ଅଷ୍ଟ୍ରେଲୀୟ ଡାକ୍ତରଙ୍କୁ ବିବାହ କଲେ ଏଭଲିନ୍ ଶର୍ମା: ସେୟାର କଲେ ପ୍ରଥମ ୱେଡିଙ୍ଗ୍ ଫଟୋ

Published By : Prameya-News7 Bureau | June 07, 2021 IST

ମୁମ୍ବାଇ ୦୭/୦୬: ୟେ ଜୱାନୀ ହେ ଦେୱାନୀ ଖ୍ୟାତି ଅଭିନେତ୍ରୀ ଏଭଲିନ୍ ଶର୍ମା ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସେ ତାଙ୍କ ଫିଆନ୍ସେ  ଡଃ. ତୁଷାନ୍ ଭିଣ୍ଡିଙ୍କୁ ବିବାହ କରିଛନ୍ତି। ଏଭଲିନ୍ ଅଷ୍ଟ୍ରେଲିଆର ବ୍ରିସବେନରେ ବିବାହର ସମସ୍ତ ରୀତିନୀତି କରିଛନ୍ତି। ସେ ନିଜ ଇନଷ୍ଟାଗ୍ରାମରେ ଏକ ଫଟୋ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି।

wp:html
/wp:html

ଫଟୋରେ, ଏଭଲିନ୍ ସ୍ୱାମୀ ତୁଷାନଙ୍କ ସହ ନଜର ଆସିଛନ୍ତି । ଉଭୟ ଏକ ରୋମାଣ୍ଟିକ୍ ଶୈଳୀରେ ପୋଜ୍ ଦେଇଛନ୍ତି । ଏହି ସମୟରେ, ଏଭଲିନ୍ ଏକ ଧଳା ରଙ୍ଗର ନେଟ୍ ଗାଉନ୍ ପିନ୍ଧିଥିବା ବେଳେ ତୁଷାନ ଧଳା ସାର୍ଟ ଏବଂ କଳା କୋଟ ପ୍ୟାଣ୍ଟରେ ନଜର ଆସିଛନ୍ତି । ଏଭଲିନ୍ ଫଟୋ ସହିତ କ୍ୟାପସନରେ ଲେଖିଛନ୍ତି - 'ସର୍ବଦା।' ସେ ହୃଦୟର ଇମୋଜି ମଧ୍ୟ ପୋଷ୍ଟ କରିଛନ୍ତି ।

ଏଭଲିନ୍ ୧୫ ମେରେ ବିବାହ କରିଥିଲେ । ସେ ଅକ୍ଟୋବର ୨୦୧୯ ରେ ତୁଷାନଙ୍କ ସହ ନିର୍ବନ୍ଧ କରିଥିଲେ । ସେମାନେ ଇନଷ୍ଟାଗ୍ରାମରେ ପରସ୍ପରକୁ ଚୁମ୍ବନ ଦେଇ ଏକ ଫଟୋ ପୋଷ୍ଟ କରି କ୍ୟାପସନରେ ଲେଖିଥିଲେ - 'ହଁ' । ଏହି ଦମ୍ପତି ପୂର୍ବରୁ ବିବାହ ପାଇଁ ଯୋଜନା କରୁଥିଲେ କିନ୍ତୁ କୋଭିଡ ମହାମାରୀକୁ ଦୃଷ୍ଟିରେ ରଖି ସେମାନେ ଏହାକୁ ସ୍ଥଗିତ ରଖିଥିଲେ। ବର୍ତ୍ତମାନ ଖୁବ୍ ଶୀଘ୍ର ସେ ଏକ ବିଳାସପୂର୍ଣ୍ଣ ରିସେପ୍ସନ୍ ଦେବାକୁ ଯାଉଛନ୍ତି ।

wp:html
/wp:html

ଏଭଲିନ୍ ଜର୍ମାନୀରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ଜଣେ ପଞ୍ଜାବୀ ହିନ୍ଦୁ ଏବଂ ମା ଜର୍ମାନ। ଏଭଲିନ୍ ୨୦୧୨ ରେ ଫିଲ୍ମ ‘ଫ୍ରମ୍ ସିଡନୀ ୱିଥ୍ ଲଭ’ରୁ ସହିତ ବଲିଉଡରେ ଡେବ୍ୟୁ କରିଥିଲେ । ୨୦୧୩ ରେ, ସେ ଆୟାନ୍ ମୁଖାର୍ଜୀଙ୍କ ଫିଲ୍ମ ୟେ ଜୱାନୀ ହେ  ଦେୱାନୀରେ ଅଭିନୟ କରିଥିଲେ । ତାଙ୍କର ମୁଖ୍ୟ ଚଳଚ୍ଚିତ୍ରଗୁଡ଼ିକ ହେଉଛି 'ଇସ୍କ', 'ମେଁ ତେରା ହିରୋ', 'ଜବ୍ ହ୍ୟାରି ମେଟ୍ ସେଜଲ୍' ଏବଂ 'ସାହୋ' ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.