Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବିବାହର ୨୨ ମାସ ପରେ ବି ଶାରୀରିକ ସମ୍ବନ୍ଧ ରଖିବାକୁ ରାଜି ହେଲାନି ପତ୍ନୀ, ତା ପରେ ସ୍ଵାମୀ…

13/08/2020 at 6:29 PM

ଅହମ୍ମଦାବାଦ ୧୩।୦୮: ଗୁଜରାଟର ଅହମ୍ମଦାବାଦରେ ଏମିତି ଏକ ଘଟଣା ଯେଉଁଠି ପତ୍ନୀ ସ୍ଵାମୀ ସହ ଶାରୀରିକ ସମ୍ବନ୍ଧ ରଖିବାକୁ ରାଜି ହୋଇନଥିଲା। ପତ୍ନୀର ଏହି ବ୍ୟବହାରରେ ଅତିଷ୍ଠ ହୋଇ ଶେଷରେ ଆତ୍ମହତ୍ୟା କଲେ ସ୍ଵାମୀ। ଏହା ପରେ ଶାଶୁ ସ୍ତ୍ରୀ ବିରୋଧରେ ଏଫଆଇଆର ରୁଜୁ କରିଛି।

ଅହମ୍ମଦାବାଦର ମଣିନଗର ବାସିନ୍ଦା ୩୨ ବର୍ଷୀୟ ମହିଳା ଗୀତ ପରମାରଙ୍କ ବିବାହ ୨୨ ମାସ ପୂର୍ବେ ସୁରେନ୍ଦ୍ର ସିଂହଙ୍କ ସହ ହୋଇଥିଲା। ହେଲେ ସୁରେନ୍ଦ୍ରଙ୍କ ମା ଅଭିଯୋଗ କରିଛନ୍ତି ବିବାହର ୨୨ ମାସ ପରେ ବି ବୋହୂ ସୁରେନ୍ଦ୍ର ସହିତ ଶାରୀରିକ ସମ୍ବନ୍ଧ ରଖିନଥିଲା। ଏହାକୁ ନେଇ ସୁରେନ୍ଦ୍ର ସିଂହ ସର୍ବଦା ଅବସାଦ ଏବଂ ଦୁଶ୍ଚିନ୍ତାରେ ରହୁଥିଲା। ଏହି କାରଣରୁ ଶେଷରେ ସେ ଆତ୍ମହତ୍ୟା କରିଛି ବୋଲି ସୁରେନ୍ଦ୍ରଙ୍କ ମା କହିଛନ୍ତି।

ଶାଶୁ ଏଫଆଇଆରରେ କହିଛନ୍ତି, ଯେବେ ବୋହୂ ଘରକୁ ଆସିଲା ତେବେ ପୁଅ-ବୋହୂ ଅଲଗା ଶୋଉଥିବା ଦେଖିବାକୁ ମିଳିଥିଲା। ଶାଶୁ ମୁଲି ପରମାର ପୁଅଙ୍କୁ ଯେବେ ଏହି ବିଷୟରେ ପଚାରିଲେ, ତେବେ ପୁଅ କହିଥିଲେ ବିବାହର ୨୨ ମାସ ପରେ ମଧ୍ୟ ଗୀତା ତା ସହିତ ଶାରୀରିକ ସଂପର୍କ ରଖିନାହିଁ। ଗୀତା ଶପଥ ନେଇଥିଲା ଯେ ସେ ସ୍ଵାମୀଙ୍କ ସହ ଦୈହିକ ସଂପର୍କ ରଖିବ ନାହିଁ।

ଶାଶୁ ମୁଲି କହିଛନ୍ତି ସୁରେନ୍ଦ୍ର ସିଂହ ରେଲଓ୍ଵେର କର୍ମଚାରୀ ଥିଲା। ସେ ୨୦୧୮ ଅକ୍ଟୋବରରେ ଗୀତାକୁ ବିବାହ କରିଥିଲା। ଏହା ପୂର୍ବରୁ ସୁରେନ୍ଦ୍ରର ୨୦୧୬ରେ ପ୍ରଥମ ପତ୍ନୀଠୁ ଛାଡ ପତ୍ର ହୋଇଥିଲା। ଗୀତା ମଧ୍ୟ ବିବାହ ପୂର୍ବରୁ ଦୁଇ ଜଣଙ୍କଠୁ ଛାଡ ପତ୍ର ନେଇ ସାରିଥିଲା।

ବିବାହର ୨୨ ମାସ ପରେ ପତ୍ନୀ ସହ ଶାରୀରିକ ସମ୍ବନ୍ଧ ନଥିବାରୁ ସୁରେନ୍ଦ୍ର ଅବସାଦରେ ଥିଲା। ପରେ ଉଭୟଙ୍କ ମଧ୍ୟରେ ଝଗଡା ହେବାରେ ଲାଗିଥିଲା। ଏହାକୁ ନେଇ ଗୀତା ଘର ଛାଡି ନିଜ ବାପାଙ୍କ ଘରକୁ ଚାଲି ଯାଇଥିଲ। ଜୁଲାଇ ୨୭ରେ ଯେବ ପରିବାର ଲୋକ ଏକ ଅନ୍ତିମ ସଂସ୍କାରକୁ ଯାଇଥିଲେ, ସେହି ସମୟରେ ଘରେ ଏକାକୀ ଥିବା ସୁରେନ୍ଦ୍ର ପଙ୍ଖାରେ ଫାଶି ଲଗାଇ ଆତ୍ମହତ୍ୟା କରିଥିଲେ।

   Related Posts