Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

EU ସଂସଦରେ CAA ବିରୋଧୀ ପ୍ରସ୍ତାବକୁ ଭାରତର ବିରୋଧ , ଏହା ଆମର ଆଭ୍ୟନ୍ତରୀଣ ପ୍ରସଙ୍ଗ କହିଲା ନୂଆଦିଲ୍ଲୀ

27/01/2020 at 7:54 AM

ନୂଆଦିଲ୍ଲୀ ୨୭।୦୧: ଭାରତର ସୀମା ଡେଇଁ ଏବେ ୟୁରୋପରେ ଦେଖିବାକୁ ମିଳିଛି ନାଗରିକତା ଆଇନ ବା CAAକୁ ବିରୋଧ ।  ୟୁରୋପ ସଂସଦରେ ଏନେଇ ବିତର୍କ ପାଇଁ କେତେକ ୟୁରୋପୀୟ ବାମଦଳ ପ୍ରସ୍ତାବ ଦେଇଛନ୍ତି। ପ୍ରସ୍ତାବରେ କୁହାଯାଇଛି ଯେ ଭାରତର ଏହି ନୂଆ ନାଗରିକତା ଆଇନ ଜାତିସଂଘର ଧାରା ୧୫ ରେ ଥିବା ଅନ୍ତର୍ଜାତୀୟ ମାନବ ଅଧିକାର ଆଇନର ଉଲ୍ଲଂଘନ କରୁଛି ।

ଭାରତ ସରକାରଙ୍କ ଏହି ଆଇନ ବିଶ୍ୱରେ ଏକ ବିପଜ୍ଜନକ ମାନବୀୟ ସଂକଟ ସୃଷ୍ଟି କରିବ ବୋଲି ଏହି ବାମଦଳଗୁଡ଼ିକ ଅଭିଯୋଗ କରିଛନ୍ତି । ୟୁରୋପରେ ନାଗରିକତା ଆଇନ ନେଇ ସଂସଦରେ ବିତର୍କ ପ୍ରସ୍ତାବକୁ ନୂଆଦିଲ୍ଲୀ ବିରୋଧ କରିଛି। ନାଗରିକତା ଆଇନ ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗ । ଏଥିରେ କୌଣସି ବାହାର ଦେଶର ମୁଣ୍ଡ ପୁରାଇବା ଠିକ୍ ନୁହଁ। ଯଦି ଆଇନ ନେଇ କୌଣସି ଦେଶର କିଛି ଜାଣିବାର ଅଛି , ତେବେ ନୂଆଦିଲ୍ଲା ସହିତ ଆଲୋଚନା କରିପାରନ୍ତି । ନାଗରିକତା ଆଇନ ନେଇ ୟୁରୋପରେ ବିତର୍କ ପ୍ରସ୍ତାବକୁ ପୁଣି ଥରେ ବିଚାର କରିବାକୁ କହିଛି ଭାରତ। ୟୁରୋପୀୟ ୟୁନିୟନ ସଂସଦର ୭୫୧ ସାଂସଦଙ୍କ ମଧ୍ୟରୁ ୬୨୬ ସାଂସଦ ମୋଟ ୬ଟି ପ୍ରସ୍ତାବଆଣିଛନ୍ତି । ନାଗରିକତା ଆଇନ ଓ ଜାମ୍ମୁ-କାଶ୍ମୀର ସଂବନ୍ଧରେଏହି ସବୁ ପ୍ରସ୍ତାବ ରହିଛି ।

   Related Posts