ବିବାହ ପରେ ମଧ୍ୟ ୮୦୦ ଟଙ୍କାର ଚାକୀରି କରୁଥିଲେ ମୁକେଶ ଅମ୍ବାନୀଙ୍କ ପତ୍ନୀ

Published By : Prameya-News7 Bureau | October 28, 2019 IST

ମୁମ୍ବାଇ୨୮|୧୦: ବ୍ୟବସାୟ ଦୁନିଆରେ ନିଜ ନାଁ ଉଜ୍ଜ୍ବଳ କରିଥିବା ମୁକେଶ ଅମ୍ବାନୀ ବିଜନେସ ଇଣ୍ଡଷ୍ଟ୍ରିର ଜଣେ ନାମୀ ଦାମୀ ବ୍ୟକ୍ତି। ବିଶ୍ବର ଧନୀ ଲୋକଙ୍କ ମଧ୍ୟରୁ ଜଣେ ହେଉଛନ୍ତି ମୁକେଶ ଅମ୍ବାନୀ। ଧୀରୁବାଇ ଅମ୍ବାନୀଙ୍କ ପୁଅ ମୁକେଶ ଅମ୍ବାନୀଙ୍କ ଗଣତି ଏସିଆର ସବୁଠୁ ଧନୀ ଲୋକଙ୍କ ମଧ୍ୟରେ କରାଯାଏ।

{"id":176002}

ଅମ୍ବାନୀ ନିଜ ଟଙ୍କା ଓ ସମ୍ପତ୍ତିକୁ ନେଇ ସବୁବେଳେ ମାଲାମାଲ ଥାନ୍ତି। ହେଲେ ମୁକେଶ ଅମ୍ବାନୀଙ୍କ ପତ୍ନୀ ନୀତା ବିବାହ ପରେ ମଧ୍ୟ ମାତ୍ର ୮୦୦ ଟଙ୍କାରେ ଶିକ୍ଷତ୍ରୀଙ୍କ ଚାକୀରି କରୁଥିଲେ ତାହା ଅଧିକାଂଶ ଲୋକେ ଜାଣିନାହାନ୍ତି।

{"id":176003}

ନୀତାଙ୍କ ଲୋକପ୍ରିୟତା ବହୁତ ଅଧିକ ରହିଛି। ଅମ୍ବାନୀ ପରିବାରର ଅନେକ କଥା ଚର୍ଚ୍ଚାରେ ଥାଏ। ଏହି ପରିବାରର ଗୋଟେ ଦିନର ଖର୍ଚ୍ଚ କେତେ ତାହା ଅନୁମାନ କରିହେବ ନାହିଁ। ଦେଶର ସବୁଠୁ ଧନୀ ପରିବାରର ବହୂ ହେବା ସତ୍ତ୍ବେ ସେ ସ୍କୁଲରେ ଚାକୀରି କରୁଥିଲେ।

{"id":176004}

ତଥାପି ସେ ସାଧାରଣ ଶିକ୍ଷତ୍ରୀ ଭାବେ ପାଠ ପଢାଇ ୮୦୦ ଟଙ୍କା ଆୟ କରୁଥିଲେ। ନୀତାଙ୍କ ଲାଇଫଷ୍ଟାଇଲ ଅଧିକାଂଶ ସମୟ ଚର୍ଚ୍ଚାରେ ଥାଏ। ଏବେ ଆଇପିଏଲ ଟିମ୍‌ ମୁମ୍ବାଇ ଇଣ୍ଡିୟନ୍ସର ମାଲିକାଣୀ ହେଉଛନ୍ତି ନୀତା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.