ମୃତ ବ୍ୟକ୍ତିଙ୍କୁ ପୁଣି ଜୀବିତ କରାଯାଇପାରିବ ବୋଲି ଦାବୀ କଲେ ଏହି ଦେଶର ବୈଜ୍ଞାନିକ, ସମସ୍ତେ ତାଜୁବ୍… ଜାଣନ୍ତୁ ପୂରା ଘଟଣା

Published By : Prameya-News7 Bureau | August 16, 2019 IST

ମୃତ୍ୟୁ ଏକ ଚିରନ୍ତନ ସତ୍ୟ ହେଲେ କିଛି ବୈଜ୍ଞାନିକ ମୃତ୍ୟୁକୁ ଖୋଲାଖୋଲି ଭାବେ ଚ୍ୟାଲେଞ୍ଚ କରିଛନ୍ତି। ଦୁନିଆର ବହୁ ବୈଜ୍ଞାନିକ ମୃତ୍ୟୁ ଉପରେ ବିଜୟ ପାଇଁ ଗବେଷଣାରେ ଲାଗିଛନ୍ତି। ଆମେରିକାରେ ଏମିତି ଏକ ଘଟଣା ଘଟିଥିଲା ଯେଉଁଥିପାଇଁ ବୈଜ୍ଞାନିକମାନେ ମୃତ୍ୟୁକୁ ନେଇ କଙ୍କକଷା ଆରମ୍ଭ କରିଦେଥିଲେ।

ସୂଚନାଯୋଗ୍ୟ ଯେ, ଡିପ ଫ୍ରିଜକରି ମୃତ ଶରୀରକୁ ପୁନର୍ବାର ଜୀବନ ଦାନ ଦେବା ପାଇଁ ଆମେରିକା ଓ ଋଷର ବୈଜ୍ଞାନିକ ଦୀର୍ଘଦିନରୁ ଗବେଷଣା ଜାରି ରଖିଛନ୍ତି। କୋମାରେ ଥିବା ଆମେରିକାର ଜଣେ ଯୁବକଙ୍କ ଶରୀରକୁ ୧୨ ଘଣ୍ଟା ବରଫରେ ରଖିବା ପରେ ସେ ସମ୍ପୂର୍ଣ୍ଣ  ସୁସ୍ଥ ହୋଇଯାଇଥିଲେ। ସଡକ ଦୁର୍ଘଟଣାରେ ଯୁବକ ଜଣକ ଗୁରୁତର ହୋଇ ଏକ ବର୍ଷ କୋମାରେ ରହିଥିଲେ। ହେଲେ ତାଙ୍କ ବଞ୍ଚିବା ବହୁ କଷ୍ଟକର ହୋଇପଡିଥିଲା। ବରଫରେ ୧୨ ଘଣ୍ଟା ରହିବା ପରେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଥିଲେ।

ଆପଣ ଭାବୁଥିବେ ଏହା କିପରି ସମ୍ଭବ ? ମରିବା ଲୋକ ପୁଣି ବଞ୍ଚିବା କଥା ହୁଏତ କେହି ବିଶ୍ବାସ କରିପାରୁ ନଥିବେ। ହେଲେ ଆମେରିକା ଓ ଋଷର ବୈଜ୍ଞାନିକମାନେ ଏହା ପ୍ରମାଣ କରି ଦେଖାଇଛନ୍ତି।  ମୃତ ଶରୀରକୁ ପୂନର୍ବାର ଜୀବିତ କରିବା ପାଇଁ ବୈଜ୍ଞାନିକମାନେ ଏକ ଟେକନିକ ଅବଲମ୍ବନ କରିଥାନ୍ତି।

ଏହି ଟେକନିକ୍‌ ହେଉଛି କ୍ରାୟୋନିକ୍ସ ପ୍ରିଜରଭେସନ। ଏହି ଟେକନିକ୍‌ ଉପରେ ପାଖାପାଖି ୩୦ ବର୍ଷଧରି ଆମେରିକା ଓ ଋଷର ବୈଜ୍ଞାନିକମାନେ କାମ କରିଆସୁଛନ୍ତି। ଆମେରିକା ଓ ଋଷର ବୈଜ୍ଞାନିକମାନେ ମୃତ ଶରୀରକୁ ମାଇନସ୧୯୬ ଡିଗ୍ରୀ ତାପମାନରେ ରଖି ଗବେଷଣା ଜାରି ରଖିଛନ୍ତି। ପ୍ରଥମେ ଏକ ପୋକ ଉପରେ ଏହି ଟେକନିକ୍ ପ୍ରୟୋଗ କରାଯାଇଥିଲା। ୩୦ ବର୍ଷ ପରେ ଏହି ପୋକଟି ଜୀବିତ କରାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.