Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଜିବ ଓ ରଶିଦଙ୍କ ଘାତକ ବୋଲିଂ, ସ୍କଟଲାଣ୍ଡକୁ ୧୩୦ ରନରେ ହରାଇଲା ଆଫଗାନିସ୍ତାନ
  • ||
  • ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲେ ଆଉ ୨ଟି ନୂଆ ଟିମ । ୨ ଟିମ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ।
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ବନ୍ଧ୍ୟାକରଣ, ଗର୍ଭନିରୋଧକ ଔଷଧ ପରେ ବି ବାରମ୍ବାର ଗର୍ଭବତୀ ହେଉଛନ୍ତି ମହିଳା, ଡାକ୍ତର ଆଶ୍ଚର୍ଯ୍ୟ

20/09/2021 at 9:53 PM

ନୂଆଦିଲ୍ଲୀ ୨୦/୦୯: ଅନେକ ମହିଳା ଗର୍ଭବତୀ ହୋଇ ନପାରିବାରୁ ଚିନ୍ତାରେ ରହୁଛନ୍ତି । କିନ୍ତୁ ବ୍ରିଟେନ୍‌ର ଜଣେ ୩୯ ବର୍ଷୀୟା ମହିଳା କେଟ ହର୍ମନ ବାରମ୍ବାର ପ୍ରେଗ୍‌ନେଣ୍ଟ ହୋଇ ହଇରାଣରେ ପଡ଼ିଛନ୍ତି। କାରଣ ଅନେକ ପ୍ରକାର ସତର୍କତା ଅବଲମ୍ବନ କରିବା ସତ୍ବେ ସେ ଗର୍ଭବତୀ ହେଉଛନ୍ତି।

ବର୍ଥ କଂଟ୍ରୋଲ ପିଲ୍ସ କାମ କରୁନି

ୟୁକେର କେଟ ହର୍ମନ ଦାବି କରିଛନ୍ତି ଯେ ଗର୍ଭ ନିରୋଧକ ଔଷଧ ଖାଇବା ପରେ ମଧ୍ୟ ୫ ପିଲାର ମା ପୁଣି ୩ ଥର ଗର୍ଭବତୀ ହୋଇଛନ୍ତି ।  କେବଳ ସେତିକି ନୁହେଁ କେଟଙ୍କ ସ୍ବାମୀ ବନ୍ଧ୍ୟାକରଣ କରାଇଥିଲେ ମଧ୍ୟ ସେ ଗର୍ଭବତୀ ହୋଇଥିଲେ। ୨୦୧୫ରେ କେଟଙ୍କ ସ୍ବାମୀଙ୍କ ଏହି ଫର୍ମୁଲା କାର୍ଯ୍ୟ କରିନଥିଲା ।

ପ୍ରଥମ ପିଲା ପରଠୁ ସତର୍କ କିନ୍ତୁ ଫଳ ଶୂନ

ଦ ମିରର ରିପୋର୍ଟ ଅନୁସାରେ, କେଟଙ୍କ ବଡ଼ ପୁଅର ବୟସ ୨୦ ବର୍ଷ। ସବୁଠୁ ଛୋଟ ପୁଅର ବୟସ ୨ । ପ୍ରଥମେ ପୁଅ ଜନ୍ମ ନେବା ପରେ କେଟ ଗର୍ଭନିରୋଧକ ପିଲ୍ ଖାଉଛନ୍ତି। କିନ୍ତୁ କିଛି ସୁଫଳ ମିଳିନାହିଁ। ନିଜର ଦ୍ବିତୀୟ ଏବଂ ତୃତୀୟ ପ୍ରସବ ପୂର୍ବରୁ ପିଲ୍ସ ଖାଇଥିଲେ କେଟ୍‌ । ତଥାପି ସେ ମା ହୋଇଥିଲେ। ଏବେ ଏହି ଦୁଇ ପିଲା ୧୪ ଏବଂ ୮ ବର୍ଷର ହୋଇସାରିଛନ୍ତି। ସବୁଠୁ ଆଶ୍ଚର୍ଯ୍ୟକର କଥା ହେଉଛି କେଟଙ୍କ ସ୍ବାମୀଙ୍କ ବନ୍ଧ୍ୟାକରଣ କରିବା ପରେ ମଧ୍ୟ ତାଙ୍କର ସ୍ପର୍ମ କାଉଣ୍ଟ ୯୯.୯ ପ୍ରତିଶତ ପ୍ରଭାବଶାଳୀ ଥିଲା ବୋଲି ଡାକ୍ତର କହିଛନ୍ତି। କିନ୍ତୁ କେଟ ଏବେ ସବୁ ପ୍ରୟାସ ଛାଡ଼ି ଯାହା ହେଉଛି ହେଉ ବୋଲି କହିଛନ୍ତି।   

   Related Posts