ସର୍ଜିକାଲ ଷ୍ଟ୍ରାଇକପରେ ୟୁରୋପୀୟନ ୟୁନିଅନ, ଚାଇନା , ଅଷ୍ଟ୍ରେଲିଆ ନିୟନ୍ତ୍ରଣ ରଖିବାକୁ ପାକିସ୍ତାନ ଓ ଭାରତକୁ ଦେଲେ ପରାମର୍ଶ

Published By : Prameya-News7 Bureau | February 26, 2019 IST

ଆତଙ୍କୀ ହମାଲାରେ ପୁଲଓ୍ବାମାରେ ୪୪ଜଣ ଭାରତୀୟ ଜବାନଙ୍କ  ପ୍ରାଣବଳୀ ଦେଇଥିବା ଘଟଣାରେ ଭାରତ ଦେଇଥିଲା ଜବାବ । ମଙ୍ଗଳବାର ଭୋର ୩.୩୦ରେ ଭାରତର ବାୟୁସେନା ଆତଙ୍କୀ ଶିବିର ଉପରେ ଆକ୍ରମଣ କରି ୩୦୦ରୁ ଉର୍ଦ୍ଧ୍ଵ ଆତଙ୍କୀଙ୍କୁ ମାରିବା ସହ ଆତଙ୍କୀ ସଂଗଠନ ମଧ୍ୟ ଧ୍ଵଂସ କରିଥିଲା ।

ପାକିସ୍ତାନ ନିଜକୁ ଆତଙ୍କବାଦ ସହିତ ସଂପୃକ୍ତ ନାହିଁ କହୁଥିବାବେଳେ ବେଳେ ସେପଟେ ଆତଙ୍କୀ ଆକ୍ରମଣକୁ ନେଇ ପ୍ରତିକ୍ରିୟା ରଖିଥିଲା । ଦେଶରେ ଜରୁରୀକାଳୀନ ପରିସ୍ଥିତି ସାମନା କରିବାକୁ ସେନା ତଥା ଦେଶବାସୀଙ୍କୁ ପରାମର୍ଶଦେବା ଯୁଦ୍ଧ କରିବାକୁ ସଜାଗ ଥିବା କଥା ଏହି ସୂଚାଇଥିଲା ।

ଅପରାହ୍ନରେ ପୁଂଜ ସେକ୍ଟରରେ ପ୍ରବଳ  ଗୁଳିଗୋଳା ବର୍ଷଣ କରିବା ଆରମ୍ଭ  କରିଛି ପାକିସ୍ତାନ । ଏହାର ପ୍ରତିବାଦରେ ମଧ୍ୟ ମୁହଁତୋଡ଼ ଜବାବ ଦେଇଛି ଭାରତ ।

ଭାରତ-ପାକିସ୍ତାନ ଭିତରେ ଚାଲିଥିବା ଏହି ସମ୍ଭାବ୍ୟ ଯୁଦ୍ଧ ପରିସ୍ଥିତି ପାଇଁ ନିଜ ନୟନ୍ତ୍ରଣରେ ରହିବାକୁ ପରାମର୍ଶ ଦେଇଛନ୍ତି ଇଉରୋପୀୟନ ୟୁନିୟନ , ଚାଇନା, ଅଷ୍ଟ୍ରେଲିଆ । ବାୟୁସେନାର ଆକ୍ରମଣପରେ ସୃଷ୍ଟିହୋଇଥିବା ଯୁଦ୍ଧ ପରିସ୍ଥିତି ପାଇଁ ଉଭୟଦେଶକୁ ଶାନ୍ତ ରହିବାକୁ ପରାମର୍ଶ ଦେଇଛନ୍ତି ଏହିସବୁ ଦେଶ ।

ଆହୁରିମଧ୍ୟ ଆତଙ୍କବାଦକୁ ସମର୍ଥନ ନ କରି ମୂଳପୋଛ କରିବାକୁ ପାକିସ୍ତାନକୁ ପରାମର୍ଶ ଦେଲେ ଅଷ୍ଟ୍ରେଲିଆ ବୈଦେଶିକ ମନ୍ତ୍ରୀ । ଉଭୟଦେଶ ଶାନ୍ତି ଆଚରଣ କରିବାକୁ ପରାମର୍ଶ ଦେଇଛନ୍ତି ୟୁରୋପୀୟନ ୟୁନିୟନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.