Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ ୨୦୨୧ରେ ଉଡିଲା ଚେନ୍ନାଇର ବିଜୟ ବାନା, କେକେଆରକୁ ୨୭ ରନରେ ହରାଇ ଚତୁର୍ଥ ଥର ଚାମ୍ପିଅନ
  • ||
  • ପଞ୍ଜାବ କଂଗ୍ରେସର ଅଧିନାୟକ ରହିବେ ସିଦ୍ଧୁ, ରାହୁଲଙ୍କୁ ଭେଟିବା ପରେ ଫେରାଇ ନେଲେ ଇସ୍ତଫା ପତ୍ର
  • ||
  • ସିଙ୍ଘୁ ବର୍ଡରରେ ଜଣେ ନିହଙ୍ଗଙ୍କ ଆତ୍ମ ସମର୍ପଣ, ଯୁବକଙ୍କ ହତ୍ୟାର ୧୫ ଘଣ୍ଟା ପରେ ସାମ୍ନାକୁ ଆସିଲା ପ୍ରଥମ ଅଭିଯୁକ୍ତ
  • ||
  • ପଣ୍ଡାଲ ଉପରେ ହୋଇଥିବା ଆକ୍ରମଣ ମଧ୍ୟରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଭାରତକୁ ଦେଲେ ଏହି ପରାମର୍ଶ
  • ||
  • ପୁଞ୍ଛରେ ଯବାନ-ଆତଙ୍କବାଦୀ ମୁହାଁମୁହିଁ, ୫ଦିନରେ ୭ ଯବାନ ସହିଦ: ରାଜପଥ ବନ୍ଦ, ଅପରେସନ୍ ଜାରି
  • ||
  • ଅକ୍ଟୋବର ୨୧ରୁ ଏକାଦଶ, ୨୫ରୁ ଖୋଲିବ ଅଷ୍ଟମ ଶ୍ରେଣୀ: ଗଣଶିକ୍ଷା ମନ୍ତ୍ରୀ
  • ||
  • ୨୫୦ ଲିଟର ଦେଶୀ ମଦ ଜବତ, ୫ ଗିରଫ
  • ||
  • ଅଭାବନୀୟ ଘଟଣା: ଯୁବକଙ୍କ ଗଳା କାଟି ବିଭତ୍ସ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ତେଲକୋଇ ରେଞ୍ଜରେ ହାତୀ ଆତଙ୍କ : ଘଉଡାଇଲା ବେଳେ ଅଳ୍ପକେ ବର୍ତ୍ତିଲେ ଚାଷୀ
  • ||
  • ସାଇକେଲରେ ଯାଉଥିଲେ କକା-ପୁତୁରା, ଟାଣି ଆଣି ଦଳିଦେଲା ହାତୀ
  • ||

ପୁରୀରେ ପୁଣି ଆରମ୍ଭ ହେଲା ଉଚ୍ଛେଦ ପ୍ରକ୍ରିୟା

21/08/2020 at 11:44 AM

ପୁରୀ୨୧/୮: ମାର୍ଚ୍ଚ ମାସରେ ବନ୍ଦ ରହିଥିବା ଉଚ୍ଛେଦ ପ୍ରକ୍ରିୟା ପୁଣି ଶୁକ୍ରବାର ଆରମ୍ଭ ହୋଇଛି। ଶ୍ରୀମନ୍ଦିର ଐତିହ୍ୟ କରିଡର ପରିସରରୁ ପୁଣି ଉଚ୍ଛେଦ କାର୍ଯ୍ୟ ଆଜିଠାରୁ ବିଧିବଦ୍ଧ ଭାବେ ଆରମ୍ଭ ହୋଇଛି।ଉପଜିଲାପାଳଙ୍କ ନେତୃତ୍ୱରେ ଏହି ଉଚ୍ଛେଦ କାର୍ଯ୍ୟ ବାସେଳିସାହି ମୌଜାରୁ କରାଯାଉଛି । ୭୫ ମିଟର ପରିଧି ଭିତରେ ରହିଥିବା ବାସେଳିସାହିର ଘରୋଇ କୋଠାକୁ ଭଙ୍ଗା ଯାଉଛି।

ତେବେ ଏ ନେଇ ୨ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିବା ବେଳେ ୨ଟି ଡ୍ରୋଜର ଲଗାଯାଇଛି । ତେବେ ଉଚ୍ଛେଦ ଗଳି ଭିତରୁ କରାଯାଉଥିବାରୁ ଆଗ ଭାଇବ୍ରେଟର ଲଗାଯାଇ ଛାତକୁ କଣା କରାଯାଉଥିବା ସହ ତା ପରେ କୋଠାକୁ ଭଙ୍ଗା ଯିବ ବୋଲି ସୂଚନା ଦେଇଛନ୍ତି ଉପ ଜିଲାପାଳ। ସେପଟେ ଶ୍ରୀମନ୍ଦିର ସୁରକ୍ଷା ବଳୟ ୭୫ ମିଟର ପରିଧିକୁ ନେଇ ଶ୍ରୀମନ୍ଦିର ଚର୍ତୁଃପାର୍ଶ୍ବର ୬୦ ଭାଗ ଉଛେଦ ସରିଥିବା ବେଳେ କରୋନାକୁ ନେଇ କାର୍ଯ୍ୟ ବନ୍ଦ ରହିଥିଲା  । ହେଲେ ଏବେ ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ପୁଣି ଉଛେଦ ଆରମ୍ଭ ପ୍ରକ୍ରିୟା  କରାଯାଇଛି  ।

   Related Posts