ଭଦ୍ରକ ଜିଲ୍ଲାର ତଳିଆ ଅଞ୍ଚଳରୁ ୯୪,୦୮୬ ଲୋକ ହେଲେଣି ସ୍ଥାନାନ୍ତର, ଏବେ ବି ଅନ୍ଧାର ରାତିରେ ଚାଲିଛି ସ୍ଥାନାନ୍ତର ପ୍ରକ୍ରିୟା

Published By : Prameya-News7 Bureau | May 25, 2021 IST

ଭଦ୍ରକ ୨୫।୫: ଅତି ଭୀଷଣ ବାତ୍ୟାରେ ପରିଣତ ହେଲା ସାମୁଦ୍ରିକ ଝଡ ‘ୟାସ୍’ । ତୀବ୍ର ବେଗରେ ଓଡିଶା ଉପକୂଳ ଆଡ଼କୁ ମାଡ଼ି ଆସୁଥିବା ବାତ୍ୟା ‘ୟାସ୍’ ବର୍ତ୍ତମାନ ପାରାଦୀପଠାରୁ ୧୮୦ କି.ମି.  ଦୂରରେ ରହିଛି । ସେହିପରି ବାଲେଶ୍ବରରୁ ୨୫୦ କି.ମି. ଦୂରରେ ରହିଥିବା ବେଳେ ସମୁଦ୍ରରେ ୧୨୦ରୁ ୧୪୫ କି.ମି. ମଧ୍ୟରେ ପବନ ବୋହୁଛି । ‘ୟାସ୍’ କ୍ରମେ ଉତ୍ତର-ଉତ୍ତର ପଶ୍ଚିମ ଦିଗକୁ ଗତି କରିବ । ବୁଧବାର ଭୋର ୫ଟା ୩୦ ସୁଦ୍ଧା ଧାମରାଠୁ ୩୦ କି.ମି. ଦୂରରେ ରହିବ ବାତ୍ୟା ‘ୟାସ୍’ । ଭୋରରେ ଧାମରା ଉପକୂଳରୁ ୩୦ କି.ମି. ଦୂରରେ ରହିବ । ଦ୍ଵିପ୍ରହର ବେଳେ ଧାମରା-ବାଲେଶ୍ଵର ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବ ‘ୟାସ୍’ । ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ଵରରେ ମଧ୍ୟରାତ୍ରରୁ ବାତ୍ୟାର ପ୍ରଭାବ ବଢିବ । ଜୋରରେ ପବନ ବହିବା ସାଙ୍ଗକୁ ପ୍ରବଳ ବର୍ଷା ହେବ । ଏହାକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ତଳିଆ ଅଞ୍ଚଳ ଲୋକଙ୍କୁ ସ୍ଥାନାନ୍ତର ପ୍ରକ୍ରିୟା ଜାରି ରହିଛି ।

{"id":457162,"sizeSlug":"large","linkDestination":"none"}

ଭଦ୍ରକ ଜିଲ୍ଲାରେ ରାତି ୮ ସୁଦ୍ଧା ୯୪,୦୮୬ ଲୋକ ସ୍ଥାନାନ୍ତର ହୋଇଛନ୍ତି । ଜିଲ୍ଲାର ବିଭିନ୍ନ ବ୍ଲକରୁ ସ୍ଥାନାନ୍ତର କରିଛି ପ୍ରଶାସନ । ଏ ନେଇ ଭଦ୍ରକ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଅନ୍ଧାର ରାତିରେ ମଧ୍ୟ ପୋଲିସ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ତଳିଆ ଅଞ୍ଚଳ ଓ କଚ୍ଚା ଘରୁ ଏବେବି ସ୍ଥାନାନ୍ତର ପାଇଁ କାର୍ଯ୍ୟ ଜାରି ରଖିଛି ଭଦ୍ରକ ପୋଲିସ ।

{"id":457163,"sizeSlug":"large","linkDestination":"none"}

ସମ୍ଭାବ୍ୟ ବାତ୍ୟା ସମ୍ପର୍କିତ ଅସୁବିଧା ପାଇଁ ଭଦ୍ରକ ଜିଲ୍ଲାରେ ୨୪ ଘଣ୍ଟିଆ ଜରୁରୀ କାଳୀନ ନିୟନ୍ତ୍ରଣ କକ୍ଷ ଦୂରଭାସ ସଂଖ୍ୟା (୦୬୭୮୪-୨୫୧୮୮୧) ଓ ମୋବାଇଲ୍ ନମ୍ବର ୮୭୬୩୦୦୪୦୧୧ କୁ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.