ଭଦ୍ରକ ଜିଲ୍ଲାରେ ସ୍ଥାନାନ୍ତର ପ୍ରକ୍ରିୟା ଜାରି : ଆଉ ୬ଟି ଏନଡିଆରଏଫ ଟିମ୍ ନିୟୋଜିତ, ୧୦୦ ଗର୍ଭବତୀଙ୍କୁ କରାଗଲା ସ୍ଥାନାନ୍ତର

Published By : Prameya-News7 Bureau | May 25, 2021 IST

ଭଦ୍ରକ ୨୫।୫: ମାଡିଆସୁଛି ବାତ୍ୟା ‘ୟସ୍’ । ଏହି ବାତ୍ୟା ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଅତି ଭୀଷଣ ସାମୁଦ୍ରିକ ଝଡର ରୂପ ନେବ । ବୁଧବାର ଏହି ବାତ୍ୟା ପାରାଦ୍ବୀପ ଓ ସାଗର ଦ୍ବୀପ ମଧ୍ୟରେ ସ୍ଥଳଭାଗ ଛୁଇଁବ ବୋଲି ଅନୁମାନ କରାଯାଇଛି । ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ସଜାଗ ରହିଛନ୍ତି । ପ୍ରଶାସନିକ ସ୍ତରରେ ବାତ୍ୟାର ମୁକାବିଲା ପାଇଁ ଉଦ୍ୟମ ମଧ୍ୟ ଜାରି ରହିଛି । ଏହି ବାତ୍ୟାରେ ପ୍ରଭାବିତ ହେବାକୁ ଥିବା ଜିଲ୍ଲାଗୁଡିକର ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କ ପ୍ରତି ବିଶେଷ ଧ୍ୟାନ ଦିଆଯାଉଛି । ତଳିଆ ଅଞ୍ଚଳର ଲୋକଙ୍କୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି । କଚ୍ଚା ଘରେ ରହୁଥିବା ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ତଥା ବାତ୍ୟା ଆଶ୍ରୟସ୍ଥଳକୁ ନିଆଯାଉଛି ।

{"id":456867,"sizeSlug":"large","linkDestination":"none"}

ସେହିପରି ଭଦ୍ରକ ଜିଲ୍ଲାରେ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି କାର୍ଯ୍ୟ ପାଇଁ ଅଧିକ ୬ଟି ଏନଡିଆରଏଫ ଟିମ୍ ନିୟୋଜିତ ହୋଇଛନ୍ତି । ପୂର୍ବରୁ ଭଦ୍ରକ ଜିଲ୍ଲାରେ ୪ଟି ଏନଡିଆରଏଫ ଟିମ୍ ପହଞ୍ଚିଥିଲେ । ୫ଶହ ଗର୍ଭବତୀ ମହିଳାଙ୍କୁ ସ୍ଥାନାନ୍ତର କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି । ଏବେ ପର୍ଯ୍ୟନ୍ତ ଶହେ ଗର୍ଭବତୀ ମହିଳାଙ୍କୁ ସ୍ଥାନାନ୍ତର କରାଯାଇସାରିଛି ।

{"id":456868,"width":605,"height":332,"sizeSlug":"large","linkDestination":"none"}

ସେପଟେ ଜିଲ୍ଲାରେ ସ୍ବାସ୍ଥ୍ୟସେବା ଯୋଗାଇବା ପାଇଁ ୭ଟି ରାପିଡ୍ ରେସ୍‌ପନ୍‌ସ ଟିମ୍‌, ୭ଟି ମୋବାଇଲ ହେଲ୍‌ଥ ୟୁନିଟ୍ ସହିତ ପର୍ଯ୍ୟାପ୍ତ ଓଆର୍‌ଏସ୍‌, ହାଲୋଜିନ ବଟିକା, କୋଭିଡ଼ କେୟାର ସେଣ୍ଟର ପାଇଁ ପାୱାର ବ୍ୟାକ୍‌ଅପ୍‌, ଅକ୍ସିଜେନ ସିଲିଣ୍ଡର ରଖାଯାଇଥିବା ବେଳେ ମୋଟ୍ ୪୨ଟି ଆମ୍ବୁଲାନ୍‌ସକୁ ପ୍ରସ୍ତୁତ ରଖାଯାଇଛି । ସେହିପରି ପଶୁ ସମ୍ପଦର ଉଦ୍ଧାର ଓ ଚିକିତ୍ସା ପାଇଁ ୧୩ଟି ରାପିଡ୍ ରେସ୍‌ପନ୍‌ସ ଟିମ୍ ରଖାଯାଇଛି । ୭ଟି ମୋବାଇଲ୍ ଭ୍ୟାନ୍ ରହିଛି ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.