି ରାଜ୍ୟ ବିପର୍ଯ୍ୟ ମୁକାବିଲା ପାଣ୍ଠି (ଏସଡିଆରଏଫ)ରୁ ଯୋଗାଇ ଦିଆଯିବ।

   Related Posts