ନିର୍ବାଚନରେ ହାରିବା ପରେ ବି ଟିକ୍‌ଟକ୍ ଭିଡିଓ କଲେ ସୋନାଲି ଫୋଗାଟ୍, ଦେଖନ୍ତୁ ଭିଡିଓ

Published By : Prameya-News7 Bureau | October 29, 2019 IST

ହରିୟାଣ୨୯/୧୦: ନିକଟରେ ହରିୟାଣ ବିଧାନସଭା ନିର୍ବାଚନ ହୋଇଥିଲା। ଏହି ନିର୍ବାଚନରେ ବିଜେପିରୁ ଟିକଟକ୍‌ ଷ୍ଟାର ସୋନାଲି ଫୋଗାଟ୍‌ ଆଦମପୁର ବିଧାନସଭା ଆସନରେ ନିର୍ବାଚନ ଲଢ଼ୁଥିଲେ। ଏହି ଆସନରେ କଂଗ୍ରେସରୁ କୁଲଦୀପ ବିଷ୍ଣୋଇ ନିର୍ବାଚନ ଲଢ଼ୁଥିଲେ। ସୋନାଲି ଓ କୁଲଦୀପଙ୍କ ମଧ୍ୟରେ ଜୋରଦାର ଟକ୍କର ହୋଇଥିଲା। ଶେଷରେ ବିରାଟ ଭୋଟ୍‌ ବ୍ୟବଧାନରେ ସୋନାଲି କୁଳଦୀପଙ୍କଠୁ ପରାଜୟ ହୋଇଥିଲେ।

ତେବେ ନିର୍ବାଚନରେ ସୋନାଲି ହାରିବା ପରେ ମଧ୍ୟ ଟିକଟକ୍‌ ମାଧ୍ୟମରେ ନିଜ ପ୍ରଶଂସକଙ୍କୁ ବାନ୍ଧି ରଖିଛନ୍ତି। ଲଗାତାର ଭାବେ ସୋନାଲି ଭିଡିଓ ତିଆରି କରି ଫୋଲୋର୍ସଙ୍କ ମନୋରଞ୍ଜନ କରୁଛନ୍ତି। ଦୀପାବଳି ଅବସରରେ ସେ ଏକ ଧଳା ସଲଓ୍ବାର କୁର୍ତ୍ତୀରେ ଏକ ଟିକ୍‌ଟକ୍‌ ଭିଡିଓ ନଜର ଆସିଛନ୍ତି। ଏହି ଭିଡିଓରେ ସୋନାଲି ଦୀପ ଜାଳୁଥିବାର ଦୃଶ୍ୟ ରହିଛି।

wp:core-embed/twitter {"url":"https://twitter.com/5001Pal/status/1188751564468436994","type":"rich","providerNameSlug":"twitter","className":""}
https://twitter.com/5001Pal/status/1188751564468436994
/wp:core-embed/twitter

ଏଥିସହ ସୋନାଲିଙ୍କ ଭିଡିଓର ବ୍ୟାକ୍ ଗ୍ରାଉଣ୍ଡରେ ଗୀତ ବାଜୁଛି। ଏହି ଭିଡିଓରେ ସୋନାଲି ଅତି ଚମତ୍କାର ଭାବେ ଅଭିନୟ କରିଛନ୍ତି। ଅନ୍ୟ ଗୋଟେ ଟିକ୍‌ଟକ ଭିଡିଓରେ ତାଙ୍କ ହସ ହସ ମୁହଁରେ ଗୀତ ଗାଉଥିବାର ଦୃଶ୍ୟ ରହିଛି। ସବୁଠୁ ବଡ଼ କଥା ନିର୍ବାଚନରେ ହାରିବା ପରେ ସେ ଭାଙ୍ଗି ନ ପଡ଼ି ଟିକଟକ୍ ମାଧ୍ୟମରେ ଲୋକଙ୍କ ମନୋରଞ୍ଜନ କରୁଛନ୍ତି। ଏଥିସହ ସୋନାଲି ନିଜ ପ୍ରଶଂସକଙ୍କୁ ମଧ୍ୟ ନିରାଶ କରି ନାହାନ୍ତି। ଏବେ ସେ ଟିକ୍‌ଟକ ଷ୍ଟାର ଭାବେ ପରିଚିତ। ସେ ଏମିତି ବହୁ ଟିକ୍‌ଟକ ଭିଡିଓ କରିଛନ୍ତି। ଯାହାକୁ ଫଲୋର୍ସ ବେଶ ପସନ୍ଦ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.